Advertisment

Anandbazar mahaprasad: ଆନନ୍ଦବଜାରରେ ଭିଡ଼ କମାଇବାକୁ ଯୋଜନା, ଉତ୍ତର ଦ୍ବାର ବାହାରେ ହୋଇପାରେ ଅନ୍ନଛତ୍ର

ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି।

author-image
Saroj Kumar Jena
shree mandir

shree mandir

ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି। ସେପଟେ ଅଧାପଡ଼ିଥିବା କାର୍ଯ୍ୟର ଅଗ୍ରଗତି ସହ ଧ୍ୟାନ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନ ଯଜ୍ଞ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି।

Advertisment

ଆନନ୍ଦବଜାରରେ ଭିଡ଼ କମାଇବାକୁ ବିକଳ୍ପ ଯୋଜନା ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ହୋଇପାରେ ଅନ୍ନଛତ୍ର ନରେନ୍ଦ୍ର ମହଲାକୁ ଘୁଞ୍ଚିବ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ। ବର୍ତ୍ତମାନର କାର୍ଯ୍ୟାଳୟ ବନିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଅନୁଧ୍ୟାନ ପରେ, ଆଗକୁ ଏଭଳି କିଛି ଯୋଜନା ଥିବା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ସକାଳୁ ସକାଳୁ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସିର ବରିଷ୍ଠ ଅଧିକାରୀ ଓ ସଂସ୍କୃତି ଉପଦେଷ୍ଟା କମିଟି ସଦସ୍ୟମାନେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଅରୁଣସ୍ତମ୍ଭ, ଛାଉଣୀମଠ, ବଡ଼ଛତା ମଠ, ରାମଦୟା ପରିଷଦ ଲଙ୍ଗୁଳି ମଠ, ବଡ଼ ଆଖଡ଼ା ମଠ ଆଦି ବୁଲିବା ସହ ମଠମାନଙ୍କର ଉନ୍ନତୀକରଣ କାର୍ଯ୍ୟ ଏବେବି ଅଧା ପଡ଼ିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଯୁକ୍ତ ଦୁଇ ପରେ ପଢ଼ିପାରିବେ ବିଏଡ୍‌

Advertisment

ଏମାର ମଠ ଓ ସନ୍ନିକଟ ସ୍ଥାନର ଉନ୍ନତୀକରଣ ପାଇଁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ସମସ୍ତେ। ଏହି ଅବସରରେ ଗଜପତି ମହାରାଜା କହିଛନ୍ତି- ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ବଢ଼ି ଚାଲିଥିବାରୁ ଆନନ୍ଦବଜାରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ସୁବିଧା ହୋଇପାରୁନାହିଁ। ତେଣୁ ଉତ୍ତରଦ୍ବାର ବାହାରେ ଅନ୍ନଛତ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି। ଏଥିସହ ନରେନ୍ଦ୍ର ମହଲା ସ୍ଥାନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ବର୍ତ୍ତମାନର କାର୍ଯ୍ୟାଳୟ ଜାଗାରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ କରାଯିବାକୁ ଯୋଜନା ରହିଛି। ଏମାର ମଠରେ ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ବା ଇଣ୍ଟର ପ୍ରିଟେସନସେଣ୍ଟର ନିର୍ମାଣ ହେବ। ତେବେ ଆନନ୍ଦ ବଜାର ବ୍ୟତୀତ ଅନ୍ୟ ସ୍ଥାନରେ ମହାପ୍ରସାଦ ସେବନ ବ୍ୟବସ୍ଥାକୁ ନେଇ ସେବକ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଗତ ସରକାର ସମୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧପନ୍ତରିଆ ଥାଇ ଲୋକାର୍ପଣ କରାଗଲା ପରେ, କାମ ଠପ୍ ପଡ଼ିଛି। ସୂଚନା ଅନୁସାରେ, ଶ୍ରୀଗୁଣ୍ଡିଚା ମନ୍ଦିର ଉନ୍ନତୀକରଣ କାର୍ଯ୍ୟ, ରଘୁନନ୍ଦନ ଲାଇବ୍ରରୀ ଓ ରିକ୍ରିଏସନ ସେଣ୍ଟର ଆଦି ବିକାଶମୂଳକ କାର୍ଯ୍ୟ ୨୦୨୬ ରଥଯାତ୍ରା ପୂର୍ବରୁ ସାରିବାକୁ ଓବିସିସିକୁ କୁହାଯାଇଛି। ସେପଟେ ଗୁରୁକୁଳ ଆଦର୍ଶ ବିଦ୍ୟାଳୟ ଓ ସେବକ ବାସଗୃହ ପରିକଳ୍ପନା ମଧ୍ୟ ଅଧା ପଡ଼ଥିବା ବେଳେ, ପରିଚାଳନା କମିଟି ଗଠନ ହୋଇପାରିନାହିଁ। ଅନ୍ୟପକ୍ଷରେ ସଂସ୍କୃତି ଉପଦେଷ୍ଟା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ପରିକ୍ରମା ପ୍ରକଳ୍ପରେ ସଂସ୍କୃତି ରକ୍ଷା କରାଯାଇ କୌଣସି କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ। ରତ୍ନଭଣ୍ଡାର ଦୀର୍ଘସ୍ଥାୟୀ ମରାମତି ଉପରେ ଏବଂ ଧ୍ୟାନ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତଯଜ୍ଞ ଓ ଅନ୍ନ ଯଜ୍ଞ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅଧିକ ପଢ଼ନ୍ତୁ: ପାଗଳ କଲା ମୋବାଇଲ୍‌ ନିଶା; ବାପା-ମା’ଙ୍କୁ ହାଣିଦେଲା ଝିଅ

Mahaprasad Distribution ShreeMandir
Advertisment
Advertisment