ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ ।
ଖାଉଟିଙ୍କ ପକେଟକୁ ବାଧୁଛି ଆଳୁ ଦର । କଟକ ଛତ୍ର ବଜ଼ାରରେ ଧୀରେ ଧୀରେ ଖସୁଛି ଆଳୁ ଦର ।
ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି ।
ପଶ୍ଚିମବଙ୍ଗ ପୋଲିସ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ଆଳୁ ସବୁ ଓହ୍ଲାଇ ପୁଣି ପଶ୍ଚିମବଙ୍ଗକୁ ଫେରାଇ ନେଇଛି ।
ରାଜ୍ୟରେ ଆଜିଠୁ ପର୍ଯ୍ୟାପ୍ତ ପରିମାଣରେ, ଆଉ ଉଚିତ୍ ଦାମରେ ଆଳୁ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯୋଗାଣ ମନ୍ତ୍ରୀ । ଚଢ଼ା ଦରରେ ଆଳୁ ବିକିଲେ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଥିଲେ। ହେଲେ ବଜାର ସ୍ଥିତି ପୂରା ଓଲଟା।
ବିତିଗଲାଣି ଚାରି ଦିନ। ତଥାପି ଖସୁନି ଆଳୁ ରେଟ୍। ପଶ୍ଚିମବଙ୍ଗରୁ ଆଳୁ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ୍ ଗେଟ୍ରେ ଅଟକି ରହିଛି ଶତାଧିକ ଟ୍ରକ୍। ଧର୍ମଘଟ ଯୋଗୁଁ ଏସବୁକୁ ଓଡ଼ିଶାକୁ ଯିବାକୁ ଦିଆଯାଉନି। ପଶ୍ଚିମବଙ୍ଗ ପଟେ ହିଁ ପଡ଼ୋଶୀ ରାଜ୍ୟ ପୋଲିସ୍ ଅଟକାଇଛି।
ରାଜ୍ୟକୁ ଏବେ ଘାରିଛି ଆଳୁ ଚିନ୍ତା । ଦରବୃଦ୍ଧିକୁ ବଳିଯାଇଛି ଆଳୁର ଅଭାବନୀୟ ସ୍ଥିତି । କାରଣ ପଶ୍ଚିମବଙ୍ଗରୁ ଯେଉଁ ଆଳୁ ଆସୁଥିଲା, ତା’ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ବ୍ୟବସାୟୀ। ଅପରପକ୍ଷେ ଉତ୍ତରପ୍ରଦେଶର ଆଳୁ ଏଯାଏଁ ଓଡ଼ିଶା ବଜାରକୁ ଆସିନାହିଁ । ତେଣୁ ପରିବା ହାଟରେ ମହଙ୍ଗା ହୋଇଥିବା ୨୦ ଟଙ୍କାର ଆଳୁ ଏବେ ୩୦ ଛୁଇଁଲାଣି।