Advertisment

Student Loots One Crore: କୁସଂଗରେ ପଡ଼ି ମଦ ପିଇଲା ଦଶମ ଶ୍ରେଣୀ ଛାତ୍ର, ତା’ପରେ ନିଜ ଘରୁ ଲୁଟିନେଲା କୋଟିଏ ଟଙ୍କା

କୁସଂଗରେ ପଡ଼ିଥିବା ପୁଅକୁ ଭଲ ବାଟକୁ ଆଣିବାକୁ ବ୍ୟବସାୟୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ନେଲେ। ତେବେ ପୁଅକୁ ଡରାଇବା ପାଇଁ ତାକୁ ଘରର ସମସ୍ତ ସମ୍ପତ୍ତିରୁ ବେଦଖଲ କରିବାକୁ ଧମକ ଦେଇଥିଲେ। ଏହି କଥା ପୁଅ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗଲା ଫେବ୍ରୁଆରି ୨୫ରେ ଏହି ବ୍ୟବସାୟୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଚୋରି ଷଡ଼ଯନ୍ତ୍ର କରିଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ନିଶା କବଳରେ ପଡ଼ି ନିଜ ଘରୁ ଲୁଟ୍

ନିଶା କବଳରେ ପଡ଼ି ନିଜ ଘରୁ ଲୁଟ୍

ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କୁସଂଗରେ ପଡ଼ି ନିଶାଦ୍ରବ୍ୟ ସେବନ କରୁଥିଲା। ବାପା ରାଗିଯାଇ ତାକୁ ସମ୍ପତ୍ତିରୁ ବେଦଖଲ କରିବାଦେବାକୁ ଧମକ ଦେଇଥିଲେ। ଏହି ଧମକରେ ବିବ୍ରତ ହୋଇପଡ଼ିଥିଲା ନାବାଳକ ସ୍କୁଲ ଛାତ୍ର। ନିଜ ସ୍କୁଲ ସାଙ୍ଗଙ୍କ ସହିତ ମିଶି ଘରୁ ୧ କୋଟି ଟଙ୍କାର ସୁନା ଓ ଟଙ୍କା ଲୁଟିନେବା ଘଟଣା ଉତ୍ତରପ୍ରଦେଶ କାନପୁର ଜିଲ୍ଲା ପନକି ଅଞ୍ଚଳର ଘଟିଛି। ଏଭଳି ଘଟଣା ସାରା ଦେଶରେ ଉଦବେଗ ସୃଷ୍ଟି କରିଛି।

Advertisment

କୁସଂଗର ପରିଣତି ଏମିତି ହୁଏ

ଉତ୍ତରପ୍ରଦେଶ କାନପୁର ଜିଲ୍ଲା ପନକି ଅଞ୍ଚଳର ଜଣେ ବ୍ୟକ୍ତି ଫଜଲଗଞ୍ଜରେ କପଡ଼ା ବ୍ୟବସାୟ କରନ୍ତି। ଗଲା ସପ୍ତାହରେ ଏହି ବ୍ୟବସାୟୀ ନିଜ ପୁଅ ବିରୋଧରେ ଥାନାରେ ସଂଗୀନ ଅଭିଯୋଗ ଆଣିଲେ। ତାଙ୍କର ନାବାଳକ ପୁଅ ଏବେ ଦଶମ ଶ୍ରେଣୀରେ ପଢ଼େ। ଏହି ନାବାଳକ ଜଣକ ୬ ମାସ ତଳେ ଭାନୁ, ହିମାଂଶୁ, ଆର୍ଯାନ ଏବଂ ଆୟୁଷ୍ମାନଙ୍କ ସଂସ୍ପର୍ଶରେ ଆସିଥିଲା। ଖରାପ ସାଙ୍ଗରେ ପଡ଼ି ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲା। ଏମିତି ମଦ ଓ ସିଗାରେଟ ବି ସେବନ କରୁଥିଲା ଏହି ବ୍ୟବସାୟୀଙ୍କ ପୁଅ। ଏହାକୁ ନେଇ ବ୍ୟବସାୟୀ ଜଣକ ଚିନ୍ତିତ ହୋଇ ଯାଇଥିଲେ।

