ଆପଣଙ୍କ ସମ୍ମୁଖରେ ଥିବା ଏ ଗାଡି ଗୋଟାଏ ସାଧାରଣ ଜିପ୍ ନୁହେଁ। ଇଏ ନିଜ ଛାତିରେ ୫୦ବର୍ଷର ଅମଳିନ ସ୍ମୃତି ଧାରଣ କରିଛି। ବିଜୁ ବାବୁଙ୍କଠାରୁ ନେଇ ନିଳମଣୀ ରାଉତରାୟ, କେଡେ କେଡେ ରାଜନେତାଙ୍କୁ ଛାତିରେ ଧରି ବୁଲେଇଛି, ନିର୍ବାଚନ ଜିତେଇଛି। ହେଲେ ଆଜି ସେ ପାଲଟିଯାଇଛି ଗୋଟାଏ ସାଧାରଣ ’ଶବ ବାହାକ’ ।
ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଅଧିକାରୀଙ୍କ ଷଡଯନ୍ତ୍ରରୁ ରକ୍ଷା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏନେଇ ଇଣ୍ଡୋନେସିଆ ତାଙ୍କୁ 'ଭୂମିପୁତ୍ର' ସମ୍ମାନରେ ସମ୍ମାନିତ କରିଥିଲା
ସାରା ଦେଶ ଯେତେବେଳେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ? କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା।
ନୂଆ ଓଡ଼ିଶାର ବିଶ୍ୱକର୍ମା ଥିଲେ ବିଜୁବାବୁ। ସେ କେବଳ ଜଣେ ରାଜନେତା ନ ଥିଲେ, ସେ ଥିଲେ ରାଷ୍ଟ୍ରନାୟକ। ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ତାଙ୍କ ଦୁଃସାହସିକତା, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ। ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ।
କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ ।
କଟକ ଆନନ୍ଦ ଭବନର ଦୁଇଟି ଚିତ୍ର। ଗୋଟିଏ ପଟ ବିଜୁ ବାବୁଙ୍କ ଆନନ୍ଦ ଭବନ ଆଉ ଗୋଟିଏ ପଟ ହେଉଛି ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନ। ବିଜୁ ବାବୁ ରହୁଥିବା ଆନନ୍ଦ ଭବନ ଏବେ ସଂଗ୍ରହାଳୟ ହୋଇଯାଇଛି ହେଲେ ତାଙ୍କ ବଡ଼ ଭାଇ ଜର୍ଜ ପଟ୍ଟନାୟକ ଗଢିଥିବା ଆନନ୍ଦ ଭବନ ଏବେ ପରିତ୍ୟକ୍ତ ଅବସ୍ଥାରେ।
ଇଚ୍ଛା ଥିଲା ବୋଲି...ଷଡେଇ ଖୋଳକୁ ଏକାଠି କରି ତିଆରି କରିଦେଲେ ଡାକୋଟା । କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ..ଉପହାର ଦେବେ।
ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।
ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।
ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଟିକଟ ପାଇଁ ଆଶା ଥିବା କଥା କହିଛନ୍ତି ଶୁଭେନ୍ଦୁ । ପୁରୀ ସହରରେ ସମାନ ଅବସ୍ଥା । ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ଗୋଷ୍ଠୀ ବିଜୁ ଜୟନ୍ତୀ ପାଳନ କରିଛନ୍ତି ପୃଥକ ପୃଥକ ଭାବେ ।
ଅନେକ ଦିନର ପ୍ରତୀକ୍ଷା ଶେଷ ହୋଇଛି। ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଡାକୋଟା ବିମାନ ଲୋକାର୍ପିତ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ବାରମ୍ବାର ଦାବି ପରେ ଗତ ମାସ ୧୮ ତାରିଖରେ କୋଲକାତାରୁ ଭାଗ ଭାଗ ହୋଇ ଓଡ଼ିଶା ଆସିଥିଲା ଡାକୋଟା ବିମାନ। ଏହି ବିମାନଟିକୁ ଏବେ ନୂଆ ରୂପ ଦିଆଯାଇଛି।
ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବା ସହ ଶେଷରେ ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ‘ଡାକୋଟା’ ବିମାନ ଲୋକାର୍ପିତ ହୋଇଛି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ମାର୍ଚ୍ଚ ୫ କାହିଁକି….
