ଦୁଇ ଦିନ ତଳେ ୪୦ ଥିଲା, ଆଜି ୪୫। କାଲି କେତେ ହେବ କହିହେଉନି। ବଜାରରେ ଆଳୁ ଦର ୪୦ ତଳକୁ ଖସିବାର ନାଁ ନେଉନି।
ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ ।
ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଟକିଲା ଆଳୁ ବୋଝେଇ ଟ୍ରକ୍। ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସମସ୍ତ ସୀମାନ୍ତ ରାସ୍ତାରେ ନାକାବନ୍ଦୀ କରାଯାଇ ଗାଡ଼ି ଯାଞ୍ଚ କରାଯାଉଛି।
ମାସକ ତଳେ ଯେଉଁ ଆଳୁ ପାଇଁ ରାଜ୍ୟବ୍ୟାପି ହଲାପଟା ହେଲା, ସେହି ଆଳୁର ଦାମ୍ ଏବେ ବି ଖସୁନି । ବିବାଦ ତୁଟିବା ପରେ ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ଆସି ଓଡ଼ିଶା ମାର୍କେଟରେ ମହଜୁଦ୍ ରହିଛି । ମନ୍ତ୍ରୀ ବି କହୁଛନ୍ତି କିଲୋ ପିଛା ୧୫-୨୦ ଟଙ୍କାରେ ମିଳୁଛି । କିନ୍ତୁ ବାସ୍ତବଚିତ୍ର ପୁରା ଓଲଟା । ରାଜଧାନୀରୁ ରାଜ୍ୟବ୍ୟାପି ଆଳୁ କିଲୋ ୩୦-୩୫କୁ ଖସୁନି । ଖାଲି ଆଳୁ ନୁହଁ, ପିଆଜ, ଅଦା, ରସୁଣ ସହ ଖାଇବା ତେଲରେ ଦରବୃଦ୍ଧିର ନିଆଁ ଲାଗିଛି ଓଡ଼ିଶାର ହାଟ ବଜାରରେ ।...
ଆଳୁ ହେଉ କି ପିଆଜ, ଅଦା ହେଉ କି ରସୁଣ। ହାଣ୍ଡିଶାଳର ଏହି ୪ଟି ସାମଗ୍ରୀ କିଣିଲାବେଳକୁ ଝାଳନାଳ ହୋଇପଡୁଥିବା ନିମ୍ନ ମଧ୍ୟବିତ୍ତଙ୍କ ମୁଣ୍ଡରେ ଏବେ ପଡ଼ିଛି ଖାଇବା ତେଲର ଚଡ଼କ।
ଚୋର ଜଗିବା ଭଳି ଆଳୁ ଗାଡ଼ି ଉପରେ ପଶ୍ଚିମବଙ୍ଗ ସରକାରଙ୍କ ତୀକ୍ଷ୍ଣ ନଜର ଗୋଟିଏ ବି ଗାଡ଼ି ଖସିନଯିବାକୁ ସୀମାନ୍ତ ଗାଁରେ ଲାଗିଛି ସିସିଟିଭି କ୍ୟାମେରା ।
ଆଳୁକୁ ନେଇ ଅଶାନ୍ତି । ଆଳୁ ପାଇଁ ହଲ୍ଲାବୋଲ୍ । ଭାଙ୍ଗି ଆସିଲାଣି ସାଧାରଣ ଜନତାଙ୍କ ଧୈର୍ଯ୍ୟ । ଆଉ ଚଳିବନି ଆଳୁ ରାଜନୀତି । ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ସ୍ବର ଉତ୍ତୋଳନ ସହ ପୋଷ୍ଟର ପୋଡ଼ି ଜାତୀୟ ରାଜପଥ ଅବରୋଧ କଲେ ।
ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା।
ପୁଣି ବଜାରରୁ ଉଭାନ ଆଳୁ । ତିନି ଦିନ ତଳେ କିଲେ ଆଳୁ ୩୦ରୁ ୩୫ ଟଙ୍କାରେ ମିଳୁଥିଲା । ଆଜି ହାଫ୍ ସେଞ୍ଚୁରୀ ମାରିଛି ।
ଆଳୁ ପାଇଁ ଆଉ ଓଡ଼ିଶାକୁ କେହି କରି ପାରିବେନି ବ୍ଲାକମେଲ୍ । ଉତ୍ତର ପ୍ରଦେଶରୁ ଆଳୁ ଆଣି ପଶ୍ଚିମବଙ୍ଗକୁ ଚେକ୍ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ।