ଅତୁଲ୍ୟ ସାଂସ୍କୃତିକ ଐତିହ୍ୟର ଜାତୀୟ ତାଲିକାରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସ୍ଥାନ ପାଇଛି । ଦେଶର ବୃହତ ବାଣିଜ୍ୟିକ ମେଳା କଟକର ବାଲିଯାତ୍ରା ମଧ୍ୟ ସ୍ଥାନ ପାଇଛି । ସୋସିଆଲ ମିଡିଆ ‘ଏକ୍ସ’ରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ରଥଯାତ୍ରାକୁ ଏହି ତାଲିକାରେ ସାମିଲ୍ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ( SJTA ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଦେଶର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଙ୍ଗୀତ ନାଟକ ଏକାଡେମୀ ଏହାକୁ ଗ୍ରହଣ କରି ସ୍ୱୀକୃତି ପ୍ରଦାନ କରିଛି ।