Advertisment

Vigilance Raid: କୋଟିପତି ଡେପୁଟି କମିଶନର; ବାବୁଙ୍କ ଘରେ କି ସୁନା?

ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗିରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମ ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Vigilance Raid

Vigilance Raid

 କୋଟିପତି ସରକାରୀ ବାବୁ।  ଚଢ଼ାଉ ବେଳେ ଘରୁ ବାହାରୁଛି  ପୁଳା ପୁଳା ସୁନା ସହ  ବିଡ଼ା ବିଡ଼ା ଟଙ୍କା। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଯେପରି ଲାଗୁଛି ବାବୁଙ୍କ ଘରେ ସୁନା, ରୁପା ଓ ହିରାର ଭଣ୍ଡାର। 

Advertisment

 ଆଜି ସକାଳୁ ସକାଳୁ ଡେପୁଟି କମିଶନରଙ୍କ ଘରେ  ଚଢ଼ାଉ କରିଥିଲା  ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଦୀପ ମହାନ୍ତିଙ୍କ ଘର ସହ ଭୁବନେଶ୍ୱର, କଟକ, ପୁରୀ ଓ ନୟାଗଡ଼ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି।

ପ୍ରଦୀପଙ୍କ କଟକ ସ୍ଥିତ ଅଫିସ, ଖୋର୍ଦ୍ଧା ଟାଙ୍ଗରେ ପୈତୃକ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ମୈତ୍ରୀ ବିହାରର ଥିବା ଘର, ରଘୁନାଥପୁରରେ ଥିବା ଘର, ନୟାଗଡ଼ରେ ଥିବା ଫାର୍ମା ହାଉସ ସମେତ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ପୁରୀରେ ଥିବା ପ୍ରଦୀପଙ୍କ ସଂପର୍କୀୟ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ତହସିଲଦାରଙ୍କ ଘରେ ପଶିଲା ଭିଜିଲାନ୍ସ

ପ୍ରଦୀପଙ୍କର  ଭୁବନେଶ୍ୱର ମାଳିପଡ଼ାରେ ଥିବା ପେଟ୍ରୋଲ ପମ୍ପ ଥିବା ଜଣାଯାଇଛି। ସେଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ରଦୀପ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରାଯାଇଛି।

୨ଜଣ ଆଡସିନାଲ ଏସପି, ୧୩ ଜଣ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଜଣ ଏସ୍‌ଆଇଆଇ ସମେତ ଅନ୍ୟ ଭିଜିଲାନ୍ସ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସରକାରୀ ବାବୁ; ଜାରି ରହିଛି ଚଢ଼ାଉ

Bhubaneswar Cuttack Vigilance Vigilance Raid
Advertisment
Advertisment