କିମ୍ବଦନ୍ତୀ ଅନୁସାରେ ଶ୍ରୀରାମଚନ୍ଦ୍ର ବନବାସକୁ ଗଲାବେଳେ ବାଟରେ ସରଜୁ ନଦୀ ପଡ଼ିଲା। ଦାସ ରାଜା ନାମରେ ଜଣେ କେଉଟ ଡଙ୍ଗାରେ ବସାଇ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ନଦୀପାର କରାଇ ଦେଇଥିଲେ।
ବାଜୁଛି ଘଣ୍ଟ, ପଡୁଛି ହୁଳହୁଳି । ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ । ଚାଲିଛି ମା’ ଜାଗୁଳେଇଙ୍କ ନବରାତ୍ର ପୂଜା । ଆଖିଖୋଲି ବସିଛନ୍ତି ମା’। ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣିଛନ୍ତି ।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ, ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ।
ଅଲୌକିକ ମୁହୂର୍ତ୍ତ। ଅଦ୍ଭୁତ ଅନୁଭବ। ରାମଲାଲାଙ୍କ ଲଲାଟରେ ସୂର୍ଯ୍ୟଦେବଙ୍କ ଦିବ୍ୟ ତିଳକ। ବର୍ଷକ ପରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଏଭଳି ସ୍ବର୍ଗୀୟ ଦୃଶ୍ୟ। ଅଭିଭୁତ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ, ଟେଲିଭିଜନ୍ ପରଦାରେ ଦେଖି ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ।
ରାମଙ୍କ ଜନ୍ମ ପରେ ଚନ୍ଦ୍ର ତାଙ୍କୁ ଦେଖା କରିବା ଆଶାରେ ଗଲେ। ମାତ୍ର ମନରେ ତାଙ୍କର ଦୁଃଖଟିଏ ଥିଲା। ଅନ୍ତର୍ଯ୍ୟାମୀ ପ୍ରଭୂ ରାମଚନ୍ଦ୍ରଙ୍କ ଦୁଃଖ ଜାଣିପାରି ପଚାରିଲେ, ତୁମ ମନରେ ଦୁଃଖ କାହିଁକି ମୋତେ ଖୋଲି କୁହ।
ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ରଥଯାତ୍ରାକୁ ନେଇ ନାନା କଥା ଶୁଣିବାକୁ ମିଳେ। ରୋଚକ ପୌରାଣିକ କାହାଣୀ ମଧ୍ୟ ରହିଛି। ଆସନ୍ତୁ ଜାଣିବା କେଉଁ କାରଣରୁ ଅଶୋକାଷ୍ଟମୀରେ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା।
ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ପଛରେ ରହିଛି ଏ ସୁନ୍ଦର ପୌରାଣିକ କାହାଣୀ। କେମିତି ଠାକୁରାଣୀରୁ ଝିଅ ପାଲଟି ଗଲେ ମାଆ, କେମିତି ପୂଜକରୁ ବାପା ପାଲଟି ଗଲେ ଦେଶବେହେରା? ପ୍ରତି ଦୁଇବର୍ଷରେ କାହିଁକି ହୁଏ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା? ପଢ଼ନ୍ତୁ ଏହି ରୋଚକ କାହାଣୀ...
