Advertisment

ATM Heist Mastermind: ଧରାପଡିଲେ ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ରାଜୁ ଓ ରୁସ୍ତମ

ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ।

author-image
Saroj Kumar Jena
atm

atm

ରାଜଧାନୀରେ ନିଦ ହଜାଇଥିବା ଏଟିଏମ ଲୁଟେରା ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସ। ଦୀର୍ଘ ଦେଢମାସର କସରତ ପରେ ଧରାପଡ଼ିଲେ ସମସ୍ତ ୮ ଅପରାଧୀ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗ୍ୟାଙ୍ଗକୁ ଚଳାଉଥିବା ୨ ମାଷ୍ଟରମାଇଣ୍ଡଙ୍କୁ ବି ରାଜ୍ୟ ବାହାରୁ ଆରେଷ୍ଟ କରିଛି ପୋଲିସ। ଲିଙ୍ଗରାଜ ଥାନା ଓ ଧଉଳି ଇନ୍ଦିରାକଲୋନୀ ଏଟିଏମ ଲୁଟ ଘଟଣାରେ ଏମାନେ ଥିଲେ ମାଷ୍ଟରମାଇଣ୍ଡ। କିଭଳି ଜେଲ୍ ଭିତରୁ ଲୁଟ୍ ର ବ୍ଲୁପ୍ରିଣ୍ଟ ବନାଇଥିଲେ, ପୋଲିସ ଆଗରେ ଉଗାଳିଲେ ଅପରାଧୀ।

Advertisment

ଜାନୁଆରୀ ୨୪, ୨୦୨୫। ପୋଲିସର ନିଦ ହଜାଇଥିଲା ଭୁବନେଶ୍ବର ଲିଙ୍ଗରାଜ ଥାନା ଶ୍ରୀରାମନଗରରେ ହୋଇଥିବା ଏଟିଏମ୍ ଲୁଟ୍ ଘଟଣା। ଏଠି ଏଟିଏମ୍ ରୁ ଟଙ୍କା କଣ ପୁରା ଏଟିଏମ୍ କୁ ହିଁ ହରଣଚାଲ କରିନେଇଥିଲେ ଲୁଟେରା। ମେସିନ୍ ଭିତରେ ଥିବା ୨୨ ଲକ୍ଷ ଲୁଟିବା ସହ ଏଟିଏମ ମେସିନକୁ ନିକଟସ୍ଥ ଗଙ୍ଗୁଆ ନାଳରେ ଫିଙ୍ଗି ଚମ୍ପଟ୍ ମାରିଥିଲେ ଦୁର୍ବୃତ୍ତ। ପୋଲିସ ହାତରେ ଲାଗିଥିଲା କେବଳ ଚୋରିରେ ବ୍ୟବହୃତ ଚୋରି ଅଟୋ। ସେଇଦିନଠାରୁ ପ୍ରାୟ ଦେଢ଼ ମାସର କସରତ ପରେ ଧରାପଡ଼ିଛନ୍ତି ଅପରାଧୀ। ମୋଟ ୮ ଜଣ ଏଟିଏମ ଲୁଟେରାଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ।

ଗତ ଶନିବାର ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ ରାଜୁ ଓ ରୁସ୍ତମକୁ ଗାଜିଆବାଦ ଓ ପଶ୍ଚିମବଙ୍ଗରୁ ଧରିଛି ସ୍ପେଶାଲ ସ୍କ୍ବାଡ । ୨୦୨୨ ମସିହାରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଠାରୁ ହୋଇଥିବା ଏଟିଏମ ଲୁଟ ଘଟଣାରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିଲା ବୋଲି ଜାଣିବାକୁ ପାଇଛି ପୋଲିସ।

Advertisment

ଜେଲ ରେକର୍ଡ଼ରୁ ଅଭିଯୁକ୍ତଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଲିଡ଼ ପାଇଥିଲା ପୋଲିସ। ପୂର୍ବରୁ ଗିରଫ ହୋଇଥିବା ଦେବୀ ପ୍ରସାଦ ମଲିଆ ଓରଫ ଭିକି ସହ ରାଜୁର ଜେଲରେ ଗଢିଉଠିଥିଲା ସଂପର୍କ। ଏହାପରେ ସେମାନେ ଏଟିଏମ ଲୁଟିବାର ବ୍ଲପ୍ରିଣ୍ଟ ବନାଇଥିଲେ।ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ପରେ ଆକ୍ସନ ମୋଡ଼କୁ ଆସିଛନ୍ତି ପୋଲିସ କମିଶନର। ଲୁଟ ହେଲେ ଥାର୍ଡ ପାର୍ଟି ଜରିଆରେ ବ୍ୟାଙ୍କ କର୍ତ୍ତୃପକ୍ଷ ବୀମା ଟଙ୍କା ଫେରିପାଉଥିବାରୁ ଆବଶ୍ୟକ ସିସିଟିଭି, ସୁରକ୍ଷାକର୍ମୀ ମୁତୟନ ଦିଗରେ ସଚେତନ ହେଉନଥିବା କହିଛି ପୋଲିସ। ଏଣୁ ଆଗକୁ AI କ୍ୟାମେରା ଲଗାଇବା ସହ Advance facial recognition system ଜରିଆରେ ଅଭିଯୁକ୍ତଙ୍କୁ ଚିହ୍ନଟ ଦିଗରେ ଗୁରୁତ୍ୱାରୋପ କରିଛନ୍ତି ପୋଲିସ କମିଶନର୍। ଓଡିଶା ବାହାରେ ମଧ୍ୟ କିଛି ଏଟିଏମ ଲୁଟ କେସରେ ରାଜୁ ରୁସ୍ତମ୍ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସନ୍ଦେହ କରୁଛି ପୋଲିସ। ସେମାନଙ୍କୁ ରିମାଣ୍ଡରେ ଆଣିଲେ ଟ୍ରାକ ରେକର୍ଡ ସହ ଚୋରି ଟଙ୍କାର ବିନିଯୋଗ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଗାଳିବ ପୋଲିସ।

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

Bhubaneswar ATM Loot
Advertisment
Advertisment