Advertisment

Electric Double-Decker Bus: ଯାତ୍ରୀଙ୍କ ପାଇଁ ଖୁସି ଖବର; ଭୁବନେଶ୍ବରରେ ଚାଲିବ ଡବଲ୍-ଡେକର୍ ଇ-ବସ୍

ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର୍ ବସ୍‌ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।

author-image
Sujit kumar Swain
ଅଦ୍ୟତନ ହୋଇଛି
electric double-decker bus

electric double-decker bus

କଟକ-ଭୁବନେଶ୍ବର-ପୁରୀ ଲୋକଙ୍କ ପାଇଁ ଖୁସି ଖବର। ଭୁବନେଶ୍ବର ଚାଲିବ ଡବଲ୍ ଡେକର୍ ବସ୍‌ ! ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା CRUT ।

Advertisment

ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା CRUT। ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି ବୋଲି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ ବସ୍‌। ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ ବସ୍‌। ଆବଶ୍ୟକ ପଡ଼ିଲେ ଏହି ଚୁକ୍ତି ଆହୁରି ୨ ବର୍ଷ ବଢ଼ାଯାଇପାରେ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି। 

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି... 

Advertisment

ନିକଟରେ ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ୱର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଥିଲା। ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ’ (କ୍ରୁଟ୍‌)ର ମୋ ବସ୍‌ ଏବଂ ମୋ-ଇ ରାଇଡ୍‌ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଥିଲା। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ୱରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ‘ସିଟି ଉଇଥ୍‌ ବେଷ୍ଟ ପବ୍ଲିକ୍‌ ଟ୍ରାନ୍ସପୋର୍ଟ ସିଷ୍ଟମ୍‌’ର ମାନ୍ୟତା ଦେବା ସହ ପୁରସ୍କାର ମିଳିଥିଲା।

ଗୁଜରାଟର ଗାନ୍ଧୀନଗରରେ ଅନୁଷ୍ଠିତ ତିନି ଦିନିଆ ସପ୍ତଦଶ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Bhubaneswar CRUT Bus
Advertisment
Advertisment