Advertisment

Kalki Avatar: ନିକଟ ହେଲାଣି କି କଳିଯୁଗର ଶେଷ ସମୟ… ଏହି ଦିନ ହେବ କଳ୍‌କୀ ଅବତାର

ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ, କଳିଯୁଗର ଶେଷ ୫ ବର୍ଷରେ ପୃଥିବୀରେ ପ୍ରଚୁର ବର୍ଷା ହେବ। କଳିଯୁଗ ଶେଷ ବେଳକୁ ପୃଥିବୀ ବନ୍ଧ୍ୟା ହୋଇଯିବ। ଜାଣନ୍ତୁ କ’ଣ କୁହେ ଜ୍ୟୋତିଷ ଶାସ୍ତ୍ର…

author-image
Pramod Behera
ଅଦ୍ୟତନ ହୋଇଛି
Last avatar of Vishnu end of kaliyuga near

Last avatar of Vishnu end of kaliyuga near

ପୁରାଣ-ଶାସ୍ତ୍ର ଅନୁଯାୟୀ, କଳିଯୁଗର ଆୟୁଷ ହେଉଛି ୪,୩୨,୦୦୦ ବର୍ଷ। କଳିଯୁଗ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୦୦ ବର୍ଷ ବିତିଯାଇଛି। ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ, କଳିଯୁଗର ଶେଷ ୫ ବର୍ଷରେ ପୃଥିବୀରେ ପ୍ରଚୁର ବର୍ଷା ହେବ। କଳିଯୁଗ ଶେଷ ବେଳକୁ ପୃଥିବୀ ବନ୍ଧ୍ୟା ହୋଇଯିବ।

Advertisment

ଗଛ-ଲତା କିଛି ବି ଉଠିବ ନାହିଁ, ଜୀବଜନ୍ତୁ ସବୁ ନିର୍ଜୀବ ହୋଇଯିବେ। ଲୋକଙ୍କ ମନରେ ଭୟଙ୍କର ଅତ୍ୟାଚାର ଏବଂ ଅପରାଧ ବସା ବାନ୍ଧିବ। ମଣିଷର ଉଚ୍ଚତା ମଧ୍ୟ ହ୍ରାସ ପାଇବ। ପୂଜାପାଠ ଓ ଧର୍ମର ପଥରୁ ଲୋକଙ୍କ ମନ ଦୂରେଇଯିବ। ଲୋକେ ଅତ୍ୟାଚାର ଏବଂ ଅପରାଧର ପଥ ଅନୁସରଣ କରିବେ। ଭାଇ ଭାଇର ଶତ୍ରୁ ହେବ। ସବୁ ସମ୍ପର୍କରେ ତିକ୍ତତା ଦେଖାଯିବ। ଲୋକେ ନିର୍ଲଜ ହୋଇଯିବେ।

ବହୁତ ଲମ୍ବା ହେବ ରାତି:

କଳିଯୁଗର ଶେଷ ରାତି ବହୁତ ଲମ୍ବା ହେବ। ଏହି ଶେଷ ରାତି ପରେ, ଗୋଟିଏ କି ଦୁଇଟି ନୁହେଁ ଏକ ସମୟରେ ୧୨ଟି ସୂର୍ଯ୍ୟ ଉଦୟ। ପୃଥିବୀର ସମସ୍ତ ଜଳ ନ ଶୁଖିଯିବା ପର୍ଯ୍ୟନ୍ତ ଏହି ୧୨ଟି ସୂର୍ଯ୍ୟ ପୃଥିବୀରେ ଅସ୍ତ ହେବେ ନାହିଁ। ଏହା ପରେ ଭଗବାନ ବିଷ୍ଣୁ କଳ୍‌କୀ ଅବତାର ଗ୍ରହଣ କରିବେ ଏବଂ ପୃଥିବୀରୁ ସମସ୍ତ ଜୀବଜନ୍ତୁଙ୍କୁ ଧ୍ୱଂସ କରିବେ। ପୃଥିବୀରେ ଜୀବନ ନଷ୍ଟ ହୋଇଯିବ। ଏହି କାମ ଶେଷ କରିବାକୁ ତିନି ଦିନ ଲାଗିବ।

