• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଡିଜିପି ସମ୍ମିଳନୀ, ନୌସେନା ଦିବସ ସମାରୋହ ପରେ ଓଡ଼ିଶା ଆୟୋଜନ କରିବାକୁ ଯାଉଛି ଆଉ ଏକ ମେଗା ଇଭେଣ୍ଟ, ପ୍ରବାସୀ ଭାରତୀୟ ଦିବସ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଭୁବନେଶ୍ବର ଜନତା ମୈଦନାରେ ଜାନୁଆରୀ ୮ରୁ ଏହି ସମ୍ମିଳନୀ ଚାଲିବ । ଗତକାଲି ଭୂମି ପୂଜନ ସହ ପ୍ରସ୍ତୁତି ଜୋରଦାର ହୋଇଛି । ଗୋଟିଏ ଛାତ ତଳେ ଏକାଠି ହେବେ ପ୍ରାୟ ୧୦ ହଜାର ପ୍ରବାସୀ ଭାରତୀୟ । ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ। ପ୍ରଥମ ଥର ପ୍ରବାସୀ ଭାରତୀୟଙ୍କ ପାଇଁ ହୋମ୍ ଷ୍ଟେ’ ବ୍ୟବସ୍ଥା କରାଯାଉଛି ।

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ସମ୍ମିଳନୀ ସ୍ଥଳ ଭୁବନେଶ୍ବର ଜନତା ମୈଦାନରେ କାଲି ଭୂମି ପୂଜା ହୋଇଥିଲା । ଶୁଭ ପଡ଼ିବା ପରେ ଆଜିଠୁ ଆରମ୍ଭ ହୋଇଛି ନିର୍ମାଣ କାମ । ବିଦେଶରେ ରହୁଥିବା ପ୍ରାୟ ୧୦ ହଜାର ଅତିଥିଙ୍କୁ ସ୍ୱାଗତ ପାଇଁ ହେଉଛି ଗ୍ରାଣ୍ଡ ଆୟୋଜନ । କେଉଁଠି ଷ୍ଟେଜ୍ ହେବ, ଅତିଥି କେଉଁଠି ବସିବେ । ପାଭିଲିୟନ୍ ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କେଉଁ ସ୍ଥାନରେ କରାଯିବ, ସେଦିଗରେ କାମ ଆଗେଇଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ସମ୍ଭାବ୍ୟ ସମ୍ମିଳନୀ କକ୍ଷର ଆଉଟଲେଟ୍ । ନିର୍ମାଣ ହେବ ଦୁଇଟି ବଡ଼ ବଡ଼ ଷ୍ଟେଜ୍। ଗୋଟିଏରେ ପ୍ରଧାନମନ୍ତ୍ରୀଙ୍କ ସଭା ଓ ଅନ୍ୟଟି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରହିବ। ସେହିପରି ସ୍ୱତନ୍ତ୍ର ଭାବେ ନିର୍ମିତ ହେବ ୫ଟି ଥିମ୍ ପାଭିଲିଅନ। ଯେଉଁଠି ଗୋଟିଏ ଜିଲ୍ଲା ଓ ଗୋଟିଏ ସାମଗ୍ରୀକୁ ନେଇ ପ୍ରଦର୍ଶନୀ ସହ ଓଡ଼ିଶାର ପରମ୍ପରା ଏବଂ ରାମାୟଣକୁ ନେଇ ମଧ୍ୟ କଳା ପ୍ରଦର୍ଶନ ହେବ । ସେହିଭଳି ୨୦୪୭ ଭିଜନ୍ ଡକ୍ୟୁମେଣ୍ଟ ଓ ଏଥିରେ ପ୍ରବାସୀଙ୍କ ଅବଦାନ ନେଇ ହେବ ଆଲୋଚନା।

ଅଧିକ ପଢ଼ନ୍ତୁ: ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତ ହେବ ରାଜଧାନୀ, କ୍ୟାପିଟାଲ ସିଟିକୁ ଘେରି ରହିବ ରିଂ ରୋଡ୍

ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର ପାଇଁ ଯୋଜନା ହୋଇଛି । ଅତିଥିଙ୍କର ରହଣି, ସୁରକ୍ଷା, ଖାଦ୍ୟପେୟ, ବୁଲିବା ଦାୟିତ୍ୱ ପର୍ଯ୍ୟଟନ ବିଭାଗର । ପ୍ରଥମ ଥର ପ୍ରବାସୀ ଭାରତୀୟଙ୍କ ପାଇଁ କରାଯାଇଛି ହୋମ୍ ଷ୍ଟେ’ ବ୍ୟବସ୍ଥା । ଲୋକଙ୍କ ଘରେ ରହିପାରିବେ ଅତିଥି । ସେମାନଙ୍କୁ ନିଜ ଘରେ ରଖିବାକୁ ଚାହିଁଲେ ଅନଲାଇନ ଆବେଦନ କରିବେ । ଏହଦ୍ବାରା ଲୋକଙ୍କ ରୋଜଗାର ବଢିବ । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବାକୁ ଥିବା ଅତିଥିମାନେ ଭୁବନେଶ୍ୱର, କଟକ, ପୁରୀ ସମେତ ଆଖପାଖର ପର୍ଯ୍ୟଟନ ସ୍ଥଳୀ ବି ବୁଲିବେ ।

ଜାନୁଆରୀ ୮ରୁ ୧୦ ଯାଏ ଚାଲିବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ନିକଟରେ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଭୁବନେଶ୍ୱର ଆସିଥିବା ବେଳେ, G-20 ଠାରୁ ବି ଏହି ସମ୍ମିଳନୀକୁ ଅଧିକ ସଫଳ କରିବା ପାଇଁ ସେତେବେଳେ ରାଜ୍ୟବାସୀଙ୍କୁ ଅପିଲ୍ କରିଥିଲେ। ଏ ଦିଗରେ ଏବେ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏଥର ପ୍ରବାସୀ ଭାରତ ଦିବସର ଥିମ୍ ରହିଛି ଡାଏସପୋରାସ୍ କଣ୍ଟ୍ରିବ୍ୟୁସନ୍ ଟୁ ଏ ବିକଶିତ ଭାରତ । ଉଦଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ: ୧୭ରୁ ରତ୍ନଭଣ୍ଡାର ମରାମତି, ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

  • Reported by:
  • ARACHANA SATPATHY

OTV is now on Whatsapp

Join and get latest news update delivered to you via whatsapp

Join Now