Advertisment

Ramayan Katha: ମାତା ସୀତା କାହିଁକି ମାତୃଗର୍ଭରୁ ଜନ୍ମ ହେଲେନି, ପୃଥିବୀରୁ ବାହାରିଲେ…

ମାତା ସୀତା ପୃଥିବୀକୁ ଆସିଥିଲେ ସତ, କିନ୍ତୁ ସେ କୌଣସି ମାତୃ ଗର୍ଭରୁ ଜନ୍ମ ହୋଇ ନ ଥିଲେ। ରାଜା ଜନକ କ୍ଷେତରେ ହଳ କରୁଥିବା ବେଳେ ସେ ମାଟିରୁ ସୀତା ପାଇଥିଲେ। ଏମିତି କାହିଁକି ହେଲା? ଆସନ୍ତୁ ଜାଣିବା ଏ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
Why sita not born from mother womb know reason

Why sita not born from mother womb know reason

ଭଗବାନ ବିଷ୍ଣୁ ରାବଣଙ୍କୁ ହତ୍ୟା କରିବା ପାଇଁ ତ୍ରେତୟା ଯୁହରେ ମାନବ ରୂପ ନେଇଥିଲେ। ସେ ଅଯୋଧ୍ୟାର ରାଜା ଦାଶରଥ ଏବଂ କୌଶଲ୍ୟାଙ୍କ ପୁତ୍ର ଶ୍ରୀରାମ ଭାବରେ ମାନବ ରୂପରେ ପୃଥିବୀକୁ ଆସିଥିଲେ। ଏହି ସମୟାରେ ମାତା ଲକ୍ଷ୍ମୀ ତାଙ୍କୁ ସାହାଯ୍ୟ କରିବା ପାଇଁ ସୀତା ରୂପରେ ପୃଥିବୀକୁ ଆସିଥିଲେ।

Advertisment

ମାତା ସୀତା ପୃଥିବୀକୁ ଆସିଥିଲେ ସତ, କିନ୍ତୁ ସେ କୌଣସି ମାତୃ ଗର୍ଭରୁ ଜନ୍ମ ହୋଇ ନ ଥିଲେ। ରାଜା ଜନକ କ୍ଷେତରେ ହଳ କରୁଥିବା ବେଳେ ସେ ମାଟିରୁ ସୀତା ପାଇଥିଲେ। ଏମିତି କାହିଁକି ହେଲା? ଆସନ୍ତୁ ଜାଣିବା ଏ ବିଷୟରେ।

ପୌରାଣିକ କାହାଣୀ ଅନୁସାରେ ଭଗବାନ ରାମଙ୍କ ଜନ୍ମ ପରେ ଦେବତାମାନେ ବୁଝିଯାଇଥିଲେ ଯେ ଏପରି ଜଣେ ହୃଦୟବାନ ବ୍ୟକ୍ତି ପୃଥିବୀପୃଷ୍ଠକୁ ଆସିଛନ୍ତି, ଯିଏ ପିତାଙ୍କ ଶପଥ ପୂରଣ କରିବା ପାଇଁ ମଧ୍ୟ ସିଂହାସନ ତ୍ୟାଗ କରୁଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଦ୍ରୌପଦୀ ଭୀମଙ୍କ ପୁଅଙ୍କୁ ଦେଇଥିଲେ ମୃତ୍ୟୁ ଅଭିଶାପ; କାହିଁକି ଜାଣନ୍ତୁ

ସେହିପରି ବ୍ୟକ୍ତି ସମୁଦ୍ର ପାର ହୋଇ ଅନ୍ୟର ରାଜ୍ୟ ଉପରେ କିପରି ବା ଆକ୍ରମଣ କରିବେ? ଦେବତାଙ୍କ ଏହି ଚିନ୍ତାକୁ ଦେବୀ ଲକ୍ଷ୍ମୀ ବୁଝିପାରିଲେ। ମାତା କହିଲେ ଯେ “ଏଥିରେ କିଛି ଫରକ ପଡ଼ିବ ନାହିଁ, ହତ୍ୟାକାରୀ ସାଧାରଣ ହେବା ଆବଶ୍ୟକ, କିନ୍ତୁ ତାଙ୍କୁ ସହଯୋଗ କରିବାକୁ ମୁଁ ଯିବି।”

କାହିଁକି ହେଲା ମାଟିରୁ ଜନ୍ମ:

ଏହା ପରେ ଦେବତା କହିଲେ, “ନା… ନା…। ଆପଣ ଯଦି ମାନବ ଯୋନୀରୁ ଜନ୍ମ ହେବେ ତେବେ ଅସୁବିଧା ହୋଇଯିବ। କାରଣ ରାବଣ ମେଘନାଦର ଜୀବନକୁ ସୁରକ୍ଷିତ ଏବଂ ଭଲରେ ରଖିବା ପାଇଁ ସମସ୍ତ ଗ୍ରହକୁ ନିଜ ନିୟନ୍ତ୍ରଣରେ ରଖିଛି। ତେଣୁ ଯେତେବେଳେ ବି ସେ ଚାହିଁବ, ସେ ଗ୍ରହମାନଙ୍କର ସ୍ଥିତିକୁ ପରିବର୍ତ୍ତନ କରି ଆପଣଙ୍କ ବୁଦ୍ଧିକୁ ଭ୍ରଷ୍ଟ କରିଦେବ। ଗ୍ରହମାନେ ତା’ ଆଦେଶରେ ଗତି କରନ୍ତି। ଏମିତି ଗଡବଡ କରି ସେ ଆପଣଙ୍କୁ ନିୟନ୍ତ୍ରଣ କରିଦେବ।

