Advertisment

Son Killed Parents: ଅନଲାଇନ୍ ଗେମର ଲୋମଟାଙ୍କୁରା ପରିଣତି, ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

son

ବାପା-ମାଆ ଓ ଭଉଣୀକୁ ହେମଦସ୍ତାରେ ଛେଚି ହତ୍ୟା କଲା ପୁଅ। ଏଭଳି ଏକ ଲୋମଟାଙ୍କୁରା ତଥା ଚାଞ୍ଚଲ୍ୟକର ଗଣ ହତ୍ୟାକାଣ୍ଡ ଘଟିଯାଇଛି ଜଗତସିଂହପୁର ଜିଲ୍ଲାରେ। ଅଭିଯୁକ୍ତ ପୁଅ କିଛି ଦିନ ହେଲା ଅନଲାଇନ ଗେମ୍ ଖେଳୁଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଏହି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। ଏପରିକି ତାର ମାନସିକ ଅବସ୍ଥା ବି ଭଲନଥିବା କହିଛନ୍ତି ପରିବାର। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ଖୋଳତାଡ ଚଳାଇଛି।

Advertisment

ଜଗତସିଂହପୁରର ଜୟବଡ ଗାଁ। ରାତି ନପାହୁଣୁ ଗାଁରେ ପଡିଥିଲା ହୁରି। ପ୍ରଶାନ୍ତ ସେଠୀଙ୍କ ଘର ଆଗରେ ଲୋକ ହାଉଜାଉ। ମାଳ ମାଳ ପୋଲିସ। ସାଇଣ୍ଟିଫିକ୍ ଟିମ୍ ପହଁଚିବା ପରେ କବାଟ ଖୋଲିଲା। ହେଲେ ଭିତରର ଦୃଶ୍ୟ ଦେଖି ତାଟକା ହୋଇଗଲେ ସମସ୍ତେ। ବେଡରୁମରୁ ଦାଣ୍ଡ ଯାଏ ବୋହିଆସିଥିଲା ରକ୍ତ। ସେଥିରେ ଭିଜିଥିଲା ଚପଲ। ଘରସାରା ରକ୍ତ ଛିଟା। ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୁହଁ ମାଡି ପଡିଥିଲା ତିନି ତିନିଟି ମୃତଦେହ। ବାପା କାଳିଆ ଓରଫ ପ୍ରଶାନ୍ତ ସେଠୀ, ମାଆ କନକ ଲତା ଏବଂ ଝିଅ ମାମାଲି ଓରଫ ରୋଜାଲିନ୍। ସମସ୍ତଙ୍କ ମୁଣ୍ଡରେ ଥିଲା ଗଭୀର କ୍ଷତ। ତିନି ଜଣଙ୍କୁ ହତ୍ୟା କରିଥିବା ପଡୋଶୀଙ୍କୁ କହି ଭୋରୁ ଭୋରୁ ଫେରାର ମାରିଥିଲା ସାନ ପୁଅ ସୂର୍ଯ୍ୟକାନ୍ତ। 
ବାପା-ମାଆ ଓ ଭଉଣୀ ସହ ସୂର୍ଯ୍ୟକାନ୍ତର ଜୋରଦାର ହୋଇଥିଲା ଝଗଡା। କିଛି କାମ ଧନ୍ଦା ନକରି ଦିନତମାମ ଅନଲାଇନ୍ ଗେମ୍ ଖେଳିବାକୁ ନେଇ ପୁଅ ଉପରେ ବର୍ଷିଥିଲେ ବାପା-ମାଆ। ପରେ ସମସ୍ତେ ଶୋଇବାକୁ ଚାଲିଯାଇଥିଲେ। ହେଲେ ଶାନ୍ତ ପଡିନଥିଲା ପୁଅର ରାଗ। ରାତି ପ୍ରାୟ ୨ଟା ୩୦। ହେମଦସ୍ତାରେ ବାପା-ମାଆଙ୍କ ଉପରେ 
ଆରମ୍ଭ କରିଦେଇଥିଲା ତୁହାକୁ ତୁହା ଆକ୍ରମଣ। ଭଉଣୀକୁ ବି ଛାଡିନଥିଲା। ସମସ୍ତଙ୍କୁ ଛେଚି ଛେଟି ହତ୍ୟା କରିବା ପରେ ଖଟ ରଖାଯାଇଥିବା ପଥରରେ ବି ଛେଚିଥିଲା। ପରେ ସମସ୍ତଙ୍କୁ ଗୋଟିଏ ରୁମରେ ଏକାଠି କରିଥିଲା। ପଡୋଶୀଙ୍କ କବାଟ ବାଡେଇ କହିଥିଲା, ତିନି ଜଣଙ୍କୁ ହତ୍ୟା କରିଛି, ଥାନାକୁ ଯାଉଛି ଆତ୍ମସମର୍ପଣ କରିବି। 
ବାପା ପ୍ରଶାନ୍ତ ଲଣ୍ଡ୍ରି କରି ପରିବାର ଚଳାଉଥିଲେ। ପାଠ ପଢା ସାରି ଘରେ ରହୁଥିଲା ସୂର୍ଯ୍ୟକାନ୍ତ। ପୋଲିସ ଚାକିରି ପାଇଁ ବିଭିନ୍ନ ସ୍ଥାନରେ ଦେଉଥିଲା ଇଣ୍ଟରଭିୟୁ। ଏହାରି ଭିତରେ କିଛି ଦିନ ହେଲା ମାତିଥିଲା ଅନଲାଇନ୍ ଗେମରେ। ଯାହାକୁ ନେଇ ଘରେ ବାରମ୍ବାର ଝଗଡା ଲାଗି ରହୁଥିଲା। ଏପରିକି ତାର ମାନସିକ ଅବସ୍ଥା ମଧ୍ୟ ଭଲ ନଥିବା କହିଛନ୍ତି ମଝିଆ ଭାଇ। ପୋଲିସ ଗାଁ ନିକଟ ଏକ ସ୍କୁଲରୁ ଅଭିଯୁକ୍ତ ସୂର୍ଯ୍ୟକାନ୍ତକୁ ଗିରଫ କରିଥିବା ବେଳେ ପଚରାଉଚରା ଜାରି ରଖିଛି। ହତ୍ୟାକାଣ୍ଡ ରେ ବ୍ୟବହୃତ ହେମଦସ୍ତା କାଠି ଓ ପଥର ଜବତ ହୋଇଛି। 

ଅଧିକ ପଢ଼ନ୍ତୁ:ରାତିରେ ତାଡ଼ି ନେଇଥିଲେ ଏଟିଏମ୍‌... ୬ ଜଣଙ୍କୁ ମାସକ ପରେ ଧରିଲା ପୋଲିସ୍‌

Advertisment
Murder Parents
Advertisment
Advertisment