Advertisment

Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ।

author-image
Sujit kumar Swain
Eid-ul-Fitr 2025

Eid-ul-Fitr 2025

ଆଜି ପବିତ୍ର ଇଦ୍ ପର୍ବ। ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ ରହି ସମୂହ ନମାଜ ପାଠ ହୋଇଛି। 

Advertisment

ଇସଲାମିକ ମାନ୍ୟତା ଅନୁଯାୟୀ, ଇଦ-ଉଲ୍-ଜୁହା ହଜରତ ଇବ୍ରାହିମଙ୍କ ତ୍ୟାଗକୁ ମନେପକାଇ ଏହି ପର୍ବ ପାଳନ କରାଯାଇଥାଏ। ସେପଟେ ରାଜ୍ୟରେ ଆଜି ଇଦ୍-ଉଲ-ଫିତର ପାଳନ ନେଇ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ୍ ଅଲ୍ ଜମାତ କଟକ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି। ଗତକାଲି ସମ୍ବଲପୁର ଓ ସୁନ୍ଦରଗଡରେ ଚାନ୍ଦ ଦେଖାଯିବା ଯୋଗୁଁ ରାଜ୍ୟରେ ଇଦ ପାଳନ ପାଇଁ ନିଷ୍ପତ୍ତି ହୋଇଛି।

ଅଧିକ ପଢ଼ନ୍ତୁ: ଏହି ଓଡ଼ିଆ ପରମ୍ପରାରେ ନାରୀ ବେଶରେ ସଜ ହୁଅନ୍ତି ପୁରୁଷ, ପିନ୍ଧନ୍ତି…

ଏପଟେ ଇଦ୍ ଓ ଶ୍ରୀରାମନବମୀ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ। ଇଦ୍ ପର୍ବ ପାଳନ ପୂର୍ବରୁ ଗତକାଲି ରାତିରେ ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଭଦ୍ରକ ସହର ସହ ପୁରୁଣା ବଜାର ଅଞ୍ଚଳରେ ମଧ୍ୟ ପୋଲିସ ସହ CRPF ମିଲିତ ଭାବେ ଫ୍ଲାଗମାର୍ଚ୍ଚ କରିଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ଏବେ ପର୍ଯ୍ୟନ୍ତ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ଗୋଟିଏ କମ୍ପାନୀ CRPF ପହଞ୍ଚି ସରିଥିବା ବେଳେ ଆହୁରି ୩ କଂପାନୀ CRPF, BSF ଓ ରାପିଡ ଆକ୍ସନ ଫୋର୍ସ ଆସିବେ ବୋଲି ଭଦ୍ରକ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।

Advertisment

ସେପଟେ ଆସନ୍ତା ୬ତାରିଖରେ ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ ସହର। ଭଦ୍ରକ ଜିଲ୍ଲାର ଐତିହାସିକ ଶ୍ରୀରାମ ନବମୀ ପାଇଁ ଗତକାଲଠୁ ରାମନବମୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯକ୍ରମ ଆୟୋଜିତ କରୁଛି ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି। ଗାନ୍ଧୀ ପଡିଆରେ ଆୟୋଜନ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ଏପ୍ରିଲ ୪ ତାରିଖରେ କଳସ ଶୋଭାଯାତ୍ରା, ୫ତାରିଖରେ 108 ହନୁମାନ ଚାଳିଶା ପାଠ ଏବଂ ରାମ ନବମୀରେ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରା ଆୟୋଜିତ ହେବ। ଜନସାଧାରଣଙ୍କୁ ଶାନ୍ତି ଶୃଙ୍ଖଳାରେ ରାମ ନବମୀ ପାଳନ ପାଇଁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ଅଧିକ ପଢ଼ନ୍ତୁ: ଅଜ୍ଞାତବାସ କାଳରେ ପାଣ୍ଡବମାନେ ଏଇଠି ବୁଡ଼ ପକାଇ କରିଥିଲେ ପୂଜାର୍ଚ୍ଚନା

Eid Eid Wishes Eid-ul-Fitr Eid Mubarak
Advertisment
Advertisment