ଏହା ପରେ ମାତା ଲକ୍ଷ୍ମୀ କହିଲେ, “ଯଦି ମୁଁ ମାନବ ଯୋନୀରୁ ଜନ୍ମ ହେବି, ତେବେ ସିନା ସେ ମତେ ନିୟନ୍ତ୍ରଣ କରିନେବ, ଯଦି ମୁଁ ପୃଥିବୀରୁ ଆସିବି ମୋର ଜନ୍ମ ତାରିଖ ଏବଂ ସମୟ ରହିବ ନାହିଁ, ତେବେ ମୋର କୁଣ୍ଡଳୀ କିପରି ତିଆରି ହେବ? ଯଦି କୁଣ୍ଡଳୀ ନ ରହିବ ତେବେ ଗ୍ରହମାନେ ମୋର ବା କ’ଣ କରିପାରିବେ? ସେଥିପାଇଁ ମାତା ସୀତାଙ୍କ ଜନ୍ମ ପୃଥିବୀରୁ ହୋଇଥିଲା ବୋଲି କୁହାଯାଏ।

ଆସନ୍ତୁ ଜାଣିବା ମାତା ସୀତାଙ୍କ ଜନ୍ମକୁ ନେଇ କେଉଁ ଶାସ୍ତ୍ର କ’ଣ କୁହେ।

ଅଧିକ ପଢ଼ନ୍ତୁ: ମୟଙ୍କ ମାୟା ନଗରୀ ଓ ସେଥିରେ ଅପଦସ୍ଥ ଜଣେ ରାଜକୁମାରର କଥା

ବାଲ୍ମିକୀ ରାମାୟଣ:

ବାଲ୍ମିକୀ ରାମାୟଣରେ ମାତା ସୀତାଙ୍କ ଆବିର୍ଭାବ ଧରିତ୍ରୀରୁ ହୋଇଥିବା କୁହାଯାଏ। ଏଥିରେ ବର୍ଣ୍ଣନା ଅଛି ଯେ ରାଜା ଜନକ ଜମିରେ ହଳ କରିବା ସମୟରେ ଶିଶୁ ରୂପରେ ମାତା ସୀତାଙ୍କୁ ପାଇଥିଲେ। ତାଙ୍କ ଜନ୍ମରେ ବର୍ଷା ହେଲା ଏବଂ ମିଥିଳାରେ ପଡିଥିବା ଦୁର୍ଭିକ୍ଷ ଦୂର ହେଲା।

ବ୍ରହ୍ମବୈବର୍ତ୍ତ ପୁରାଣ:

ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ, ବିଷ୍ଣୁଙ୍କ ଭକ୍ତ ବେଦବତୀ ନାମକ ଜଣେ ମହିଳା ରାବଣଙ୍କୁ ଅଭିଶାପ ଦେଇଥିଲେ ଯେ ସେ ତାଙ୍କ ଝିଅ ଭାବରେ ଜନ୍ମ ହେବେ ଏବଂ ତାଙ୍କର ବିନାଶର କାରଣ ହେବେ। କୁହାଯାଏ ଯେ ସେହି ସୀତା ଶିଶୁ ଭାବରେ ରାବଣ ଏବଂ ମନ୍ଦୋଦରୀଙ୍କଠାରେ ଜନ୍ମ ହୋଇଥିଲେ, ଯାହାକୁ ରାବଣ ସମୁଦ୍ରକୁ ଫିଙ୍ଗିଦେଇଥିଲ। ଦେବୀ ବରୁଣୀ ସେହି ଶିଶୁ କନ୍ୟାକୁ ଧରିତ୍ରୀ ମାତାଙ୍କୁ ହସ୍ତାନ୍ତର କରିଥିଲେ। ସେହି କନ୍ୟା ରାଜା ଜନକଙ୍କୁ ଝିଅ ରୂପରେ ପ୍ରାପ୍ତ ହେଲେ।

ଅଦ୍ଭୁତ ରାମାୟଣ:

ଅଦ୍ଭୁତ ରାମାୟଣ ଅନୁଯାୟୀ ଦେବୀ ଲକ୍ଷ୍ମୀଙ୍କୁ ଝିଅ ଭାବେ ପାଇବା ପାଇଁ ଗୃତ୍ସମଦ ଋଷି ତପସ୍ୟା କରୁଥିଲେ। ସେହି ସମୟରେ ରାବଣ ସେଠାରେ ପହଞ୍ଚି ସେହି ଆଶ୍ରମର ଋଷୀମାନଙ୍କୁ ହତ୍ୟା କଲା, ସେମାନଙ୍କ ରକ୍ତକୁ ଏକ ପାତ୍ରରେ ଭରି ଲଙ୍କାକୁ ନେଇଗଲା।

ମନ୍ଦୋଦରୀ ସେହି ପାତ୍ରରେ ଥିବା ରକ୍ତକୁ ପିଇଦେଇଥିଲେ। ଏହା ପରେ ସେ ଗର୍ଭବତୀ ହୋଇଥିଲେ। ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଆଉ ମିଥିଳା ରାଜ୍ୟକୁ ନେଇ ମାଟିରେ ପୋତିଦେଇଥିଲେ।

ଅଧିକ ପଢ଼ନ୍ତୁ: ଉଆଁସୀ କନ୍ୟାକୁ ସାହାଡ଼ା ବର ଓ ବଂଶବୁଡ଼ା ଭଣଜାର କାହାଣୀ

Sita Ramayana Maharshi Valmiki
Advertisment
Advertisment