/odishatv-khabar/media/post_attachments/uploadimage/library/16_9/16_9_0/Nhrc_1741252112.jpg)
Nhrc
ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ଯିଏ ବି ଚାହିଁବେ ଆମକୁ ସୂଚନା ଦେଇ ପାରିବେ। ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବା ସହିତ ଛାତ୍ରୀ ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀ ଅଥବା ସାଧାରଣ ଲୋକ କୌଣସି ସୂଚନା ଦେବାକୁ ଚାହିଁଲେ ଦେଇ ପାରିବେ, ଆଜି କିଟରେ ପହଞ୍ଚି ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ ଏଭଳି ସୂଚନା ଦେଇଛନ୍ତି। ଗୁରୁବାର କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ବିଟେକ ତୃତୀୟ ବର୍ଷ ଛାତ୍ରୀ ପ୍ରକ୍ରିତି ଆତ୍ମହତ୍ୟା କରିଥିବା ବେଳେ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ କରିଥିଲା।
ନେପାଳରେ ଏହାକୁ ନେଇ ଆନ୍ଦୋଳନ ହୋଇଥିବା ବେଳେ ନେପାଳର ମାନବାଧିକାର କମିଶନ ଏହି ଘଟଣାକୁ ନେଇ ଭାରତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଏ ନେଇ ଏକ କମିଶନ ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ। ଗୁରୁବାର କମିଶନ ପହଞ୍ଚି ଥିବା ବେଳେ ଯିଏ ଚାହିଁବେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପାରିବେ ବୋଲି କମିଶନ କହିଛନ୍ତି। କିଟରେ ଛାତ୍ରଛାତ୍ରୀଙ୍କୁ ମାଡ ମରାଯିବା ସହିତ ଛାତ୍ରୀ ଆତ୍ମହତ୍ୟା ଉପରେ ଛାତ୍ରଛାତ୍ରୀ କୌଣସି ସୂଚନା ଦେବାକୁ ଚାହିଁଲେ ଦେଇ ପାରିବେ ବୋଲି କହିଛନ୍ତି କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ।
#କିଟ୍ରେ_NHRC_ଟିମ୍
କିଟ୍ କାଣ୍ଡର ତଦନ୍ତ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଜାତୀୟ ମାନବାଧିକାର କମିଶନ ବା NHRC ଟିମ୍ । ନେପାଳୀ ଛାତ୍ରୀ ମୃତ୍ୟୁ ସହ ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଘଟଣାର କରିବେ ଯାଞ୍ଚ ।#NepalStudentDeath#KIITUniversity#NHRC#Odisha#Bhubaneswar#OTVpic.twitter.com/D0tHmVkP1r— ଓଟିଭି (@otvkhabar) March 6, 2025
ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ସରଜମିନ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ (NHRC ) ନିର୍ଦ୍ଦେଶ ଦେଇଛନ୍ତି। ଏକ ଟିମ୍ ଗଠନ କରି ଘଟଣାର ସରଜମିନ ତଦନ୍ତ ପାଇଁ କମିଶନ NHRCର ଡିଜି ଇନଭେଷ୍ଟିଗେସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। NHRCଙ୍କ ଇନଭେଷ୍ଟିଗେସନ ଡିଭିଜନ୍ ଓ ଲ ଡିଭିଜନର ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରିବ। ତଦନ୍ତ ପରେ ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିଶନ୍ ନିର୍ଦ୍ଦେଶ ଦେଇଥିଲେ।
ଆଇନ ବିଭାଗର ରେଜିଷ୍ଟ୍ରାର ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଫେବୃଆରୀ ୧୬ ରାତିରେ KIIT ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ମିଳିଥିଲା। ଏହାର କିଛି ଘଣ୍ଟା ପରେ, ପୋଲିସ ତାଙ୍କ ପ୍ରେମିକ ଅଦ୍ଭିକ ଶ୍ରୀବାସ୍ତବଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ। ୩ ବର୍ଷ ଧରି ଉଭୟ ରିଲେସନସିପ୍ରେ ଥିଲେ। ଅଦ୍ଭିକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।
ଅଧିକ ପଢ଼ନ୍ତୁ:କିଟ୍ ପାଇଁ ବଢ଼ିଲା ଅଡ଼ୁଆ: NHRCଙ୍କ ତଦନ୍ତ ନିର୍ଦ୍ଦେଶ
କ୍ୟାମ୍ପସରେ ଉପସ୍ଥିତ ନେପାଳୀ ଛାତ୍ରଛାତ୍ରୀ ଭଙ୍ଗାରୁଜା କରିଥିବା ବେଳେ କିଟ କର୍ତ୍ତୃପକ୍ଷ ମାମଲାକୁ ନିୟନ୍ତ୍ରଣ କରିବା ଆଢୁଆଳରେ ଛାତ୍ରଛାତ୍ରୀଙ୍କ ଉପରେ ବଳ ପ୍ରୟୋଗ କରିଥିଲେ। ସିକ୍ୟୁରିଟି ଗାର୍ଡ ଛାତ୍ରଛାତ୍ରୀଙ୍କୁ ମାଡ ମାରୁଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହା ସହ କଲେଜର କର୍ମଚାରୀ ହଷ୍ଟେଲ ଅନ୍ତେବାସୀଙ୍କ ଦେଶ ବିଷୟରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ବଳ ପୂର୍ବକ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ କଟକରେ ଛଡା ଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଆନ୍ଦୋଳନ ଆହୁରି ବ୍ୟାପକ ହୋଇଥିଲା।
ଫଳରେ ନେପାଳର ସମ୍ମାନ ହାନି କରିଥିବା କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ କିଟ କର୍ତ୍ତୃପକ୍ଷ। ୫ ଜଣଙ୍କୁ ମାମଲାରେ ଗିରଫ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସମାନ ଦିନରେ ଜାମିନ ମଧ୍ୟ ମିଳିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଶୁକ୍ରବାର ଏହି କମିଟି ସମ୍ମୁଖରେ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ ଜଣ ହାଜର ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)