ଘରେ ନଥିବା ବେଳେ ୭ ବନ୍ଧୁଙ୍କ ସହିତ ଚୋରି

କୁସଂଗରେ ପଡ଼ିଥିବା ପୁଅକୁ ଭଲ ବାଟକୁ ଆଣିବାକୁ ବ୍ୟବସାୟୀ ଜଣକ ତାଙ୍କର ଜଣେ ବନ୍ଧୁଙ୍କ ପରାମର୍ଶ ନେଲେ। ତେବେ ପୁଅକୁ ଡରାଇବା ପାଇଁ ତାକୁ ଘରର ସମସ୍ତ ସମ୍ପତ୍ତିରୁ ବେଦଖଲ କରିବାକୁ ଧମକ ଦେଇଥିଲେ। ଏହି କଥା ପୁଅ ଶୁଣିବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ଗଲା ଫେବ୍ରୁଆରି ୨୫ରେ ଏହି ବ୍ୟବସାୟୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଚୋରି ଷଡ଼ଯନ୍ତ୍ର କରିଥିଲା।

Advertisment

ବ୍ୟବସାୟୀଙ୍କ ନାବାଳକ ପୁଅ ଅନ୍ୟ ସାତ ଜଣ ବନ୍ଧୁଙ୍କ ସହିତ ଘରେ ଚୋରି କରିଥିଲା। ପରେ ଚୋରି ସାମଗ୍ରୀ ଧରି ଫେରାର ହୋଇଯାଇଥିଲା। ପାଖାପାଖି ୧ କୋଟି ଟଙ୍କାର ଅଳଙ୍କାର ଓ ଟଙ୍କା ଚୋରି କରିଥିଲା। ଏଥିରେ ୨୧ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଓ ୮୦ ଲକ୍ଷର ସୁନା ଓ ରୂପା ଅଳଙ୍କାର ଲୁଟିନେଇଥିଲେ।

ଚୋରି ଟଙ୍କାରେ ହୋଟେଲରେ ବିଳାସ ଜୀବନ କାଟୁଥିଲେ

ବ୍ୟବସାୟୀ ଜଣକ ଯେତେବେଳେ ଥାନାରେ ଅଭିଯୋଗ କଲେ ପୁଲିସ ମାମଲା ରୁଜୁ କଲା। ତା’ ପରଠାରୁ ବ୍ୟବସାୟୀଙ୍କ ପୁଅ ଏବଂ ତାଙ୍କ ବନ୍ଧୁମାନେ ଗାଏବ ହୋଇଯାଇଥିଲେ। ସେମାନେ ଏକ ହୋଟେଲରେ ଲୁଚିଥିବା ପୁଲିସ ଖବର ପାଇଥିଲା। ଏହି ଖବର ଆଧାରରେ ବ୍ୟବସାୟୀଙ୍କ ପୁଅ ଏବଂ ତାଙ୍କର ତିନି ବନ୍ଧୁଙ୍କୁ ପୁଲିସ ଗିରଫ କରିଛି। ଏମାନେ ହୋଟେଲରେ ବିଳାଶପୂର୍ଣ୍ଣ ଜୀବନ କାଟୁଥିଲେ। ସେମାନଙ୍କଠାରୁ ଚୋରି ହୋଇଥିବା ଜିନିଷପତ୍ରର ପ୍ରାୟ ୬୦ ପ୍ରତିଶତ ଜବତ କରାଯାଇଛି। ଏଥିରେ ନଗଦ ୪ ଲକ୍ଷ ଟଙ୍କା, ୧୬୫ ଗ୍ରାମରୁ ଅଧିକ ସୁନା ଏବଂ ୩ କେଜିରୁ ଅଧିକ ରୂପା ଜବତ ହୋଇଛି। ପୁଲିସ ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଖୋଜୁଛି। 

Student Loot Drug And Loot Gang Alcohol Addiction
Advertisment
Advertisment