Advertisment

Nri Quota Scam: କିମ୍ସ, ହାଇଟେକ୍ ଓ ସମରେ EDର ମାରାଥନ୍ ରେଡ୍, ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍

କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି।

author-image
Saroj Kumar Jena
nri

nri

କିମ୍ସ, ହାଇଟେକ୍, ସମ୍ ଭଳି ରାଜ୍ୟର ତିନିଟି ପ୍ରତିଷ୍ଠିତ ବେସରକାରୀ ମେଡିକାଲ୍ କଲେଜରେ ଇଡି ରେଡ୍। କୁହାଯାଉଛି, ମେଡିକାଲ୍ ସିଟ୍ ଆଡମିଶନରେ ନନ୍ ରେସିଡେଣ୍ଟ ଇଣ୍ଡିଆନ୍ ବା ଏନ୍ଆରଆଇ କୋଟା ସ୍କାମରେ ଏହି ରେଡ୍ ଚାଲିଛି। କୋଲକାତା ଇଡିର 8ଟି ଟିମ୍ ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ ହସ୍ପିଟାଲ୍ ଓ ଭୁବନେଶ୍ବରେ କିମ୍ସ ଓ ସମ୍ ହସ୍ପିଟାଲରେ ଏହି ଯାଞ୍ଚ କରୁଛି। ପୂର୍ବରୁ ଏଭଳି କେଳେଙ୍କାରୀରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ଗିରଫ ହୋଇଥିଲା ବେଳେ ଓଡ଼ିଶାରେ ଇଡିର ଏ ରେଡ୍ ଚର୍ଚ୍ଚା ସୃଷ୍ଟି କରିଛି।

Advertisment

ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ

ଓଡ଼ିଶାରେ ହୋଇଛି କି ମେଡିକାଲ୍ ଆଡମିଶନରେ NRI କୋଟା ସ୍କାମ୍ ?ପଶ୍ଚିମବଙ୍ଗ NRI କୋଟା କେଳେଙ୍କାରୀର ଅଛି କି ଓଡ଼ିଶା ଲିଙ୍କ୍ ? ଜାଲ୍ NRI କାଗଜପତ୍ର ବଳରେ ସିଟ୍ ବ୍ଲକିଂ ପରେ ବେପାର କରୁଛନ୍ତି କି ପ୍ରାଇଭେଟ୍ ମେଡିକାଲ କଲେଜ? କୋଲକାତା ଇଡିର 8ଟି ଟିମ୍ ଆଜି ସକାଳୁ ସକାଳୁ ରାଜ୍ୟର ତିନି ଘରୋଇ ମେଡିକାଲ କଲେଜ୍, କିମ୍ସ ହାଇଟେକ୍ ଓ ସମ୍ ରେ ମାରାଥାନ୍ ଯାଞ୍ଚରୁ ବଢ଼ିଲା ଚର୍ଚ୍ଚା। ଆଜି ସକାଳୁ ଏଇସବୁ ଟିମ୍ ରାଉରକେଲା ଓ ଭୁବନେଶ୍ବରର ହାଇଟେକ୍ ଏବଂ ଭୁବନେଶ୍ବରର କିମ୍ସ ଓ ସମ୍ ହସ୍ପିଟାଲରେ ଏକକାଳୀନ ଏହି ଯାଞ୍ଚ ଚଳାଇଛି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, NRI କୋଟା କେଳେଙ୍କାରୀର ତଦନ୍ତ କରୁଥିବା କୋଲକାତା ଇଡି ହାତରେ ପ୍ରମାଣ ଲାଗିବା ପରେ ଏଇ ସବୁ କଲେଜ ଉପରେ ହୋଇଛି ରେଡ୍।