ଆମ ଓଡ଼ିଶାରେ ପୀଠ ଗୋଟେକୁ ପରମ୍ପରା ଗୋଟିଏ। ଋତୁ ଅନୁଯାୟୀ ଓଡ଼ିଆ ସମାଜରେ ଅନେକ ପୂଜା ପାର୍ବଣ ପାଳନ ହୋଇଥାଏ। ଏମିତି ବି କିଛି ଆଧ୍ୟାତ୍ମିକ ପରମ୍ପରା ରହିଛି, ଯାହା ଦେବୀପୀଠ ଗୁଡ଼ିକ ସହ ଜଡ଼ିତ।
କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।
ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।
ଓଡ଼ିଶାର ଗାଁ ଗାଉଁଲୀରେ ଦୋଳ ପର୍ବ ଏକ ଲୋକପ୍ରିୟ ପର୍ବ । ତେବେ ପଞ୍ଚୁ ଦୋଳ କ'ଣ ? ଦୋଳଯାତ୍ରା ଯେଉଁଠି ଯେମିତି ପାଳନ ହେଉନା କାହିଁକି, ତାହା ଅନ୍ତରାଳରେ ରହିଛି ପୁରାଣ ବର୍ଣ୍ଣିତ ଭିନ୍ନ ଭିନ୍ନ କାହାଣୀ ଓ କିମ୍ବଦନ୍ତୀ । ପଞ୍ଚୁ ଦୋଳ ବାବଦରେ ପଢ଼ନ୍ତୁ ପୂରା ତଥ୍ୟ ।
ହୋଲି ଉତ୍ସବ ପଛର ପୌରାଣିକ କାହାଣୀ ବଡ଼ କୌତୂହଳ ପୂର୍ଣ୍ଣ। ହୋଲିକୁ ନେଇ ଆମ ସାହିତ୍ୟରେ ମଧ୍ୟ ଅନେକ ବଢ଼ିଆ କଥା ରହିଛି। ହୋଲି ଓ ଦୋଳ ହେଉଛି ଓଡ଼ିଆ ପରମ୍ପରାର ଅଭିନ୍ନ ଅଂଶ। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତି ପରମ୍ପରା ସହିତ ମଧ୍ୟ ହୋଲିର ସଂପର୍କ ରହିଛି।
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ ।
ସାରା ଦେଶରେ ପାଳନ ହେଉଥିବା ରଙ୍ଗର ଉତ୍ସବ ହୋଲି, ଓଡ଼ିଶାରେ ନୂଆ ପରମ୍ପରା ନେଇ ପାଳନ ହୁଏ। ଏଠି ଠାକୁରମାନେ ହିଁ ପ୍ରଥମେ ହୋଲି ଖେଳନ୍ତି। ଯାହାକୁ କୁହାଯାଏ ମେଳଣ। ଗୋଟିଏ ଜାଗାରେ ଦିଅଁମାନେ ବିମାନରେ ଆସି ଏକାଠି ହୁଅନ୍ତି, ତା ପରେ ଭୋଗ ଖାଇ ହୋଲି ଖେଳନ୍ତି। ଏହା ପରଦିନ ହିଁ ମଣିଷମାନେ ହୋଲି ଖେଳନ୍ତି। ଅର୍ଥାତ ଦୋଳ ପରଦିନ ହୁଏ ହୋଲି।
ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି।
ପୌରାଣିତ କିମ୍ବଦନ୍ତୀ ଅନୁଯାୟୀ, ଓଡ଼ିଶାର ଏହି ସ୍ଥାନରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଭକ୍ତ ବିଦୂରଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ଭକ୍ତ ବିଦୁର ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଶାଗଭାତ ଦେଇ ଖୁବ୍ ଚର୍ଚ୍ଚା କରିଥିଲେ। ଶ୍ରୀକୃଷ୍ଣ ଏଥିରେ ସନ୍ତୁଷ୍ଟ ହୋଇ ବର ମାଗିବା ପାଇଁ ଭକ୍ତ ବିଦୂରଙ୍କୁ କହିଥିଲେ। ବିଦୂର ଏମିତି ବର ମାଗିଥିଲେ ଯେ, ସେବେଠାରୁ ଏହି ମେଳଣ ଚାଲିଆସିଛି।
ପୁରାଣ କହୁଛି, ଦେବୀ ପାର୍ବତୀ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଦେଖିବାକୁ ପୁରୀ ଆସିଥିଲେ। କିନ୍ତୁ ରଥଯାତ୍ରା ଦେଖୁଥିବା ବେଳେ ଏକ କରୁଣ ଦୃଶ୍ୟ ଦେଖି ଆଉ ସହିପାରିଲେ ନାହିଁ। ମନସ୍କାମନା ପୂରଣ ପାଇଁ ସେ ବୃଦ୍ଧ ବ୍ରାହ୍ମଣଙ୍କୁ ବତାଇ ଦେଲେ ଏକ ସୁନ୍ଦର ଉପାୟ। ପଢ଼ନ୍ତୁ କଣ ଥିଲା ସେହି ଉପାୟ।
