ଗତକାଲି ସଂପୃକ୍ତ ଅଞ୍ଚଳରେ ମାଓବାଦୀମାନେ ଡେରା ପକାଇଥିବା ନେଇ ଗୁଇନ୍ଦା ବିଭାଗକୁ ଖବର ଥିଲା । ଦନ୍ତେୱାଡା ଅଞ୍ଚଳରେ ମାଓବାଦୀମାନେ ଥିବା ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଏହି ସର୍ଚ୍ଚ ଅପରେସନ ।
ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୋଲିସ ଏନକାଉଣ୍ଟରରେ ନକ୍ସଲ ନିହତ । ଖଲ୍ଲାରୀ ଥାନା ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟାମ୍ପ ଚାଲିଥିବା ଖବର ପାଇ ଡିଆରଜି ଟିମ୍ ଚଢାଉ କରିଥିଲା ।
ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଆଜି ସକାଳୁ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ। ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା।
ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ଟଳିପଡିଛନ୍ତି। ମୃତାହତଙ୍କ ସଂଖ୍ୟା ଅଧିକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।
ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁସାରେ, ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।
ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ଦନ୍ତେୱାଡ଼ା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ। ଦନ୍ତେୱାଡ଼ାର ନାହାଡ଼ି ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ମାଓ କ୍ୟାମ୍ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଉ। ପୋଲିସ୍ ଉପରକୁ ଆକ୍ରମଣ କରିଥିଲେ ନକ୍ସଲ।