କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।
ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।
ଗରମ ପାଣିରେ ଗାଧୋଇବାର ଯେତିକି ଫାଇଦା ଅଛି, ସେତିକି ଅସୁବିଧା ମଧ୍ୟ ରହିଛି। ଅତ୍ୟଧିକ ଗରମ ପାଣି ଚର୍ମର ପ୍ରାକୃତିକ ଆର୍ଦ୍ରତାକୁ ନଷ୍ଟ କରିଦିଏ, ଯାହାଦ୍ୱାରା ଚର୍ମ ଡ୍ରାଏ (ଶୁଖିଲା) ହୋଇଯାଏ। ଏହା ଚର୍ମରେ ଜ୍ୱଳନ, କୁଞ୍ଚନ ଏବଂ ଫାଟ ସୃଷ୍ଟି କରିପାରେ।
ଏଥର ମୌନି ଅମାବାସ୍ୟା ଜାନୁଆରୀ ୨୯ରେ ପଡ଼ୁଛି । ଏଥିପାଇଁ ତୀର୍ଥନଗରୀ ପ୍ରୟାଗରାଜକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମହାକୁମ୍ଭକୁ ମୌନି ଅମାବାସ୍ୟା ଅବସରରେ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ପହଞ୍ଚି ସାରିଛନ୍ତି । ଏଥର ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଏଥିପାଇଁ ପ୍ରୟାଗରାଜରେ ଅସମ୍ଭାଳ ଭିଡ଼ ଲାଗି ରହିଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୧୦ କୋଟି ଶ୍ରଦ୍ଧାଳୁଙ୍କ ପାଇଁ ୧୨ କିଲୋମିଟର ଲମ୍ବା ଘାଟ ନିର୍ମାଣ କରାଯାଇଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗାଧୋଇବା ସମୟରେ ସିଧାସଳଖ ମୁଣ୍ଡରେ ପାଣି ଢାଳିବା ଠିକ୍ ନୁହେଁ। ଏହା ଦ୍ୱାରା ହାର୍ଟଆଟାକ୍ ଓ ବ୍ରେନ୍ଷ୍ଟ୍ରୋକ୍ ଆଶଙ୍କା ବଢିଥାଏ। ତେବେ ସ୍ନାନ କରିବାର ଠିକ୍ ଉପାୟ କ’ଣ ଆସନ୍ତୁ ଜାଣିବା।
ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି।