Advertisment

Ram Navami: ରାମନାମରେ ମୁଖରିତ ସବୁ ରାମମନ୍ଦିର, ସବୁଠି ରାମମୟ ପରିବେଶ

ଅଲୌକିକ ମୁହୂର୍ତ୍ତ। ଅଦ୍ଭୁତ ଅନୁଭବ। ରାମଲାଲାଙ୍କ ଲଲାଟରେ ସୂର୍ଯ୍ୟଦେବଙ୍କ ଦିବ୍ୟ ତିଳକ। ବର୍ଷକ ପରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଏଭଳି ସ୍ବର୍ଗୀୟ ଦୃଶ୍ୟ। ଅଭିଭୁତ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ, ଟେଲିଭିଜନ୍ ପରଦାରେ ଦେଖି ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ।

author-image
Saroj Kumar Jena
ram navami

ram navami

ରାଜ୍ୟଠୁ ଦେଶ ସବୁଠି ଶ୍ରୀରାମ ନବମୀର ଉଲ୍ଲାସ। ହୋମଯଜ୍ଞ ଓ ରାମନାମରେ ମୁଖରିତ ସବୁ ରାମମନ୍ଦିର। ସବୁଠି ରାମମୟ ପରିବେଶ। କେଉଁଠି ଉପବାସ ଓ ବ୍ରତ କରି ପୂଜାର୍ଚ୍ଚନାରେ ମଗ୍ନ ଶ୍ରଦ୍ଧାଳୁ ତ କେଉଁଠି ଶ୍ରୀରାମଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେବାର ବାର୍ତ୍ତା ଦେଇ ବାହାରିଛି ବିରାଟ ଶୋଭାଯାତ୍ରା। ଆଉ ସେପଟେ ଗତ ବର୍ଷ ଭଳି ଆଜି ବି କୋଟି ସୂର୍ଯ୍ୟଙ୍କ ଆଭାରେ ଝଲସିଛି ଅଯୋଧ୍ୟା ରାମମମନ୍ଦିରରେ ରାମଲାଲାଙ୍କ ଲଲାଟ।

Advertisment

ପୁଣି ସେଇ ଅଲୌକିକ ମୁହୂର୍ତ୍ତ। ଅଦ୍ଭୁତ ଅନୁଭବ। ରାମଲାଲାଙ୍କ ଲଲାଟରେ ସୂର୍ଯ୍ୟଦେବଙ୍କ ଦିବ୍ୟ ତିଳକ। ବର୍ଷକ ପରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟା ମନ୍ଦିରରେ ପୁଣି ଦେଖିବାକୁ ମିଳିଛି ଏଭଳି ସ୍ବର୍ଗୀୟ ଦୃଶ୍ୟ। ଅଭିଭୁତ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁ, ଟେଲିଭିଜନ୍ ପରଦାରେ ଦେଖି ରୋମାଞ୍ଚିତ ସାରା ବିଶ୍ବର ରାମଭକ୍ତ। ଶ୍ରୀରାମଙ୍କ ଜନ୍ମ ଦିନରେ ଗତବର୍ଷ ଭଳି ଏବର୍ଷ ମଧ୍ୟ ରାମମନ୍ଦିରରେ ହୋଇଥିଲା ବ୍ୟାପକ, ଭବ୍ୟ ଆୟୋଜନ। ରଙ୍ଗବେରଙ୍ଗର ପୁଷ୍ପରେ ନବବଧୂ ପରି ସଜେଇ ହୋଇଥିଲା ମନ୍ଦିର। ମନ୍ତ୍ରପାଠ ସାଙ୍ଗକୁ ଭଜନ କୀର୍ତ୍ତନରେ ମୁଖରିତ ହେଉଥିଲା ପରିବେଶ ତ, ଜନ୍ମୋତ୍ସବ ନୀତି ଦେଖିବାକୁ ବଢ଼ିଚାଲିଥିଲା ଉପସ୍ଥିତ ଭକ୍ତଙ୍କ ଉତ୍ସାହ।..ଆଉ ଏପଟେ ପୂର୍ବାହ୍ନରୁ ପବିତ୍ରଦ୍ରବ୍ୟରେ ଶ୍ରୀବିଗ୍ରହଙ୍କୁ ସ୍ନାନ ଓ ଦିବ୍ୟ ଶୃଙ୍ଗାର ସହ ବାକି ନୀତିକାନ୍ତି ସରିବା ପରେ, ଆଧ୍ୟାତ୍ମିକତା ଓ ବିଜ୍ଞାନର ଅଦ୍ଭୁତ ସଙ୍ଗମ ସହ ସୂର୍ଯ୍ୟଙ୍କ ରଶ୍ମୀକୁ ଦର୍ପଣ ମାଧ୍ୟମରେ ଏକୀକୃତ କରାଯାଇ ଆରମ୍ଭ ହୋଇଥିଲା ସୂର୍ଯ୍ୟ ତିଳକ ପ୍ରକ୍ରିୟା। ଠିକ୍ ମଧ୍ୟାହ୍ନ 12ଟାରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ କ୍ଷଣ। ସୂର୍ଯ୍ୟଙ୍କ ଲକ୍ଷେ କୋଟି ଆଭାରେ ଝଲସିଲା ବାଲକରାମଙ୍କ ମସ୍ତକ, ଝଟକିଲା ହୀରକ ଓ ମାଣିକ୍ୟ ଖଚିତ ସ୍ବର୍ଣ୍ଣଚିତା। ପ୍ରାୟ 4 ମିନିଟ୍ ଯାଏଁ ଦେଖିବାକୁ ମଳିଥିଲା ଏମିତି ଅବିସ୍ମରଣୀୟ ଦୃଶ୍ୟ।

