୨୦୨୬ ସୁଦ୍ଧା ୯୦ ପ୍ରତିଶତ ଘରକୁ ପହଞ୍ଚିବ ପିଇବା ପାଣି। 2025-26 ବର୍ଷରେ ୪୦ ହଜାର ସରକାରୀ ନିଯୁକ୍ତି। ଶିଳ୍ପର ହବ୍ ହେବ ଓଡ଼ିଶା। ଦୁର୍ନୀତି ବିରୋଧରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ।
'୨୦୩୬ ସମୃଦ୍ଧ ଓଡିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି । ଓଡ଼ିଶା ପାଇଁ ଭଲ ସମୟ ଆସୁଛି । ଶିଳ୍ପ ଭିତ୍ତିଭୂମି, ରେଳ, ରୋଡ଼ ଭିତ୍ତିଭୂମି, ୩ ବନ୍ଦରର କାପାସିଟି ବୃଦ୍ଧି, ଆଉ ୩ଟି ବନ୍ଦର ବିକଶିତ କରିବା ପାଇଁ ଆଗକୁ ପଦକ୍ଷେପ ନିଆଯିବ ।' -- ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ଆସନ୍ତା ୧୩ ତାରିଖରେ କଟକରେ ନାରୀ ଶକ୍ତି ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲାସ୍ତରୀୟ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦଘାଟନ କରିବେ। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ତଳ ବାଲିଯାତ୍ରା ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ !
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି ।
ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ।
ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଧମକପୂର୍ଣ୍ଣ କଲ ଓ ମେସେଜ ଆସିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ଏମିତି ଏକ ଘଟଣା ପୁଣି ଥରେ ଦେଖିବାକୁ ମିଳିଛି। ଶୁକ୍ରବାର ଏକ ପାକିସ୍ତାନୀ ନମ୍ବରରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବାକୁ ଧମକ ମିଳିଛି।
କୁହାଯାଉଛି, ଦୁର୍ବଳ ଅର୍ଥନୀତିକୁ ବଳ ଦେବା ପାଇଁ ଖଣିଭିତ୍ତିକ ଶିଳ୍ପ ସହ କୃଷି, ଗ୍ରାମାଞ୍ଚଳ ବିକାଶ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ସରକାର ଦେଇପାରନ୍ତି ଗୁରୁତ୍ୱ। ତେଣେ ବଜେଟରୁ ଅନେକ କିଛି ଆଶା କରୁଛନ୍ତି ଚାଷୀ, ମହିଳା ଏବଂ ଯୁବକ।
NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କ କ୍ଲିୟର ହୋଇଛି।
ରାଜ୍ୟରେ ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଭୁବନେଶ୍ବରର ଜନତା ମୈଦାନରେ ଚାଲିଥିବା ଉତ୍କର୍ଷ ଓଡ଼ିଶାର ଆଜି ଦ୍ୱିତୀୟ ଦିନରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ନବୀନ କହୁଥିଲେ କରିବୁ, ମୋହନ ନିଜେ କରି ଦେଖାଇଲେ । ଆମେ କହୁଛୁ ୨୪ ବର୍ଷର ନବୀନ ସରକାରଙ୍କ କଥା । ଯାହାର ରେକର୍ଡକୁ ମାତ୍ର କେଇଟା ମାସରେ ମୋହନ ସରକାର ଧୂଳିସାତ କରିଛନ୍ତି ।
ରାଜ୍ୟ ସରକାର ପ୍ରାକୃତିକ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟକୁ ନେଇ ଉତ୍କର୍ଷ ଓଡିଶାର ନକ୍ସା ପ୍ରସ୍ତୁତ କଲାବେଳେ ଏକ୍ଷେତ୍ରରେ ପୂର୍ବରୁ ଯେଉଁ ଆହ୍ୱାନଗୁଡିକ ଆସିଛି ତାର ତର୍ଜମା କରିବାର ଆବଶ୍ୟକତା ରହିଛି । ଯାହା ଗତ ପୂର୍ବ ସରକାର ସମୟରେ ଦେଖିବାକୁ ମିଳିଥିଲା । ଓଡିଶାରେ ଆୟୋଜିତ ଦୁଇଦିନିଆ ଜାତୀୟ ଖଣିମନ୍ତ୍ରୀ ସମ୍ମିଳନୀରେ ସେଗୁଡିକପ୍ରତି ବିଶେଷ ଧ୍ୟାନାକର୍ଷଣ କରିବାର ଆବଶ୍ୟକତା ଥିଲା । ଦ୍ରୁତ ବିକାଶକୁ ଲକ୍ଷ୍ୟରେ ରଖି ଖଣି ଉତ୍ତୋଳନକୁ ଯେଉଁଭଳି ପ୍ରାଧାନ୍ୟତା ଦିଆଯାଇଛି, ସେହିଭଳି ବିସ୍ତାପନ, ପୁନଃଥଇଥାନ, ଜଳବାୟୁ ପରିବର୍ତ୍ତନ, ପରିବେଶ, ପର୍ଯ୍ୟଟନ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ଆଦି ପ୍ରସଙ୍ଗୀୟ ଆହ୍ୱାନଗୁଡିକ ପ୍ରତି ସେଭଳି ଗୁରୁତ୍ୱ ଦିଆଯାଇନାହିଁ ।
କେମିତି ଓ କେଉଁ ପରିସ୍ଥିତିରେ ଓଲଟିଲା OSRTC ବସ୍। ଆରଟିଓ ଏବଂ ପୋଲିସ ମିଳିତ ତଦନ୍ତ କରୁଛିନ୍ତି। ପ୍ରାଥମିକ ତଦନ୍ତରୁ ମାନବୀୟ ତ୍ରୁଟିରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି।
ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି । ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୁରକ୍ଷାରେ ବଡ଼ଧରଣର ତ୍ରୁଟି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍ । ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ଏଭଳି ବଡ଼ଧରଣର ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି।
ମହାୟୁତିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ଏକନାଥ । ଇସ୍ତଫା ଦେବା ସମୟରେ ସିନ୍ଦେଙ୍କ ସହ ଡେପୁଟି ସିଏମ୍ ଅଜିତ ପାୱାର ଏବଂ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ।
ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ।
ମିଶନ୍ ୨୬ ର ଦମ୍ଭୋକ୍ତି ଦୋହରାଇଲେ... ରୋଡମ୍ୟାପ୍ ବତେଇଲେ । ମୁଖ୍ୟମନ୍ତ୍ରୀ ଓ ଡିଜିପିମାନଙ୍କୁ ଟାସ୍କ ବି ଦେଲେ ।
ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍କେଡ୍ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍କେଡ୍ ଗଲା ।
ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି।