/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733915350.jpg)
ଥାନାବାବୁଙ୍କ ଅନୈତିକ ସଂପର୍କ
ଥାନା ପରିସରରେ ପୋଲିସ ବାବୁଙ୍କ ରାସଲୀଳା । ଆଇନ କାନୁନକୁ ନିଜ ହାତରେ ମୋଡି ମକଚି କରିଛନ୍ତି ସୀମା ଲଂଘନ କରିଛନ୍ତି ଜଣେ ପୋଲିସ ଆଧିକାରୀ। ଜଣେ ଯୁବତୀଙ୍କୁ ଥାନା ବାରାକ୍ରେ ରଖି ଅନୈତିକ ସମ୍ପର୍କ ରଖି ଆସୁଥିବା ଖୋଦ୍ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଖବର ଜାଣିବା ପରେ ପୋଲିସ ବାବୁଙ୍କ ପତ୍ନୀ ପହଞ୍ଚି ଅସଞ୍ଜତ ଅବସ୍ଥାରେ ଦୁହିଁଙ୍କୁ କାବୁ କରି ପ୍ରବଳ ମାଡ଼ ମାରିଛନ୍ତି । ଏଭଳି ଲଜ୍ଜାକର ଘଟଣା କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପରିସରରେ ଦେଖିବାକୁ ମିଳିଛି ।
ଅଭିଯୋଗ ମୁତାବକ ଏହି ରସିକିଆ ପୋଲିସ ବାବୁ ଜଣକ ହେଉଛନ୍ତି କୁବେର ଦିଗାଳ । ସେ କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ପୋଲିସ ଫାଣ୍ଡିର ଇନଚାର୍ଜ ଭାବେ କାର୍ଯ୍ୟରତ ଅଛନ୍ତି ! ଜଣେ ପୋଲିସ ବାବୁଙ୍କ ଏଭଳି କାରନାମା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ଘଟଣା ପରେ ପୋଲିସ ବାବୁଙ୍କ ଧର୍ମପତ୍ନୀ ସ୍ଵାମୀଙ୍କ କଳା କାରନାମାର ତଦନ୍ତ କରି ତାଙ୍କୁ ଉଚିତ ନ୍ୟାୟ ଦେବାକୁ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖି ଆସୁଥଲେ ।
ଅଧିକ ପଢ଼ନ୍ତୁ: ଦ୍ୱିତୀୟ ବିବାହ କରିବାକୁ ଆସି ହଟହଟା ସ୍ୱାମୀ, କଲର ଧରି ଥାନାକୁ ନେଲେ ସ୍ତ୍ରୀ
ଏ ଖବର ଜାଣିବା ପରେ ପୋଲିସ ବାବୁଙ୍କ ପତ୍ନୀ ଅଚାନକ ଗତ ସୋମବାର ସନ୍ଧ୍ୟାରେ କୋଟଗଡ଼ରେ ପହଂଚି ଅସଞ୍ଜତ ଅବସ୍ଥାରେ ଦୁହିଁଙ୍କୁ ଦେଖିଥିଲେ । ପୋଲିସ ବାବୁଙ୍କ ଏଭଳି କାଣ୍ଡ କାରନାମା ଦେଖିବା ପରେ ପତ୍ନୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ ।ଏ ନେଇ ପୋଲିସ ବାବୁଙ୍କ ପତ୍ନୀ ତନୁଜା ଦିଗାଳ ଅଭିଯୋଗ କରି କହିଛନ୍ତି ଯେ, ପୂର୍ବରୁ ଏଭଳି ଘଟଣା ସଂପର୍କରେ ସେ ସୂଚନା ପାଇଥିଲେ ମଧ୍ୟ ଏକଥା ହାଲ୍କା ଭାବେ ନେଇ ସ୍ୱାମୀ ସୁଧୁରିଯିବେ ବୋଲି ଆଶା ରଖିଥିଲେ।
କିନ୍ତୁ ଘଟଣାସ୍ଥଳରେ ପହଞ୍ଚି ସ୍ଵାମୀଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ ସେ ଆଉ ନିଜକୁ ସଂଭାଳି ପାରିନଥିଲେ। ଅନୈତିକ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ! ଅନ୍ୟପଟେ ଥାନାରେ ଏ ନେଇ ମାମଲା ପହଂଚିବା ପରେ କୋଟଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ସ୍ମୃତି ସାଗର ସାମଲ ଘଟଣାର ତଦନ୍ତ ଜାରି ରଖିଛନ୍ତି !
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)