#କୋଲ୍ଡଡ୍ରିଙ୍କସ_ବୋତଲରେ_ମଦ #ପାନ_ଦୋକାନରେ_ଗଞ୍ଜେଇ ବେଆଇନ ନିଶା କାରବାର ନେଇ ରାଜଧାନୀରେ କମିଶନରେଟ ପୋଲିସର ବଡ ରେଡ । ସାମ୍ନାକୁ ଆସିଲା ଖୁଲମଖୁଲା ନିଶା କାରାବାରର ଚିତ୍ର । ଚା\' ଦୋକାନରେ ଗଞ୍ଜେଇ, ରାସ୍ତା କଡରେ ଦେଶୀ ମଦଭାଟି। ପୋଲିସ କମିଶନରଙ୍କ ନିର୍ଦ୍ଦେଶ ପରେ ସ୍ପେଶାଲ କ୍ରାଇମ ୟୁନିଟ ଚଢାଉ କରି ଜବତ କରିଛି ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ । ଶହିଦନଗର ଅଞ୍ଚଳରେ ୩ଟି ପାନ ଦୋକାନରେ ଚଢାଉ ହୋଇଛି। ସେହିଭଳି ଖାରବେଳନଗର ଥାନା ଶାସ୍ତ୍ରୀନଗର ଛକରେ ଚାଲିଥିବା ଦେଶୀ ମଦଭାଟିରେ ରେଡ୍ କରି ଶହ ଶହ ଲିଟର ମଦ ନଷ୍ଟ କରାଯାଇଛି ।
ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ସ୍ଥାନ ବର୍ତ୍ତମାନ ଅଫିମ ଚାଷର ହବ୍ ପାଲଟିଲାଣି। ବାଘ ଦେଖିବାକୁ ଗଲେ ଦେଖିବାକୁ ମିଳୁଛି ଅଫିମ କ୍ଷେତ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବନ ବିଭାଗ।
ନଷ୍ଟ ହେଉଛି ଶହ ଶହ ଏକର ଚାଷ। ନୂଆ ଟେକ୍ନୋଲୋଜି ସାହାଯ୍ୟରେ ଆରମ୍ଭ ହୋଇଛି ଗଂଜେଇ ଚାଷ ନଷ୍ଟ ଅଭିଯାନ। କେବଳ ଚାଷ ନଷ୍ଟ ହେଉନି ବରଂ ନିଶା କାରବାରରେ ସମ୍ପୃକ୍ତ ଗାଡିକୁ ବି ବାଜ୍ୟାପ୍ତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।
ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।
ଶହେ କି ଦୁଇ ଶହ କିଲୋ ନୁହେଁ, ଗତ ଦେଢ଼ ବର୍ଷ ମଧ୍ୟରେ ଜବତ ହୋଇଥିବା ୨ ଲକ୍ଷ କିଲୋ ଗଞ୍ଜେଇକୁ ପୋଡ଼ି ନଷ୍ଟ କଲା ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୋଲିସ୍।
ଆମେରିକାର କିଛି ବିଶେଷଜ୍ଞ ଏହା ଗବେଶଣା କରି ଜାଣିବାକୁ ପାଇଛନ୍ତି । ସେ କହିଛନ୍ତି ଗଞ୍ଜେଇରେ କାନାବିନଏଡ୍ ଏସିଡ୍ ରହିଛି । ଯାହାକି କୋଭିଡ-୧୯ ସୃଷ୍ଟି କରୁଥିବା ସାର୍ସ-କୋଭ୍-୨ ଭୂତାଣୁକୁ ମଣିଷର କୋଷରେ ପ୍ରବେଶ କରିବାକୁ ଦିଏନାହିଁ ।
ଗଞ୍ଜେଇକୁ ନେଇ ଧରପଗଡ଼ ଚାଲୁଥିବା ବେଳେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କ ଆଗାରେ ବଡ଼ ବୟାନ ରଖିଛନ୍ତି । ଦେଶରେ କେବେ ହେଲେ ଗଞ୍ଜେଇକୁ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇ ନାହିଁ ବୋଲ କହିଛନ୍ତି ସରକାର ।