ଓଡ଼ିଶାର ଘରେ ଘରେ ଏହି ମେଳାଟି ପାଳନ ହୁଏ। ପ୍ରାୟତଃ ସୋମବାର ଏହାକୁ ପାଳନ କରାଯାଏ। ଏହି ମେଳାର ବିଶେଷତ୍ୱ ହେଲା, ଏଥିରେ ବେଶୀ କିଛି ପଇସାପତ୍ର ଖର୍ଚ୍ଚ ହୁଏନାହିଁ। କିନ୍ତୁ ବିଶ୍ୱାସ ରହିଛି, ହଜିଲା ଜିନିଷ ଫେରି ପାଇବାକୁ ଏହି ମେଳା ଏକ ଆମୋଘ ଅସ୍ତ୍ର ପରି କାମ ଦିଏ।
ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ, କଳିଯୁଗର ଶେଷ ୫ ବର୍ଷରେ ପୃଥିବୀରେ ପ୍ରଚୁର ବର୍ଷା ହେବ। କଳିଯୁଗ ଶେଷ ବେଳକୁ ପୃଥିବୀ ବନ୍ଧ୍ୟା ହୋଇଯିବ। ଜାଣନ୍ତୁ କ’ଣ କୁହେ ଜ୍ୟୋତିଷ ଶାସ୍ତ୍ର…
ତିନୋଟି ଖରାପ ଅଭ୍ୟାସ ବିଷୟରେ ଗୀତାରେ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ପାପର ତିନୋଟି ମୁଖ୍ୟ ଦ୍ୱାର ବିଷୟରେ କହିଛନ୍ତି। ଏହା ଆମକୁ ଭୁଲ ପଥରେ ନେଇଯାଏ ଆଉ ଆମର ପତନ ଘଟାଇଥାଏ। ଏହା କ’ଣ ଆସନ୍ତୁ ଜାଣିବା…
କୁମ୍ଭ ମେଳା ଶେଷ ହୋଇଥିବା ବେଳେ ପରବର୍ତ୍ତୀ କୁମ୍ଭ ମେଳା କେଉଁଠି ହେବ ତାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା। ପରବର୍ତ୍ତୀ କୁମ୍ଭ ମେଳା ୨୦୨୭ରେ ମହାରାଷ୍ଟ୍ରର ନାଶିକରେ ଅନୁଷ୍ଠିତ ହେବ।
ମାତା ସୀତା ପୃଥିବୀକୁ ଆସିଥିଲେ ସତ, କିନ୍ତୁ ସେ କୌଣସି ମାତୃ ଗର୍ଭରୁ ଜନ୍ମ ହୋଇ ନ ଥିଲେ। ରାଜା ଜନକ କ୍ଷେତରେ ହଳ କରୁଥିବା ବେଳେ ସେ ମାଟିରୁ ସୀତା ପାଇଥିଲେ। ଏମିତି କାହିଁକି ହେଲା? ଆସନ୍ତୁ ଜାଣିବା ଏ ବିଷୟରେ।
#ସରିଲା_ମହାକୁମ୍ଭ ମହାଶିବରାତ୍ରିରେ ଅନ୍ତିମ ସ୍ନାନ ଯୋଗ ସହ ୪୫ ଦିନର ସବୁଠୁ ବଡ଼ ଧାର୍ମିକ ସଙ୍ଗମର ହୋଇଛି ସମାପନ । ତ୍ରିବେଣୀ ସଂଗମରେ ସ୍ନାନ କରି ପୁଣ୍ୟ ଲଭିଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ । ଆଜି ଅନ୍ତିମ ଦିନରେ ଆସ୍ଥା ଓ ବିଶ୍ୱାସର ବୁଡ଼ ପକାଇଛନ୍ତି ଦେଢ କୋଟିରୁ ଅଧିକ ।
କ'ଣ ହୁଏ ଯଦି ଆମେ ଜାଣତରେ ହେଉ କି ଅଜାଣତରେ, ପ୍ରଭୁ ଶିବଙ୍କୁ ଅସମ୍ମାନ ହେଲାପରି କିଛି କରିବସନ୍ତି? ପ୍ରଭୁ ଶିବଙ୍କ ପୂଜାନୀତି ଏବଂ ଓଷାବ୍ରତ ସଂପର୍କରେ ଥରେ ମାତା ପାର୍ବତୀ ତାଙ୍କୁ ପଚାରି ବସିଲେ। ପ୍ରତ୍ୟୁତ୍ତରରେ ପ୍ରଭୁ ଶିବ ତାଙ୍କୁ ଏକାଦିକ ପୌରାଣିକ ଘଟଣାର ବର୍ଣ୍ଣନା କରିଥିଲେ। ଶୁଣନ୍ତୁ ଏହି ସୁନ୍ଦର କାହାଣୀଟି, ଯାହା ଜଣେ ଋଷିଙ୍କୁ ନେଇ।
ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା ।