/odishatv-khabar/media/post_attachments/uploadimage/library/16_9/16_9_0/similipal_1741257585.jpg)
similipal
ଶିମିଳିପାଳ ନାଁ ଶୁଣିଲେ ପ୍ରଥମେ ଜଣଙ୍କ ମନକୁ ଆପେ ଆପେ ବାଘର ଛବି ଆସିଥାଏ। ତେବେ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ସ୍ଥାନ ବର୍ତ୍ତମାନ ଅଫିମ ଚାଷର ହବ୍ ପାଲଟିଲାଣି। ବାଘ ଦେଖିବାକୁ ଗଲେ ଦେଖିବାକୁ ମିଳୁଛି ଅଫିମ କ୍ଷେତ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବନ ବିଭାଗ। ପୁଣି କିଛିଦିନ ବ୍ୟବଧାନରେ ଅବକାରୀ ବିଭାଗ ବଡ଼ ଧରଣର ଚଢାଉ କରି ୭୦ଲକ୍ଷ ଟଙ୍କାର ଅଫିମ ଗଛକୁ ନଷ୍ଟ କରିଛି ।
ଅଫିମ ଚାଷର ହବ୍ ପାଲଟିଲାଣି ଶିମିଳିପାଳ। ଦୁଇବର୍ଷ ମଧ୍ୟରେ ୩୫ କୋଟିରୁ ଉର୍ଦ୍ଧ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲାଣି ବିଭାଗ। ପୁଣି କିଛିଦିନ ବ୍ୟବଧାନରେ ଅବକାରୀ ବିଭାଗର ବଡ଼ ଧରଣର ଚଢାଉ କରି ୭୦ଲକ୍ଷ ଟଙ୍କାର ଅଫିମ ଗଛକୁ ନଷ୍ଟ କରିଛି ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ଅବକାରୀ ବିଭାଗ ଏବଂ ବନବିଭାଗର ଏକ ମିଳିତ ଟିମ ଅସନବଣି, ଫୁଲବାଡ଼ି ଏବଂ ବନ୍ଦୀରାପୋଷିରେ ଚଢାଉ କରି ୨ଏକରରୁ ଅଧିକ ଜାଗାରେ ହୋଇଥିବା ଅଫିମ ଗଛକୁ ନଷ୍ଟ କରିବା ସହିତ ପୋଡି ଦେଇଥିବା ଦେଖିବାକୁ ମିଳିଛି।
ଗତ ଦୁଇ ବର୍ଷ ହବ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଅଫିମ ମାଫିଆ ମାନେ ଅନାୟାସରେ ଏପରି ଚାଷ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ଏହି ନିଶା କବଳରେ ଆସି ଯୁବପିଢି ମଧ୍ୟ ପଥ ଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳିଛି। ଗତ ବର୍ଷ ଶିମିଳିପାଳରେ ୩୩କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିଲା। ତଥାପି ମାଫିଆ ମାନେ ସକ୍ରିୟ ରହି ଚଳିତ ବର୍ଷ ମଧ୍ୟ ଚାଷ କରି ବିଭାଗକୁ ଖୋଲା ଚାଲେଞ୍ଜ ଦେଇଛନ୍ତି।
ଏ ବର୍ଷ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨କୋଟି ଟଙ୍କାର ଅଫିମ ଗଛକୁ ନଷ୍ଟ କରିଥିଲେ ବି ଅଭୟାରଣ୍ୟର ଏକର ଏକର ଜାଗାରେ ଅଫିମ ଗଛ ଥିବାର ଖବର ଆସୁଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେଉଁ ଏରିଆରେ ଅଫିମ ଚାଷ ହେଉଛି, ସେ ଅଞ୍ଚଳରେ ବନବିଭାଗ ଡ୍ୟୁଟି କରୁଥିଲେ ବି କିପରି ଜାଣି ପାରୁନି ? ନା ଏଥିରେ ବନ କର୍ମଚାରୀଙ୍କ ହାତ ଅଛି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)