/odishatv-khabar/media/post_attachments/uploadimage/library/16_9/16_9_0/mahatab_1744901690.jpg)
mahatab
ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ମହତାବ,ତାଙ୍କ ଜୀବନୀରୁ ଖାଲି ଓଡ଼ିଶା ନୁହେଁ, ସାରା ଦେଶବାସୀ ବି ପାଆନ୍ତି ପ୍ରେରଣା । ଆଜି କଟକରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀରେ ବଖାଣିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଗଡ଼କରୀ ଆହୁରି ମଧ୍ୟ କହିଥିଲେ- ମହତାବ ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କାମ କରିଥିଲେ। ତାଙ୍କୁ ସବୁବେଳେ ଲୋକେ ମନେ ରଖିବେ।
ସେହିପରି ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମହତାବଙ୍କୁ ଓଡ଼ିଶାର ସର୍ଦ୍ଦାର ପଟେଲ ଭାବେ ତୁଳନା କରିଥିଲେ। ମୋହନ କହିଥିଲେ- ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନରେ ମହତାବ ଅଗ୍ରଣୀ ଭୂମିକା ନେଇଥିଲେ। ୨୬ଟି ଗଡ଼ଜାତ ଅଞ୍ଚଳକୁ ଓଡ଼ିଶାରେ ମିଶାଇଥିଲେ, ସ୍ବଳ୍ପ ସମ୍ବଳରେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିବା ସହ ନୂଆ ରାଜଧାନୀ ପ୍ରତିଷ୍ଠା କରିଥିଲେ।
ଏପଟେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେପିକୁ ନିଶାନା କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଅଦିନରେ ମହତାବ ଜୟନ୍ତୀ ପାଳନକୁ ନେଇ ପରୋକ୍ଷରେ ଟାର୍ଗେଟ୍ କରି ନବୀନ କହିଛନ୍ତି- ଜଣେ ମହାନ ନେତାଙ୍କୁ ହଟାଇବାକୁ ଚେଷ୍ଟା ଚାଲିଛି। ଇତିହାସ ବଦଳାଇବାକୁ ଉଦ୍ୟମ ଚାଲିଛି, ହେଲେ କେହି ଏହା କରି ପାରିବେନି। ତେବେ ନବୀନଙ୍କ ଏ ମନ୍ତବ୍ୟକୁ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ବିଜେପି ସଭାପତି। ମନମୋହନ ସାମଲ କହିଛନ୍ତି- ଆମ ହାଡ ମାଂସରେ ପୂଜ୍ୟପୂଜା ଅଛି, ବିଜୁ ବାବୁଙ୍କ ପ୍ରତି ବି ସମ୍ମାନ ଅଛି। ନବୀନ ଯାହା କହିଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।
ଗୋଟିଏ ପଟେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ, ତ ଅନ୍ୟପଟେ ଅଦିନରେ ପାଳନ ହେଉଛି ମହତାବଙ୍କ ଜୟନ୍ତୀ। ଏକା ଦିନରେ ଦୁଇ ଦୁଇ ଜଣ ଜନନାୟକଙ୍କୁ ମନେ ପକାଯିବାବେଳେ ବୟାନବାଜିକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି ରାଜନୈତିକ ସମୀକ୍ଷକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)