/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743387330.jpg)
Antyodaya Housing Scheme
ଆଉ ରହିବନି କଚ୍ଚା ଘର ! ଥିଲେ କଚ୍ଚା, ଏବେ ହେବ ପକ୍କା । ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ଲୋକଙ୍କ ପକ୍କାଘର ଆଶାକୁ ପୂରଣ କରିବେ ମୋହନ ସରକାର । ସରକାରଙ୍କ ଏହି ଯୋଜନାରେ ଭିନ୍ନକ୍ଷମ, ରୋଗାକ୍ରାନ୍ତ ଓ ବିଧବାଙ୍କୁ ଅଗ୍ରାଧିକାର ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଯାହାକୁ ନେଇ ଖୁବ୍ ଖୁସିବ୍ୟକ୍ତ କରିଛନ୍ତି ହିତାଧିକାରୀ ।
ଅଧିକ ପଢ଼ନ୍ତୁ: ଖୋଲୁଛି ରାଜା ଚକ୍ର ସୁରକ୍ଷା ଢାଲର ଗୁମର; ଚାର୍ଜସିଟରୁ କେମିତି କଟିଲା ନାଁ, ଉଠିଲା ପ୍ରଶ୍ନ...
ସେହିଭଳି ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତଙ୍କୁ ବି ଏହି ଯୋଜନାରେ ଅଗ୍ରାଧିକାର ଦେବେ ସରକାର । ଯୋଗ୍ୟ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ମିଳିବ ଘର । ୩ ବର୍ଷରେ ବିନିଯୋଗ ହେବ ୭,୫୫୦ କୋଟି ଟଙ୍କା । ବଜେଟ୍ରେ ରାଜ୍ୟ ଗରିବଙ୍କ ପକ୍କା ବାସ ଗୃହ ଦେବା ପାଇଁ ବଡ଼ ଲକ୍ଷ୍ୟ ରଖାଯାଇଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ ।
୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)