• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଜବାବ ଦେବେ କି ନବୀନ ? ମହିଳାଙ୍କ ପାଇଁ କାହିଁକି କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା ? କାହିଁକି ନବୀନଙ୍କ ଛାତି ଫାଟି ପଡ଼ୁଛି ? ରାଜରାସ୍ତାରେ ହଜାର ହଜାର ମହିଳାଙ୍କୁ କାହିଁକି ବସାଇଛନ୍ତି ? ରାଜ୍ୟରେ ୨୪ ବର୍ଷର ସରକାରୀ ଶାସନ କରିବା ପରେ ଗଣମାଧ୍ୟମ ଆଗରେ ନବୀନଙ୍କ ବିବୃତି ପରେ ବିଜେପି ରଖିଛି କଡ଼ା ଆଭିମୁଖ୍ୟ । ଆଉ ରାଜରାସ୍ତାରେ ବସିଥିବା ହଜାର ହଜାର ମହିଳାଙ୍କ ପାଇଁ ନବନୀଙ୍କ ଦରଦ ଉପରେ ପ୍ରଶ୍ନ ଉଠାଇ ଏପରି ପ୍ରଶ୍ନ କରିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । 

କ୍ଷମତାରେ ଥିବା ବେଳେ ନବୀନ ଥିଲେ ଚୁପ୍‌। ମିଶନ ଶକ୍ତି ନାଁରେ କରୁଥିଲେ ରାଜନୀତି। ଆଉ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଭୋଟ୍‌ ବ୍ୟାଙ୍କ କରିଥିଲା ବିଜେଡି । ହେଲେ ଏବେ କ୍ଷମତାଚ୍ୟୁତ ହେବା ପରେ ଖୋଲାଖୋଲି ବିଜେପି ସରକାର ଉପରେ ନବୀନ ଦୋଷ ଲଦି ଦେଲେ । ନବୀନଙ୍କ ଏଇ କେଇପଦ କଥା ଯେମିତି ତାଙ୍କ ପୂର୍ବ ସରକାରର ସବୁ ଦୋଷ ଦୁର୍ବଳତାକୁ ପଦାରେ ପକାଇଛି । ବାରମ୍ବାର ମହିଳାମାନଙ୍କ ସାଥିରେ ରହିଥିବା କୁହୁଥିବା ନବୀନ ସରକାର, ପୂର୍ବରୁ ମହିଳାମାନଙ୍କୁ ମିଛ ଆଶ୍ୱାସନା ଦେଇଛନ୍ତି ବୋଲି କହିବା ସହ ବିଜେଡି ସରକାର ପୂର୍ବରୁ କାହିଁ ମହିଳାମନଙ୍କୁ ପାରିଶ୍ରମିକ ଦେଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର । 

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ନବୀନ କହିଛନ୍ତି ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି। ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ୭୦ ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି। ବିଜେଡି ସବୁବେଳେ ମିଶନ ଶକ୍ତି ସହ ରହିଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଗତକାଲି ବିଧାନସଭାରେ ଏନେଇ ଚର୍ଚ୍ଚା ହୋଇଛି। ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ। ମହିଳାଙ୍କ ସ୍ବାର୍ଥରେ ଯାହା ଉଚିତ୍ ତାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା । 

ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ମହିଳା। ଶୀତ କାକର ସାଙ୍ଗକୁ ବର୍ଷାରେ ଭିଜୁଛନ୍ତି । ହେଲେ ଏପଟେ ମହିଳାଙ୍କୁ ନେଇ ରାଜ୍ୟରେ ବଢ଼ୁଛି ରାଜନୀତି ତାତି । ତେବେ ଏହାରି ଭିତରେ ଏମାନଙ୍କୁ କେବେ ନ୍ୟାୟ ମିଳୁଛି ତା’ ଦେଖିବାକୁ ବାକି ରହିଲା । 

ଅଧିକ ପଢ଼ନ୍ତୁ: କୋହଳ ହେବ କଏଦୀଙ୍କ ସଜା, ସମୟ ଆଗରୁ ମୁକ୍ତିର ଆନନ୍ଦ

OTV is now on Whatsapp

Join and get latest news update delivered to you via whatsapp

Join Now