ପ୍ରଥମେ ଜାଣନ୍ତୁ ମେଡିକାଲ ଆଡମିଶନରେ କଣ ଏଇ NRI ବା ନନ୍ ରେସିଡେଣ୍ଟ୍ ଇଣ୍ଡିଆନ୍ କୋଟା ଓ କେମିତି ହୋଇପାରେ ସ୍କାମ୍। ବ୍ୟବସ୍ଥା ଅନୁଯାୟୀ, ପ୍ରତି ମେଡିକାଲ କଲେଜରେ NRI ପିଲାଙ୍କ ପାଇଁ କୋଟା ଥାଏ। ଯାହାର ଫି ଭାରତୀୟ ଛାତ୍ରଛାତ୍ରୀଙ୍କଠୁ ପ୍ରାୟ ଦୁଇ ଗୁଣା ଅଧିକ। ଉଦାହରଣ ସ୍ବରୂପ ଏମବିବିଏସରେ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ KIIMS ମେଡିକାଲ କଲେଜର ପୂରା କୋର୍ସ ଫି 83 ଲକ୍ଷ 25 ହଜାର ଟଙ୍କା ଥିବାବେଳେ ଏନଆରଆଇ ପିଲାଙ୍କ ପାଇଁ ଏହା ପ୍ରାୟ 1 କୋଟି 95 ଲକ୍ଷ ଟଙ୍କା। ତେଣୁ ୟାର ଫାଇଦା ନିଅନ୍ତି ପ୍ରାଇଭେଟ୍ କଲେଜ୍, NRI ପିଲାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ବ୍ଲକ୍ କରି ହୁଏ କୋଟି କୋଟିର ବେପାର। ଏଥିପାଇଁ ସରକାରୀ କଳର ପ୍ରଭାବଶାଳୀଙ୍କୁ ଧରି ନକଲି NRI ସାର୍ଟିଫିକେଟ୍ ପ୍ରସ୍ତୁତ ହୁଏ, NRI ପିଲାଙ୍କ ବଦଳରେ 4-5 ଗୁଣା ଅର୍ଥ ବଳରେ ବିକା ହୁଏ ମେଡିକାଲ୍ ସିଟ୍। ବର୍ଷ ବର୍ଷ ଧରି ଏହିଭଳି ଚାଲି ଆସୁଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ 2017ରୁ 2024 ମଧ୍ୟରେ ହୋଇଥିବା ସ୍କାମର ଖୋଳତାଡ଼ କରୁଛି। ପୂର୍ବ ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଥିବା ଏନଆରଆଇ ଆଡମିଶନ୍ ଘୋଟାଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମେତ ଅନେକ ପ୍ରାଇଭେଟ୍ କଲେଜ ଅଧିକାରୀଙ୍କୁ ଗିରଫ କରିଛି ଇଡି। ନିକଟରେ ଗତମାସ 20 ତାରିଖରେ ମଧ୍ୟ ପଶ୍ଚିମବଙ୍ଗର 6ଟି ସ୍ଥାନରେ ଇଡି ରେଡ୍ କରି ବ୍ୟାପକ କାଗଜପତ୍ର ଜବତ୍ କରିବା

Advertisment

ପରେ ଖୋଳତାଡ଼ରୁ ୟାର ଚେର ଓଡ଼ିଶାରେ ବି ପାଇଥିବାର ସୂଚନା ମିଳିଛି। ଯେଉଁ ଆଧାରରେ ଆଜି ହୋଇଛି ମାରାଥନ୍ ରେଡ୍। ନିର୍ଦ୍ଦିଷ୍ଟ ଭାବେ କେଉଁ ଅଭିଯୋଗ ଆଧାରରେ ଏ ରେଡ୍ ହେଉଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନଥିଲେ ହେଁ ଏନଆରଆଇ କୋଟା କେଳେଙ୍କାରୀ ଆଧାରରେ ଏ ରେଡ୍ ଚର୍ଚ୍ଚା ହଇଚଇ ସୃଷ୍ଟି କରିଛି। ଏନେଇ କିମ୍ସ, ହାଇଟେକ୍ ଓ ସମ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

Medical College
Advertisment
Advertisment