ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ଆସିଲା ମୋଡାଲିଟି SSMSV ବା ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ । ହେବନାହିଁ ସିଧା ନିଯୁକ୍ତି । OSAPରୁ ପୋଲିସ କର୍ମୀଙ୍କୁ ଡେପୁଟେସନରେ ଦିଆଯିବ ଦାୟିତ୍ୱ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ୱ ଦିଆଯିବ । ଏମାନଙ୍କ କାର୍ଯ୍ୟକାଳ କେତେ ରହିବ ତାହା ପୋଲିସ ଡିଜି ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ପ୍ରଥମେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ ।
ଆବଶ୍ୟକ ସ୍ଥଳେ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଭାର ବଢ଼ାଯାଇ ପାରିବ । କାର୍ଯ୍ୟଭାର ସମୟ ସରିବା ପରେ ପୂର୍ବ ସ୍ଥାନକୁ ଫେରିଯିବେ ସଂପୃକ୍ତ ପୋଲିସ କର୍ମୀ । SSMSV ଦାୟିତ୍ୱରେ ଥିବା ବେଳେ ପ୍ରଦର୍ଶନ ଖରାପ ହେଲେ କାର୍ଯ୍ୟରୁ ଅନ୍ତର କରାଯିବ ବୋଲି ସୂଚନା ରହିଛି । SSMSV ପାଇଁ ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର, ହାବିଲଦାର ପାଇଁ ରାଜ୍ୟ ପୋଲସର ସଶସ୍ତ୍ର ବାହିନୀର ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ।
ଅନ୍ୟ ପୋଷ୍ଟ ପାଇଁ ପୋଲିସର ବିଭିନ୍ନ ବିଭାଗରୁ ଡେପୁଟେସନରେ ଅଣାଯିବ । SSMSV ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଦାୟିତ୍ୱ ନେବ । ଅତି ଉଚ୍ଚକୋଟିର ସୁରକ୍ଷା ବ୍ୟବସ୍ଥା ପାଇଁ SSMSV ବା ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଗଠନ କରାଯାଇଛି । ପୁରୀ ଏସପି ଏହି SSMSVର ମୁଖ୍ୟ ରହିବେ । SSMSVର ମୁଖ୍ୟାଳୟ ପୁରୀ ହେବ । ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀର ୟୁନିଫର୍ମ କଣ ହେବ ଓ ଏହାର ଲୋଗୋ କଣ ରହିବ ତାହା ପୋଲିସ ଡିଜି ନିଷ୍ପତ୍ତି କରିବେ ।
Also Read
ଅଧିକ ପଢ଼ନ୍ତୁ: 'ଆସ୍କା-୪୦' ପାଇଁ ଆସ୍କା MLAଙ୍କ ଦରଦ ! ୫ ବର୍ଷ ହେଲା କାହିଁକି ବଢ଼ୁନି ଦର
ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ବା SSMSV ଶ୍ରୀମନ୍ଦିର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ନେବ । SSMSV ସୁରକ୍ଷା ଦାୟିତ୍ୱରେ ରହିବ ଶ୍ରୀମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ପରିକ୍ରମା ପ୍ରକଳ୍ପ, ମାଉସୀ ମାଆ ମନ୍ଦିର, ବଡ଼ଦାଣ୍ଡ, ଶ୍ରୀମାର୍ଗ, ଜଗନ୍ନାଥ ବିହାର ଓ ଶ୍ରୀମନ୍ଦିର ଚାରିପାଖରେ ଥିବା ସମ୍ବେଦନଶୀଳ ସ୍ଥାନ । ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଥିବା ସମସ୍ତ ବିପଦକୁ ଏହି ବାହିନୀ ମୁକାବିଲା କରିବ ।
କୌଣସି ସଶସ୍ତ୍ର ଆକ୍ରମଣ ରୋକିବାକୁ NSG ତତ୍ତ୍ୱାବଧାନରେ ନିୟମିତ ଅଭ୍ୟାସ କରିବେ SSMSV ର ସୁରକ୍ଷା କର୍ମୀ । ଆତଙ୍କବାଦୀ ଆକ୍ରମଣ ଭଳି ବିପଦର ମଧ୍ୟ ମୁକାବିଲା କରିବ SSMSV । ବୋମା ଚିହ୍ନଟ ଓ ବମ୍ ଡିସପୋଜାଲ ନେଇ ଏହି ବାହିନୀକୁ ତାଲିମ ଦିଆଯିବ । ସୁରକ୍ଷା ପାଇଁ SSMSVକୁ ଉନ୍ନତ ଓ ଆଧୁନିକ ବୈଷୟିକ ଯନ୍ତ୍ରପାତି ଦିଆଯିବ ।
ଗୁଇନ୍ଦା ବିଭାଗ, ଷ୍ଟେଟ ସ୍ପେଶାଲ ବ୍ରାଞ୍ଚ ସହ ଯୋଗାଯୋଗରେ ରହି ସୂଚନା ଅନୁଯାୟୀ ଅପରେସନ ଯୋଜନା ପ୍ରସ୍ତୁତ କରିବେ । ଆତଙ୍କବାଦ ମୁକାବିଲା ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ସହ କାର୍ଯ୍ୟ କରିବେ । ଶ୍ରୀମନ୍ଦିର ସୁରକ୍ଷା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ । ଏହାଛଡ଼ା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ରଥକୁ ଏହି SSMSV ସୁରକ୍ଷା ଦେବ । ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱ ନିର୍ବାହ କରିବ SSMSV ।
ତେବେ ଭିଡ଼ ନିୟନ୍ତ୍ରଣ ବେଳେ ଭକ୍ତଙ୍କ ସହ ବ୍ୟବହାର ଉତ୍ତମ ରହିବା ନେଇ ଯତ୍ନବାନ ହେବେ । ମାନବାଧିକାର ନେଇ SSMSV କର୍ମୀ ଯତ୍ନବାନ ହେବେ । ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ଓ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପୋଲିସ ବିଭାଗରୁ ଏହି ସୁରକ୍ଷା କର୍ମୀଙ୍କୁ ନିଆଯିବ । ମନ୍ଦିରର ଯେଭଳି ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ସେଥିପାଇଁ ପୁରାପୁରି ବ୍ୟବସ୍ଥା କରାଯାଉଛି ।
JTP ମଧ୍ୟ ଖୁବଶୀଘ୍ର ନିଯୁକ୍ତ ହେବ । ଗୋଟିଏ ବାଟାଲିୟନରେ ଯେତିକି ସୁରକ୍ଷା କର୍ମୀ ରହନ୍ତି ଓ ଅଫିସର ରହନ୍ତି ତାହା ରହିବେ । ମହାପ୍ରଭୁଙ୍କ ମନ୍ଦିରରେ ଯେପରି କୌଣସି ଅସୁବିଧା ନହେବ ସେଥିପାଇଁ ଆମେ ନିଷ୍ପତ୍ତି ନେଇସାରିଛୁ ବୋଲି ମନ୍ତ୍ରୀ କହିଛନ୍ତି ।