Advertisment

Actress Ranya Rao: ବାପା ଡିଜିପି, ଝିଅ ସ୍ମଗଲର୍; ବେଲ୍ଟ ଷ୍ଟ୍ରାପରେ ଲୁଚାଇଥିଲେ ୧୪ କିଲୋ ସୁନା...

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସିଂ କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Actress Ranya Rao

Actress Ranya Rao

ବାପା ପୋଲିସ୍, ଝିଅ ସୁନା ଚୋର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବିଲକୁଲ୍ ସତ ଘଟଣା। ପୋଲିସ୍ ବି ଏମିତି ସେମିତି ନୁହେଁ, ଡିଜିପି। କର୍ଣ୍ଣାଟକ ପୋଲିସ୍ ହାଉସି କର୍ପୋରେସନ୍ ଡିଜି କେ.ରାମଚନ୍ଦ୍ର ରାଓଙ୍କ ଝିଅ ରନୟା ରାଓ ୧୪ କେଜି ସୁନା ସହ ଧରାପଡ଼ିଛନ୍ତି। 

Advertisment

ଏମିତିକି ସୁନା ସ୍ମଗଲିଂର ତରିକା ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ୍। ବେଶ୍ ଚାଲାକ୍ ସହ ନିଜ ବେଲଟ୍ ଷ୍ଟ୍ରାପ୍‌ରେ ୧୪ କିଲୋ ସୁନାକୁ ଲୁଚାଇ ଦୁବାଇରୁ ଆଣିଥିଲେ। ହେଲେ ବେଙ୍ଗାଲୁରୁ ବିମାନ ବନ୍ଦରରେ Directorate of Revenue Intelligence ଯାଞ୍ଚ ବେଳେ ଧରାପଡ଼ିଥିଲେ ରନୟା। ଆଉ ଏହା ପରେ ସବୁ ସତ ଗୋଟି ଗୋଟି କରି ଉଗାଳିଛି ତଦନ୍ତକାରୀ ସଂସ୍ଥା। 

ଅଧିକ ପଢ଼ନ୍ତୁ: ଧରାପଡିଲେ ଏଟିଏମ ଲୁଟେରା ମାଷ୍ଟର ମାଇଣ୍ଡ ରାଜୁ ଓ ରୁସ୍ତମ

କେମିତି ଧରାପଡ଼ିଲେ ? 

ହେଲେ ରନୟାଙ୍କ ଉପରେ ସନ୍ଦେହ କାହିଁକି ହୋଇଥିଲା ତାକୁ ନେଇ ବି ରୋମାଞ୍ଚକର ତଥ୍ୟ ରହିଛି। ଗଲା ବର୍ଷକ ମଧ୍ୟରେ ୧୦ ଥର ମିଡିଲ୍ ଇଷ୍ଟ୍ ଦେଶକୁ ଗସ୍ତ କରିଥିଲେ। ବାରମ୍ବାର ଦୁବାଇ ଓ ଆରବ ଦେଶକୁ ଯିବାକୁ ନେଇ ତଦନ୍ତକାରୀ ଏଜେନସିର ରାଡାରକୁ ଆସିଥିଲେ। ରନୟା ତାମିଲ ସହ କନ୍ନଡ଼ର ଏକାଧିକ ଫିଲ୍ମରେ କାମ କରିଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ସୁରକ୍ଷାରେ ବଡ ତ୍ରୁଟି, ଫିଲ୍ଡ ମଧ୍ୟକୁ ପଶି ଆସିଲେ ଦର୍ଶକ

Actress
Advertisment
Advertisment