ତାଙ୍କର କାମ ପାଇଁ ତାଙ୍କୁ ‘ଝଡର ଇଗଲ୍’ ବୋଲି କୁହାଯାଏ। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଆଉ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ହେଲେ ବିଜୟାନନ୍ଦ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବୀରତ୍ୱର କିଛି କାହାଣୀ ଉପରେ ନଜର ପକେଇ ନେବା।
କୋଲକାତା ବିମାନ ବନ୍ଦରରେ ଦୀର୍ଘ ବର୍ଷ ହେଲା ଖତ ଖାଉଥିବା ଡାକୋଟାକୁ ଗତ ଜାନୁଆରୀ ୧୮ ତାରିଖରେ ୩ଟି ଟ୍ରେଲର୍ ସହାୟତାରେ ଭୁବନେଶ୍ୱର ଏୟାରପୋର୍ଟ ଆଣିଥିଲେ ରାଜ୍ୟ ସରକାର । ସେଠାରେ ଷ୍ଟେଟ୍ ହ୍ୟାଙ୍ଗରେ ଆରମ୍ଭ ହୋଇଥିଲା ଡାକୋଟାର ପୁନରୁଦ୍ଧାର କାମ । ଏରୋସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ସେଣ୍ଟରର ଏକ ୩୦ ଜଣିଆ ଟିମ୍ ଏହି କାମରେ ଲାଗିଛନ୍ତି ।
ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍ଷ୍ଟଲେସନ୍ ଯୋଜନା ।
ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ
କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିଛି। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି।
ଦିନେ ଥିଲେ ବିଜୁବାବୁଙ୍କର ଅତି ନିଜର। ଅନେକ ସମୟରେ ବିଜୁବାବୁ ତାଙ୍କର ପରାମର୍ଶ ନେଉଥିଲେ । ବିଜୁବାବୁଙ୍କର ଅନେକ କଥା ତାଙ୍କୁ ଜଣାଥିଲା । 1990 ମସିହାରେ ମନ୍ତ୍ରିମଣ୍ଡଳର ତାଲିକା ତିଆରି ହୋଇଥିଲା ତାଙ୍କରି ଘରେ ।
ଆଜି କଳିଙ୍ଗ ବୀର ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ। ଦୀର୍ଘ ବର୍ଷ ଧରି ଓଡିଶା ମା’ର ସେବା କରି ୧୭ ଅପ୍ରେଲ ୧୯୯୭ରେ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଆସନ୍ତୁ ଏହି ମହାନ ଆତ୍ମାଙ୍କ ବୀରତ୍ୱର କାହାଣୀ ଉପରେ ନଜର ପକେଇବା।
ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ବିଜେଡି ପୂରଣ କରିବ ବୋଲି ଜୋରଦାର୍ ପ୍ରଚାର କରାଯାଇଥିଲା । ହେଲେ ତାଙ୍କ ସ୍ୱପ୍ନ କଣ ଥିଲା ଓ କେତେ ପୂରଣ ହୋଇଛି, ତାହା ରାଜ୍ୟବାସୀ ଭଲଭାବେ କହିପାରିବେ । ତେବେ ବିଜୁବାବୁଙ୍କ ଆଦର୍ଶରୁ ଯେ ବିଜେଡି ଦୂରେଇଯାଇଛି, ଏହା ଏବେ ଲୋକମାନେ ହୃଦୟଙ୍ଗମ କରୁଛନ୍ତି ।