Advertisment

Bhubaneswar Metro: ପ୍ରଥମ ପର୍ଯ୍ୟାୟରେ ୨୦ ପ୍ରମୁଖ ସ୍ଥାନରେ ମେଟ୍ରୋ ଷ୍ଟେସନ୍

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Bhubaneswar Metro

Bhubaneswar Metro

୨୦ଟି ସ୍ଥାନରେ ହେବ ମେଟ୍ରୋ ଷ୍ଟେସନ । ମେଟ୍ରୋ ରେଳ ପ୍ରକଳ୍ପ ନେଇ ବିଧାନସଭାରେ ବିସ୍ତୃତ ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ହେବ । ଏଥିପାଇଁ ୨୦ଟି ପ୍ରମୁଖ ସ୍ଥାନରେ ହେବ ଷ୍ଟେସନ ।

Advertisment

ଭୁବନେଶ୍ୱର ବିମାନ ବନ୍ଦର, କ୍ୟାପିଟାଲ ହସ୍ପିଟାଲ, ବାପୁଜୀ ନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର ଛକ, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିସଟ୍ରିକ୍ ସେଣ୍ଟର, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ବାରଙ୍ଗ, ଫୁଲପୋଖରୀ, ତ୍ରିଶୁଳିଆ ଛକରେ ମେଟ୍ରୋ ଷ୍ଟେସନ ରହିବ । ପ୍ରକଳ୍ପ ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୧୦ କୋଟି ଏବଂ ୨୦୨୪-୨୫ରେ ହଜାରେ କୋଟି ଟଙ୍କା ମଂଜୁର କରାଯାଇଛି । ୨୦୨୭ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

ସେପଟେ ଗତ କିଛିଦିନ ତଳେ ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ପ୍ରଥମ ୨୦ଟି ଷ୍ଟେସନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ ବୋଲି ସେ କହିଥିଲେ । ସେହିପରି ଆହୁରି କହିଥିଲେ, ଏହି ପ୍ରକଳ୍ପରେ ପ୍ରଥମେ ୧୩ଟି ଟ୍ରେନ୍ ଚାଲିବ, ପ୍ରତ୍ୟେକ ଟ୍ରେନରେ ୩ଟି କୋଚ୍ ରହିବ । ମେଟ୍ରୋ ପ୍ରକଳ୍ପରେ ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ ।

Advertisment

ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳିସାରିଛି । ଆଉ ୧୫ ଏକର ଖୁବଶୀଘ୍ର ଦିଆଯିବ ବୋଲି ମଧ୍ୟ କହିଥିଲେ । ସେହିପରି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ୍ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି । ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ସଂପୂର୍ଣ୍ଣ ବହନ କରିବେ । ଏହାପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ପରେ ଜଣାଯିବ ବୋଲି ଅପରାଜିତା ଷଡ଼ଙ୍ଗୀ କହିଥିଲେ ।

ସୂଚନା ଅନୁସାରେ ମେଟ୍ରୋ ପ୍ରକଳ୍ପ ଲାଗି ଏକ ପ୍ରୋଟୋ ଟାଇପ୍ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ଅଫିସରେ ପ୍ରସ୍ତୁତ କରାଯାଇଛି । ସମୁଦାୟ ୨୬ କିଲୋମିଟର ଭିତରେ ୨୦ଟି ମେଟ୍ରୋ ଷ୍ଟେସନ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କ୍ୟାପିଟାଲ୍ ହସପିଟାଲ୍ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଲୱେ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ ଦେଇ ଜୟଦେବ ବିହାର, ଜାଭିୟର୍ ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ, କିଟ୍, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନ କାନନ, ବାରଙ୍ଗ, ଫୁଲପୋଖରୀ ଓ ତିଶୂଳିଆରେ ରହିବ ।

ଅନ୍ୟପଟେ ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ ମାଟି ପରୀକ୍ଷା ବି ଚାଲିଛି । ପ୍ରାୟ ୫୦/୬୦ ଫୁଟ୍ ତଳୁ ମାଟି ନେଇ ବିଭିନ୍ନ ଲ୍ୟାବ୍‌ରେ ପରୀକ୍ଷା ହେଉଛି । ମାଟି ପରୀକ୍ଷା ସହ ଶିଶୁ ଭବନ ଛକରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ବି ଜୋରସୋରେ ଚାଲିଛି । ଏସବୁ କାମ ପ୍ରାୟ ୨ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ୍ । ଭୂମିଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଲାଇନ୍ । ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଅଧିକ ରହିବ । ମେଟ୍ରୋ ପ୍ରୋଜେକ୍ଟ ପାଇଁ ପୂର୍ବରୁ ଯେଉଁ ବ୍ୟୟବରାଦ କରାଯାଇଥିଲା ତା ଭିତରେ ହିଁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ।

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

Advertisment
Advertisment