ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ ।
କୋଇଲା ଚୋରି ପରେ ଡିପୋକୁ ନିଆଯାଉଥିଲା ଓ ପରେ ଡିପୋରୁ ବିଭିନ୍ନ ସ୍ଥାନକୁ ପଠାଯାଉଥିଲା। ସ୍ଥାନୀୟ ଲୋକମାନେ ଏହି ଚୋରି ବିଷୟରେ ଜାଣୁଥିଲେ ବି ଚୋରି କରୁଥିବା ମାଫିଆମାନେ ପ୍ରଭାବଶାଳୀ ହୋଇଥିବାରୁ ଲୋକମାନେ ଚୁପ୍ ରହୁଥିଲେ । ୧୪ ଜଣ ଧରାପଡିବା ପରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ ।
ହାତୀର ଗଡ଼ କୁହାଯାଉଥିବା ଆଠଗଡ଼ରେ କେତେ ଅଛନ୍ତି ଗଜରାଜ ? ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜରେ ହାତୀଙ୍କ ସଂଖ୍ୟା ବଢ଼ିଛି ନା ହ୍ରାସ ପାଇଛି ?
ଶୋକାକୁଳ ପରିବେଶରେ ନୌସେନା ଯବାନ ସହିଦ ଜନସନ୍ ବେହେରାଙ୍କୁ ବିଦାୟ । କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ।
ଆଗ ପଛ ହୋଇ ପରପାରିକୁ ଚାଲିଗଲେ ବାପା-ମାଆ । ବାସ୍ ସେଇଠୁ ଆରମ୍ଭ ହୋଇଗଲା ୧୪ ବର୍ଷୀୟା ବର୍ଷାର ଯନ୍ତ୍ରଣାର କାହାଣୀ । ଦୁଇ ଭାଇଙ୍କୁ ଧରି ନୂଆଁଣିଆ ଚାଳ ଘରେ ରହିବା ସହ ଖାଇବା ପାଇଁ କରୁଛି ସଂଘର୍ଷ...
ଅଲୌକିକ ଘଟଣା : ୫୦ ବର୍ଷ ହେଲାଣି ଚୁଲି ଜଲୁଛି ହେଲେ ପାଉଁଶ ବାହାରୁନି । ମନ୍ଦିରରେ ପ୍ରସାଦ ସେବନ କରି ବ୍ରତ ପାଳନ କରୁଛନ୍ତି ଶହଶହ ଲୋକ
ତିଗିରିଆ ବ୍ଲକ ଗଦାଧରପୁର ଗାଁରେ ୫୦ ବର୍ଷ ତଳେ ଲାଗିଥିଲା ଭୟାନକ ନିଆଁ । ନିଆଁ ଏତେ ଭୟଙ୍କର ଥିଲା ଯେ ପୋଡ଼ିଜଳି ଅନେକ ଘର ନଷ୍ଟ ହୋଇଥିଲା । ପରେ ଗାଁ ଲୋକେ ଚିନ୍ତା କଲେ ଶ୍ରୀରାମଙ୍କ ମନ୍ଦିରଟିଏ ତୋଳିବେ । ଖାଲି ଚିନ୍ତା କଲେ ତାହା ନୁହେଁ ବରଂ ଏକ ମନ୍ଦିର ନିର୍ମାଣ କଲେ । ମନ୍ଦିରରେ ପୂଜା ପାଉଛନ୍ତି ଦାରୁ ଦେବତା ରାମ, ଲକ୍ଷ୍ମଣ, ସୀତା । ଯାହାକି ରଘୁନାଥଜୀଉ ମନ୍ଦିର ନାମରେ ବିଖ୍ୟାତ ।
ଆପଣଜାଣି ଆଶ୍ଚର୍ଯ୍ୟ ହେବେ କି, ଘରେ ଥିବା ସବୁ ଆସବାବପତ୍ର ସହ ଗାଁରେ ଥିବା ନିଜ ଘର ଜମିକୁ ସବୁ ନିଜ ଝିଅ ନାଁରେ କରିଦେଇଥିଲେ ବାପା-ମାଆ । ହେଲେ ଜାଗା, ଜମି ସବୁ ପାଇବା ପରେ ଏବେ ବୁଢା ବାପା-ମାଆଙ୍କୁ ଘରୁ ବାହାର କରିଦେଉଛି ଝିଅ । ସବୁଠୁ ଆଶ୍ଟର୍ଯ୍ୟକର କଥା ହେଲେ ଯେଉଁ ବାପା-ମାଆ ଜାଗା, ଘର ଓ ଜମିକୁ ପିଲାଙ୍କ ନାଁରେ କରିଦେଇଥିଲେ, ଆଜି ସେହି ବାପା-ମାଆ ଅବହେଳିତ ।
ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଖାରଡ଼ ଓ ଜେନାପାଳ ଗାଁ ମାଟିତଳୁ ଦୁଇଟି ହାତୀ କଙ୍କାଳ ମିଳିଥିଲା।
ବିବାହ ହେଉଛି ଦୁଇଟି ହୃଦୟର ମିଳନ। ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ବିବାହ ଦେଖାଇଛୁ ତାହା ଅନ୍ୟ ବିବାହ ଠାରୁ ପୁରା ଅଲଗା। ଏହି ନିଆରା ବିବାହକୁ ନେଇ ସବୁଠି ଚର୍ଚ୍ଚା।
ଚଳିତ ବର୍ଷ ପଞ୍ଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ୧୨ରୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି ।
ଆଜି ପବିତ୍ର ମାସ କାର୍ତ୍ତିକର ପ୍ରଥମ ସୋମବାର ରାଜ୍ୟର ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।ମହାଦେବଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ। ସେହିପରି ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
କଥାରେ ଅଛି, ଯାହାର କାନ ଅଛି ତା’ର ସୁନା ନାହିଁ, ଆଉ ଯାହାର ସୁନା ଅଛି ତା’ର କାନ ନାହିଁ। ଗରିବ ବୁଣାକାର ଘରର ପିଲାଟିଏ। କିନ୍ତୁ ପ୍ରଚଣ୍ଡ ମେଧାବି। JEEରେ ୯୮.୪୨ ନମ୍ବର ରଖିଥିବା ଏହି ପିଲାଟିର କିନ୍ତୁ ଆଗକୁ ବଢ଼ିବାର ବାଟ ବନ୍ଦ ହୋଇଯାଇଛି।
ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି।
ଆଠଗଡ଼ : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କୂଅ ଭିତରେ ପଶିଯାଇଥିଲେ। ଅଧଘଣ୍ଟା ଧରି କାରଟି କୂଅ ଭିତରେ ପଡି ରହିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ଭିତରୁ ବିଶ୍ୱଜିତ୍ଙ୍କୁ ଉଦ୍ଧାର କରି […]