Advertisment

Chhattisgarh Encounter: ଲାଲବାହିନୀକୁ ଆଉ ନିସ୍ତାର ନାହିଁ; ପୁଣି ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର...

ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ଆଶଙ୍କା କରାଯାଉଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Chhattisgarh encounter

Chhattisgarh encounter

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ। ଧ୍ବଂସ ହେବାକୁ ବସିଛି ହିଂସାର ସୀମା ଡେଇଁଥିବା ନକ୍ସଲବାଦ। ଛତିଶଗଡ଼ରେ ଜାରି ରହିଛି ନକ୍ସଲ ନିପାତ ଅଭିଯାନ । ପୁଣି ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର । ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ଜଣେ ମାଓବାଦୀଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଏନକାଉଣ୍ଟରରେ ଏକାଧିକ ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଇଛି । ତେବେ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହେବା ସହ ଜାରି ରହିଛି ଗୁଳି ବିନିମୟ ବୋଲି ସୂଚନା ମିଳିଛି ।

Advertisment

ନିକଟରେ ସଫା ହୋଇଥିଲେ ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଥିଲେ ସୁରକ୍ଷାକର୍ମୀ। କେବଳ ଆଜି ନୁହେଁ, ଗତ ୩ ମାସ ହେଲା, ଯେଉଁଠୁ ଖବର ଆସିଛି, ସେଇଠି ପଶି ଧ୍ବଂସ କରିଛନ୍ତି ନକ୍ସଲ ଆଡ୍ଡାକୁ। ନକ୍ସଲଙ୍କ ଅଭୟାରଣ୍ୟ ସାଜିଥିବା ଛତିଶଗଡ଼ରେ ଚାଲିଥିବା ମାଓ ଦମନ ଅପରେସନକୁ ଦେଖିଲେ ଲାଗିବ, ଗୃହମନ୍ତ୍ରୀ ଶାହଙ୍କ ଡେଡଲାଇନ୍ ଅନୁଯାୟୀ, ଆସନ୍ତା ମାର୍ଚ୍ଚ ବେଳକୁ ବିନାଶ ହୋଇ ସାରିଥିବ ନକ୍ସଲବାଦ।

 ଅଧିକ ପଢନ୍ତୁ: ସରି ଆସୁଛି ଲାଲଗଡ଼ରେ ମାଓବାଦୀଙ୍କ ଆୟୁଷ; ମୂଳପୋଛ ହୋଇଯିବେ ବିକାଶ ବିରୋଧୀ !

Advertisment

 

୨୯ ତା଼ରିଖରେ ଭୋରରୁ ସଫା ହୋଇଯାଇଥିଲେ ସତର ସତର ଜଣ ମାଓବାଦୀ। ସେମାନଙ୍କଠାରୁ AK-47, SLR ଓ ଇନସାସ୍ ବନ୍ଧୁକ ସହ ମିଳିଥିଲା ବିପୁଳ ଅସ୍ତ୍ରଶସ୍ତ୍ର। ଛତିଶଗଡ଼ ସୁକମା ଜିଲ୍ଲା ଉପମପାଲ୍ଲି ଜଙ୍ଗଲ ଭିତରେ ଏନକାଉଣ୍ଟର ସାରି ଫେରିବା ପରେ ସାହସୀ ଯବାନଙ୍କୁ ମିଠା ଖୁଆଇ ସ୍ବାଗତ କରିଥିଲେ ଅଧିକାରୀ। ସାବାସୀ ଦେବା ସହ ଯବାନଙ୍କ ମନରେ ଭରିଥିଲେ ଉତ୍ସାହ। ଏତେବଡ଼ ସଫଳତା ପାଇ ଯବାନ ବି ଖୁସି ବ୍ୟକ୍ତ କରିଥିଲେ। 

ତେବେ ୨୦୨୪ରୁ ୨୦୨୫ ମାର୍ଚ୍ଚ। ଅର୍ଥାତ ଗତ ୧୫ ମାସ ମଧ୍ୟରେ ୩୩୪ ମାଓବାଦୀ ନିହତ ହେଲେଣି ଲାଲବାହିନୀଙ୍କ ଅଭୟାରଣ୍ୟ ସାଜିଥିବା ଛତିଶଗଡ଼ରେ। ତାମଧ୍ୟରେ ଚଳିତ ବର୍ଷ ଏହି ୩ ମାସ ମଧ୍ୟରେ ଅବିଭକ୍ତ ବସ୍ତର ଜିଲ୍ଲାରେ ୧୧୭ ଜଣଙ୍କ ପ୍ରାଣହାନୀ ହୋଇସାରିଲାଣି। ସେ ଅବୁଝମାଡ଼ ଜଙ୍ଗଲ ହେଉ ଅବା ଗାଙ୍ଗାଲୁର। ଯେଉଁଠି ଯେଉଁଠି ମାଓବାଦୀଙ୍କ ଆଡ୍ଡା ଥିବା ଖବର ଆସିଛି, ସେଇଠି ପଶି ସଫା କରିଦେଇଛନ୍ତି ସୁରକ୍ଷାକର୍ମୀ। 

ଅଧିକ ପଢନ୍ତୁ: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ

Maoist Security Forces Chhattisgarh Chhattisgarh Encounter Encounter
Advertisment
Advertisment