• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଦ୍ୱାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ । ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ଟା ଯାଏଁ ଚାଲିବ କାମ ।

ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ । ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ । ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ ଏଏସଆଇ କହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: କୋହଳ ହେବ କଏଦୀଙ୍କ ସଜା, ସମୟ ଆଗରୁ ମୁକ୍ତିର ଆନନ୍ଦ

ସେହିପରି ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ ହେବ । ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ । ମରାମତି ପାଇଁ ଦୈନିକ ଅତିକମରେ ୫ରୁ ୬ ଘଣ୍ଟା ସମୟ ନିଆଯିବ । ତେବେ ଆଗକୁ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଏବଂ ଘୋଡ଼ଲାଗି ବେଶ ଆଦି ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ମରାମତି ଅବଧି ସମ୍ପର୍କରେ ନିଷ୍ପତ୍ତି ନେବ ଶ୍ରୀମନ୍ଦିର ନୀତି ସବ୍ କମିଟି ।

ASIର ସୂଚନା ଅନୁସାରେ ପ୍ରଥମେ ଭିତର ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାରର ମରାମତି ହେବ । ଯୋଜନା ଅନୁସାରେ ପ୍ରଥମେ ରତ୍ନଭଣ୍ଡାର କାନ୍ଥରେ ଥିବା ଫାଟ ନିରୀକ୍ଷଣ, ପରେ ଏହାର ଡି-ପ୍ଲାଷ୍ଟରିଂ ଓ କ୍ଲିନିଂ ପରେ ଷ୍ଟୋନ୍ ରିପ୍ଲେସିଂ କରାଯିବ । ଏହା ପରେ ଆରମ୍ଭ ହେବ କୋର୍ କଂଜରଭେସନ କାମ । ପରେ ପଏଣ୍ଟିଂ ଓ ଗ୍ରାଉଟିଂ ଭଳି କାର୍ଯ୍ୟ କରାଯିବ ।

ତେବେ ମରାମତି କାର୍ଯ୍ୟ କେତେ ସମୟ ଏବଂ କେଉଁ ସମୟରେ କରାଯିବ, ସେ ନିଷ୍ପତ୍ତି ଏବେ ଯାଏଁ ହୋଇନଥିବାରୁ ଏ କାର୍ଯ୍ୟ କେତେଦିନ ଯାଏଁ ଚାଲିବ, ତାହା ନିଶ୍ଚିତ ହୋଇପାରିନି । ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ନିଯୋଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବା ଉପରେ ଜୋର ଦେଇଛନ୍ତି ବରିଷ୍ଠ ସେବାୟତ । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏବେ ଅସ୍ଥାୟୀ ଟ୍ରେଜେରୀରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାରକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ। ପରେ ସେଠାରେ ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ ।

ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରମୁଖ ସ୍ଥାନରେ ମେଟ୍ରୋ ଷ୍ଟେସନ୍

OTV is now on Whatsapp

Join and get latest news update delivered to you via whatsapp

Join Now