Advertisment

ଅଧିକ ପଢ଼ନ୍ତୁ: କୃଷ୍ଣ ଓ ଭୀଷ୍ମଙ୍କୁ ଅପମାନ ଓ ଜଣେ ଉଦ୍ଧତ ରାଜାର ମୃତ୍ୟୁ ପ୍ରସଙ୍ଗ

ବିଷ୍ଣୁଙ୍କ ଶେଷ ଅବତାର:

ପୁରାଣ ଅନୁସାରେ କଳ୍‌କୀ ଅବତାର ପ୍ରଭୁ ବିଷ୍ଣୁଙ୍କ ଦଶମ ତଥା ଶେଷ ଅବତାର ହେବ। ଏହି ଅବତାରର ଉଦ୍ଦେଶ୍ୟ ହେଉଛି ପାପକୁ ନଷ୍ଟ କରିବା ଏବଂ ସତ୍ୟ ଏବଂ ଧର୍ମକୁ ପୁନଃ ପ୍ରତିଷ୍ଠା କରିବା। ଭଗବାନଙ୍କ ଏହି ଅବତାର ବିଷୟରେ କଳ୍‌କୀ ପୁରାଣ, ଅଗ୍ନି ପୁରାଣ, ବ୍ରାହ୍ମାଣ୍ଡ ପୁରାଣ, ଭବିଷ୍ୟ ପୁରାଣ ଏବଂ ମହାଭାରତରେ ମଧ୍ୟ ଦେଖିବାକୁ ମିଳେ।

ଆରମ୍ଭ ହେବ ନୂଆ ଜୀବନ:

ପୌରାଣିକ କାହାଣୀ ଅନୁସାରେ ଯେତେବେଳେ ପ୍ରଭୁ ବିଷ୍ଣୁ କଳ୍‌କୀ ଅବତାର ନେବେ, ସେତେବେଳେ ସେ ଏକ ଧଳା ଘୋଡା ଉପରେ ବସି ହାତରେ ଖଣ୍ଡା ଧରି ଏହି ସମଗ୍ର ବ୍ରହ୍ମାଣ୍ଡର ଜୀବନକୁ ସମାପ୍ତ କରିଦେବେ। ଏହା ପରେ ପୁଣି ଥରେ ପୃଥିବୀରେ ନୂଆ ଜୀବନ ଆରମ୍ଭ ହେବ।

ଏପରି ହେବ ଅବତାର:

ଯେତେବେଳେ ବୃହସ୍ପତି ଏବଂ ଶନି ସର୍ବୋଚ୍ଚ ସ୍ଥିତିରେ ଏକାଠି ହୁଅନ୍ତି, ଏହା ଅନୁମାନ କରାଯାଇପାରେ ଯେ କଳ୍‌କୀଙ୍କ ଜନ୍ମ ହେଲା କିମ୍ବା ଜନ୍ମ ହେବାକୁ ଯାଉଛି। ଭଗବାନ କଳ୍‌କୀ ନାରାୟଣ ଜନ୍ମରୁ ହିଁ ୬୪ କଳାରେ ନିପୁଣ ହେବେ।

ଏଥିରୁ ଏହା ସ୍ପଷ୍ଟ ଯେ କଳ୍‌କୀଙ୍କ ଜନ୍ମ ସମୟରେ ସମସ୍ତ ଗ୍ରହ ସେମାନଙ୍କର ସର୍ବୋଚ୍ଚ ସ୍ଥିତିରେ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୫୯୯ରେ ଏହିପରି ସଂଯୋଗ ହେବ। ତେବେ ଏହା କ’ଣ ହେବ କଳ୍‌କୀଙ୍କ ଅବତାର?

ତେବେ ଏହି କଥାକୁ ହେତୁବାଦୀମାନେ ଆଦୌ ବିଶ୍ୱାସ କରୁନାହାନ୍ତି । ଏହାକୁ ସେମାନେ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି । 

ଅଧିକ ପଢ଼ନ୍ତୁ: ଉଆଁସୀ କନ୍ୟାକୁ ସାହାଡ଼ା ବର ଓ ବଂଶବୁଡ଼ା ଭଣଜାର କାହାଣୀ

Dharma Aastha
Advertisment
Advertisment