/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741432793.jpg)
Karnataka Horror
କର୍ଣ୍ଣାଟକରେ ଏକ ଲୋମହର୍ଷଣକାରୀ କାଣ୍ଡ ଘଟିଛି । ଜଣେ ବିଦେଶୀ ଯୁବତୀଙ୍କ ସହ ଦୁଇ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଯୁବତୀଙ୍କ ସାଙ୍ଗରେ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ କେନାଲକୁ ଠେଲି ହତ୍ୟା କରିଛନ୍ତି ଦୁଷ୍କର୍ମକାରୀ । ଏହି ମୃତକ ଜଣେ ଓଡ଼ିଆ ଏବଂ ତାଙ୍କ ନାଁ ବିଭାସ ବୋଲି ଜଣାପଡିଛି । ସେହିପରି ଗଣଦୁଷ୍କର୍ମର ଶିକାର ବିଦେଶିନୀଙ୍କ ଘର ଇସ୍ରାଏଲ । ତାଙ୍କ ସହ ଥିବା ଆଉ ଜଣେ ମହିଳା ବନ୍ଧୁ ସ୍ଥାନୀୟ ଏକ ହୋମଷ୍ଟେ ମାଲିକ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣେ ଆମେରିକୀୟ ନାଗରିକ ଓ ମରାଠୀ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
#କର୍ଣ୍ଣାଟକରେ_ଓଡ଼ିଆ_ଯୁବକଙ୍କୁ_ହତ୍ୟା
କର୍ଣ୍ଣାଟକରେ ବିଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ। ଦୁଇ ପୀଡିତାଙ୍କ ମଧ୍ୟରେ ଜଣେ ଇସ୍ରାଏଲର ମହିଳା। ଏଭଳି ଅଘଟଣ ସମୟରେ ଜଣେ ଓଡିଆ ଯୁବକଙ୍କୁ ହତ୍ୟା କରିଛନ୍ତି ଅଭିଯୁକ୍ତ। ଅଳ୍ପକେ ବର୍ତ୍ତିଲେ ଜଣେ ଆମେରିକୀୟ ନାଗରିକ ଓ ମରାଠୀ ଯୁବକ।#MurderCase#CrimeNews#Karnataka#OdishaTV#OTVpic.twitter.com/Q9eVV4Bb7N— ଓଟିଭି (@otvkhabar) March 8, 2025
କ'ଣ ଥିଲା ପୁରା ଘଟଣା ?
ଗତ ଗୁରୁବାର ବିଳମ୍ବିତ ରାତିରେ ଏହି ବର୍ବରୋଚିତ ଘଟଣା ଘଟିଛି । ପୋଲିସ ସୂଚନା ଅନୁସାରେ, ଘଟଣା ସମୟରେ ଦୁଷ୍କର୍ମର ଶିକାର ଦୁଇ ଯୁବତୀଙ୍କ ସହ ୩ ଜଣ ପୁରୁଷ ବନ୍ଧୁ ରହିଥିଲେ । ସମସ୍ତେ ପର୍ଯ୍ୟଟକ ଥିଲେ । ରାତି ପ୍ରାୟ ୧୧ଟା ବେଳେ ୫ ଜଣଯାକ ମିଶି କୋପାଲ ଅଞ୍ଚଳର ସନାପୁର ହ୍ରଦ ନିକଟରେ ବୁଲାବୁଲି କରୁଥିଲେ ।
ଅଧିକ ପଢ଼ନ୍ତୁ: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର
ରିପୋର୍ଟ ମୁତାବକ, ଏହି ୩ ଯୁବକଙ୍କ ମଧ୍ୟରେ ଜଣେ ଆମେରିକୀୟ, ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ ଓଡ଼ିଆ ଥିଲେ । ଦୁଇ ଯୁବତୀଙ୍କ ସହ ସମସ୍ତେ ମିଶି ହ୍ରଦ ପାଖରେ ବୁଲିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକରେ ସେଠି ପହଞ୍ଚିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ସେମାନଙ୍କୁ ଆଖପାଖରେ କୌଣସି ପେଟ୍ରୋଲ ପମ୍ପ ସମ୍ପର୍କରେ ପଚାରିଥିଲେ । ପରେ ସେମାନଙ୍କୁ ଟଙ୍କା ମାଗିଥିଲେ ।
ଏମାନେ ଟଙ୍କା ଦେବାକୁ ମନା କରିବାରୁ ରାଗିଯାଇ ସମସ୍ତଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଯୁବତୀଙ୍କୁ ଅସଦାଚରଣ ଆରମ୍ଭ କରିଥିଲେ । ଏହାପରେ ସାଙ୍ଗରେ ଥିବା ୩ ପୁରୁଷ ବନ୍ଧୁଙ୍କୁ ପାଖ କେନାଲକୁ ଠେଲି ଦେଇଥିଲେ ଏବଂ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।
୩ ଜଣ ଯୁବକଙ୍କ ମଧ୍ୟରୁ ଦୁଇ ଜଣ ପହଁରି ପହଁରି କୂଳକୁ ପଳାଇ ଆସିଥିବା ବେଳେ ଜଣେ ବୁଡି ଯାଇଥିଲେ । ତାଙ୍କ ନାଁ ବିଭାସ ଏବଂ ତାଙ୍କ ଘର ଓଡିଶାର ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଆକ୍ରମଣରୁ ବର୍ତ୍ତି ଯାଇଥିବା ଆମେରିକୀୟ ଓ ମରାଠୀ ଯୁବକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଛି । ହେଲେ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳିନି । ପୋଲିସ ଘଟଣାର ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)