ଅଧିକ ପଢ଼ନ୍ତୁ: ‘ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ’: ତାରା ବାହିନୀପତି

Advertisment

ପବିତ୍ର ଶ୍ରୀରାମ ନବମୀରେ ରାମମୟ ଓଡ଼ିଶାର ପୂରପଲ୍ଲୀ।...ସବୁଠି ଉଲ୍ଲାସ, ସବୁଠି ଉତ୍ସାହ। କେଉଁଠି ରାମନାମ, ରାମଚରିତ ମାନସରେ ମନ୍ଦିର କମ୍ପୁଥିଲା ତ କେଉଁଠି ଦଶରଥନନ୍ଦନଙ୍କ ପୂଜାର୍ଚ୍ଚନାରେ ନିଜକୁ ହଜେଇ ଦେଇଥିଲେ ଭକ୍ତ। ଏ ଦୃଶ୍ୟ ଭୁବନେଶ୍ବର ରାମ ମନ୍ଦିରର। ଧୂପ, ଦୀପ, ନୈବେଦ୍ୟ ସହ ଶ୍ରୀରାମଙ୍କ ଦର୍ଶନ ପାଇଁ ସକାଳଠୁ ସଂଜ ଯାଏ ଲାଗିଥିଲା ଲମ୍ବା ଲାଇନ୍। ସେ ଭିତରେ ରାଜ୍ୟପାଳ ହରିବାବୁ କମ୍ଭାବପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସପତ୍ନୀକ ଭୁବନେଶ୍ବର ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସହ ଆଶିଷ ନେଇଥିଲେ।

ନୟାଗଡ଼ ଜିଲ୍ଲା ଫତେଗଡ଼ ଗୋବର୍ଦ୍ଧନ ପାହାଡ଼ରେ ଥିବା ରାମ ମନ୍ଦିର। ଚୈତ୍ର ଶୁକ୍ଳ ନବମୀ ତିଥିରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଦର୍ଶନ କରିବାକୁ ଆଶିଷ ନେବାକୁ ରାତି ପାହୁ ପାହୁ ଏଠି ଜମିଥିଲା ପ୍ରବଳ ଗହଳି। ବଲାଙ୍ଗୀର ହେଉ କି ବାଲେଶ୍ବର, କଟକର ସାଲେପୁର ହେଉ କି ନରସିଂହପୁର ସବୁଠି ମର୍ଯାଦା ପୁରୁଷ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନିଜ ଭିତରେ ଶକ୍ତି, ଧୈର୍ଯ୍ୟ ଓ ସାମର୍ଥ୍ୟ ଲୋଡ଼ିଛି ଭକ୍ତ। ପୁରୀ ଶ୍ରୀମନ୍ଦିରରେ ରାମ ଜନ୍ମନୀତି ସହ ସହରରେ ଆଜିଠୁ ଆରମ୍ଭ ହୋଇଛି ଅନନ୍ୟ ସାହିଯାତ ପରମ୍ପରା।

ଏ ଦୃଶ୍ୟ ଭଦ୍ରକ ସହରର। ଶ୍ରୀରାମବମୀ ଉତ୍ସବର ସବୁଠୁ ଆକର୍ଷଣ ନଗର ସଂକୀର୍ତ୍ତନ ଶୋଭାଯାତ୍ରାରେ ଯେମିତି ଗୈରିକମୟ ହୋଇଯାଇଥିଲା ସାରା ସହର। ଘଣ୍ଟଘଣ୍ଟା, ଖୋଳ-କରତାଳ ସାଙ୍ଗକୁ ମର୍ଦ୍ଦଳ ଶବ୍ଦରେ କମ୍ପୁଥିଲା ଚଉଦିଗ। ନଗର ସଂକୀର୍ତ୍ତନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ୮୮ଟି ସୁସଜ୍ଜିତ ମେଢ। ସେହିପରି ସମ୍ବଲପୁର ସହରର ମଧ୍ୟ ଶ୍ରୀରାମ ଜନ୍ମୋତ୍ସବ ସମିତି ପକ୍ଷରୁ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି।

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି; ୪୮ ଘଣ୍ଟାରେ ଲଘୁଚାପ !

Sriram Navami Jai Shri Ram
Advertisment
Advertisment