/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733917889.jpg)
Aska-40 Price
ଆସ୍କା-୪୦ର ଦର ବୃଦ୍ଧି ଦାବି କଲେ ଆସିକା ବିଧାୟକ ସରୋଜ ପାଢ଼ୀ । ୫ ବର୍ଷ ହେଲା କାହିଁକି ଦର ବଢ଼ିନି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ । ଚିନି କଳ ପରିଚାଳନାରେ ଏହା ସମସ୍ୟା ବୋଲି ଦର୍ଶାଇ ପ୍ରଶ୍ନ କରିଛନ୍ତି । ଏହା ସହ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଏହି ଦର ଧାର୍ଯ୍ୟ କରେ, ମନ୍ତ୍ରୀ ଏବେ ଏହି ବୋତଲର ଦର ୬୦ ଟଙ୍କା ଥିବା କହିଛନ୍ତି ସମବାୟ ମନ୍ତ୍ରୀ ।
ଗତକାଲି ଆସିକା ଚିନିକଳର ପୁନରୁଦ୍ଧାର ପାଇଁ ଟାସ୍କଫୋର୍ସ ଗଠନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟାକ୍ସଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ଓ ଜଳ ସମ୍ପଦ ଅଧିକାରୀ ସଦସ୍ୟ ରହିବେ । ମହାରାଷ୍ଟ୍ର ଓ ଅନ୍ୟ ରାଜ୍ୟକୁ ଯାଇ ସେଠାକାର ବ୍ୟବସ୍ଥାର ଅନୁଧ୍ୟାନ କରି ମତାମତ ଦେବ ଟାସ୍କଫୋର୍ସ । ଏହାର ରିପୋର୍ଟ ଆଧାରରେ ଆସିକା ଚିନି କଳର ପୁନରୁଦ୍ଧାର କରାଯିବା ନେଇ ଗତକାଲି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: 'ସେଠି ଆଳୁ ଗୋଟା ୨ ରୁ ୩ କେଜି, ଏଠି ଚାଷ ହେଲେ ଭଲ ହୁଅନ୍ତା'
ସେପଟେ ଗତ ସରକାର ବେଳେ ରାଜ୍ୟରେ ଫେଲ ମାରିଛି ଆଳୁ ମିଶନ । ଏପଟେ ଓଡ଼ିଶାକୁ ଆଳୁ ଦେବା କ୍ଷେତ୍ରରେ ବ୍ଲାକ୍ ମେଲ କରୁଛି ପଶ୍ଚିମବଙ୍ଗ ସରକାର । ଆଜି ବିଧାନସଭାରେ ଆଳୁ ପ୍ରସଙ୍ଗରେ ଆଲୋଚନା ବେଳେ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି. ସିଂହଦେଓ । ସେପଟେ ଆଳୁ ଚାଷ ପାଇଁ ରବି ଋତୁରେ ୬୪ କୋଟି ଖର୍ଚ୍ଚ ହୋଇଥିବା ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସେହିପରି ବୀରମହାରାଜପୁର ବିଧାୟକ କହିଛନ୍ତି, ବ୍ରାଜିଲ୍ ଓ ଆର୍ଜେଣ୍ଟିନାରେ ଯେଉଁ ଆଳୁ ଚାଷ ହୁଏ, ତାହା ଅତି ଉନ୍ନତମାନର । ସେଠାରେ ପ୍ରତ୍ୟେକ ଆଳୁ ପ୍ରାୟ ୨ ରୁ ୩ କେଜି ଓଜନର ହୋଇଥାଏ । ଓଡ଼ିଶାରେ ଉକ୍ତ ଚାଷ ପ୍ରଣାଳୀ ଲାଗୁ କରିବାକୁ ବିଧାନସଭାରେ ଦାବି ରଖିଛନ୍ତି ବିଧାୟକ । ଉକ୍ତ ଚାଷ ପ୍ରଣାଳୀ ଦ୍ୱାରା ଓଡ଼ିଶାରେ ଅଧିକ ଆଳୁ ଉତ୍ପାଦନ ହୋଇପାରିବ । ଫଳରେ ରାଜ୍ୟରେ ଆଉ ଆଳୁ ସମସ୍ୟା ରହିବନାହିଁ ।
ଏହା ସହ ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବନାହିଁ ବୋଲି ମଧ୍ୟ ବିଧାୟକ କହିଛନ୍ତି । ସେପଟେ ରାଜ୍ୟରେ ୧୫ ହଜାର ୨୩ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ହୋଇଛି । ଆଳୁ ଗଚ୍ଛିତ ରଖିବାକୁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯାଉଥିବା କେଭି କହିଛନ୍ତି । ଅନ୍ୟପଟେ ଶୀତଭଣ୍ଡାର ବନ୍ଦକୁ ନେଇ ଗୃହରେ ବିଜେଡି ବିଧାୟକଙ୍କ ଉଦ୍ବେଗ ପ୍ରକାଶ କରିଥିଲେ ।
ବିଜୁଳି ଦର ବୃଦ୍ଧି ଯୋଗୁଁ ବନ୍ଦ ନେଇ ଗଣେଶ୍ୱର ବେହେରା ଉଦ୍ବେଗ ପ୍ରକାଶ କରିଥିଲେ । ଏହାର ଉତ୍ତର ଦେଇ ବିଦ୍ୟୁତ ଦର ପାଇଁ ବନ୍ଦ ହୋଇନି କହିଥିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ଅର୍ଥତତ୍ତ୍ୱ ପରି ଚିଟ୍ଫଣ୍ଡ ସଂସ୍ଥାକୁ ଦିଆଗଲା, ସେମାନେ ବନ୍ଧକ ରଖିଲେ । ବନ୍ଧକ ଯୋଗୁଁ ଶୀତଳ ଭଣ୍ଡାର ବନ୍ଦ ରହିଲା । ବିକଳ୍ପ ଚାଷ ବିବିଧୀକରଣ କରିବାକୁ ବିଚାର କରାଯିବ । ୫୮ଟି ଶୀତଳ ଭଣ୍ଡାର ପିପିପି ମୋଡ୍ରେ ହାଇବ୍ରିଡ୍ ଢାଞ୍ଚାରେ ହେବ । ଯାହା ଉଭୟ ବୈଦ୍ୟୁତିକ ଓ ସୌରଚାଳିତ ହେବ ବୋଲି କହିଛନ୍ତି କେଭି ସିଂ ଦେଓ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)