ବାହୁବଳୀ ରାଜା ଚକ୍ରର କେଉଁଝର ଜିଲ୍ଲାର ବେଆଇନ ପଥର ଖାଦାନ । ଏହି ଖାଦାନରୁ ରାଜା ଲୁଟି ନେଇଛନ୍ତି କୋଟି କୋଟି ଟଙ୍କାର ପଥର । କେଉଁଝର ଜିଲ୍ଲା ରୁଟିଶିଳା ପଥର ଖାଦାନ । ବେଆଇନ ଭାବେ ବିନା ଅନୁମତିରେ ଶହ ଶହ କୋଟି ଟଙ୍କାର ଧଳା ପଥର ଖୋଳି ଲୁଟ କରିଛନ୍ତି ରାଜା । ଏତେ ପରିମାଣର ପଥର ଖୋଳିଛନ୍ତି ଯେ ଆଖିକୁ ସମୁଦ୍ର ଭଳି ଦେଖା ଯାଉଛି ଏ ଖାଦାନ । ଆଖିରେ ନ ଦେଖିଲେ ବିଶ୍ବାସ କରିହେବନି ।
Also Read
ଅଧିକ ପଢ଼ନ୍ତୁ: ପୀୟୂଷଙ୍କ ମୁଖା ଖୋଲିଲେ ଧଉଳି ଗଣନାଟ୍ୟ ପ୍ରଯୋଜକ; କହିଲେ, ମୋଠୁ ବି ସେ ନେଇଥିଲେ ଲକ୍ଷେ ଟଙ୍କା
ସୂଚନା ଅନୁସାରେ ୨୦୦୬ ମସିହାରେ କେଉଁଝର ରେଳ ପ୍ରକଳ୍ପ ପାଇଁ ଏହି ଖାଦାନକୁ ଜିଲ୍ଲା ପ୍ରଶାସନ ରେଲୱକୁ ପ୍ରଦାନ କରିଥିଲା । ହେଲେ ୨୦୦୯ରେ କାମ ଶେଷ ପରେ ରେଲୱେ ଏହି ଖାଦାନ ଜିଲ୍ଲା ପ୍ରଶାସନକୁ ଫେରାଇଥିଲା । ଏହା ପରଠୁ କେଉଁଝର ଏନ୍ଏଚ୍ ପ୍ରକଳ୍ପ ତିଆରି କରିବା ଆଳରେ ଜିଲ୍ଲା ପ୍ରଶାସନର ଅନୁମତିରେ ଏହି ଖାଦାନରୁ ଚିପସ୍ ଖୋଳା ଚାଲିଥିଲା । ପରେ ବେଆଇନ ଭାବେ ଅନୁମତି ଥିବା ପରିମାଣଠୁ ଅଧିକ ମାତ୍ରାରେ ପଥର ଖୋଳି ଚାଲିଲେ । କାଳେ କିଏ ଏ ପଥର ଖାଦାନ ଉପରେ ଆଖି ପକାଇବ ତା ଚାରିପଟେ ମେଘନାଦ ପାଚେରୀ ଭଳି ମାଟି ଗଦା କରିଦେଇଥିଲା ରାଜା ।
ଖାଲି ରୁଟିଶିଳା ନୁହେଁ ଏହିପରି ଧାନବେଣି, ଆମ୍ବଡ଼ହରା, ରଘୁନାଥପୁର ଠାରେ ଥିବା ପଥର ଖାଦାନକୁ ବି ବେଆଇନ ଭାବେ ଖୋଳି ଲୁଟ୍ କରି ଚାଲିଥିଲେ ରାଜା ଚକ୍ର । କେଉଁଝର ଜିଲ୍ଲାରେ ସେ ଏକଚାଟିଆ କାରବାର କରୁଥିଲେ । ଯେଉଁଠି ନିର୍ମାଣ କାମ ହେଉଥିଲା, ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ତାଙ୍କଠାରୁ ହିଁ ନେବାକୁ କମ୍ପାନୀ ମାନଙ୍କୁ ବାଧ୍ୟ କରୁଥିଲେ ରାଜା । ଏଥିସହ ଖାଦାନ ନିକଟରେ ଥିବା ଗାଁ ଲୋକଙ୍କ ଭିତରେ ସେ ଭୟ ଜାତ କରାଉଥିଲେ । ଯିଏ ଅଭିଯୋଗ କରୁଥିଲେ ତାଙ୍କ ନାଁରେ ମାମଲା ରୁଜୁ କରି ଜେଲ ପଠାଉଥିଲେ । ତେଣୁ ଭୟରେ କେହି ରାଜା କି ତାଙ୍କ ଲୋକଙ୍କ ବିରୁଦ୍ଧରେ ପାଟି ଫିଟାଉ ନଥିଲେ।
ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ EOWର ରେଡ୍ ପରେ ଗୋଟିଏ ପରେ ଗୋଟିଏ କଥା ଏବେ ସାମ୍ନାକୁ ଆସୁଛି । ଏସବୁ ପଥର ଖାଦାନରୁ କେତେ ଲୁଟ୍ କରିଛନ୍ତି ରାଜା ତା’ର ମଧ୍ୟ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ ଓ ବିଜେପି ନେତା।
ସେପଟେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର କେଉଁଝର ଜିଲ୍ଲାରେ ଚାଲିଥିବା ବେଆଇନ କାରବାରକୁ ନେଇ ମୁହଁ ଖୋଲିଛନ୍ତି । ବିଜେଡି ସରକାର ସମୟରେ ବି କେଉଁଝର ଜିଲ୍ଲାରେ ବେଆଇନ ଖଣି କାରବାର ବିଷୟରେ ସ୍ବର ଉଠୁଥିଲା। ସରକାର ବଦଳିବା ପରେ ତଦନ୍ତ ହେଉଛି । ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ । ଚର୍ଚ୍ଚା ହୁଏ ବଦ୍ରିନାରାୟଣଙ୍କ ପାଇଁ ସବୁ କାମ ରାଜା କରୁଥିଲେ । ୨୦୧୭ ପରଠାରୁ ଟିକେଟକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଶତ୍ରୁତା ।