Advertisment

Paradeshwar Temple: ଅଲୌକିକ, ରହସ୍ୟମୟ; ଜାଣନ୍ତୁ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର କିଛି ସ୍ୱତନ୍ତ୍ରତା...

ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Paradeshwar Temple in Dharmagarh Stands Out as Devotional Fervor Peaks

Paradeshwar Temple in Dharmagarh Stands Out as Devotional Fervor Peaks

ମହାଦେବଙ୍କ ଆରାଧନା ପାଇଁ ସବୁଆଡେ ଭକ୍ତିମେୟ ପରିବେଶ । ସବୁଠି ଚାଲିଛି ପୂଜାର୍ଚ୍ଚନା । ଶିବଙ୍କୁ କରାଯାଉଛି ଉପାସନା । ଅନେକ ଶୈବାଳୟର ଭିନ୍ନ ଆକର୍ଷଣ ରହିଛି । ଧର୍ମଗଡ ଠାରେ ପ୍ରତିଷ୍ଠିତ ପାରଦେଶ୍ୱର ମନ୍ଦିରର ବି ରହିଛି କିଛି ସ୍ୱତନ୍ତ୍ରତା । ଏଠାରେ ପ୍ରତିଷ୍ଠିତ ଶିବଲିଙ୍ଗ ଯେତିକି ରହସ୍ୟମୟ ସେତିକି ଅଲୌକିକ ବୋଲି ଲୋକଙ୍କ ବିଶ୍ୱାସ । କୁହାଯାଏ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ ଯେତିକି ଫଳ ମିଳିଥାଏ ପାରଦେଶ୍ୱରଙ୍କ ଦର୍ଶନରେ ସମାନ ଫଳ ମିଳେ ।

Advertisment

ଆପଣ ତ ଅନେକ ଶିବମନ୍ଦିର ଯାଇଥିବେ ଶିବଲିଙ୍ଗଙ୍କୁ ଦର୍ଶନ କରିଥିବେ । କିନ୍ତୁ ଧର୍ମଗଡରେ ଥିବା ବାବା ପାରଦେଶ୍ୱରଙ୍କ ମନ୍ଦିର ଅନନ୍ୟ । ୫୨ କେଜି ପାରଦରେ ନିର୍ମିତ ବିଶାଳକାୟ ଶିବଲିଙ୍ଗ । ସାଧାରଣତଃ ପାରଦ ହେଉଛି ତରଳ ପଦାର୍ଥ । ଶିବଲିଙ୍ଗ ପାଇଁ ଏହାକୁ କଠିନରେ ପରିଣତ କରିବାକୁ ୭ ବର୍ଷ ସମୟ ଲାଗିଥିଲା ।

ଅଧିକ ପଢ଼ନ୍ତୁ: ଗଣ୍ଡା ପାଇଁ ମହାଦେବଙ୍କ ସହ ଓ ଗନ୍ଧର୍ବ ପାଇଁ କୃଷ୍ଣଙ୍କ ସହ ଅର୍ଜୁନଙ୍କ ଯୁଦ୍ଧର କାହାଣୀ

Advertisment

ଏହାକୁ ପୃଥିବୀର ତୃତୀୟ ଶିବଲିଙ୍ଗର ମାନ୍ୟତା ମିଳିଛି । ଓଡିଶାରେ ୫୨ କେଜି ପାରଦରେ ନିର୍ମିତ ଏହା ପ୍ରଥମ ଶିବଲିଙ୍ଗ । ୨୦୦୧ ମସିହାରେ ଧର୍ମଗଡ ଠାରେ ପାରଦେଶ୍ୱର ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏହାକୁ ଦେଖିବାପାଇଁ ଏବେ ରାଜ୍ୟତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସୁଛନ୍ତି ।

ପ୍ରଥମ ହରିଦ୍ୱାର, ଦ୍ୱିତୀୟ କାଶୀ ଏବଂ ତୃତୀୟରେ ଧର୍ମଗଡରେ ଏହାକୁ ପ୍ରତିଷ୍ଠା କରାଯାଇଛି । ପୁରୀ ବଳରାମ କୋଠ ମଠର ମହନ୍ତ ସ୍ୱର୍ଗତ ଅଯୋଧ୍ୟା ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା । ଲୋକକଥା ରହିଛି ଯେ ଏହି ଲିଙ୍ଗ ଗୁଜରାଟରୁ ଓଡିଶାକୁ ଆସିବା ଦିନ ହିଁ ଭୂଜ୍‌ରେ ଭୂମିକମ୍ପ ହୋଇଥିଲା । ବର୍ଷତମାମ ଏଠାରେ ଅଷ୍ଟାଧ୍ୟାୟୀ ରୂଦ୍ରାଭିଷେକ ଏବଂ ନମକ ଚମକ ପାଠ କରାଯାଇଥାଏ ।  ଶିବରାତ୍ର ରେ ଏହା ସ୍ୱତନ୍ତ୍ର ବିଧିରେ ପୂଜା କରାଯାଏ । 

ଅଧିକ ପଢ଼ନ୍ତୁ: କାହିଁକି ମସ୍ତକରେ ଚନ୍ଦ୍ର ଓ ଶରୀରରେ ଭସ୍ମ ଧାରଣ କରିଥାନ୍ତି ପ୍ରଭୁ ଶିବ?

Dharmagarh Lord Shiva Special Story
Advertisment
Advertisment