ଶ୍ରୀମନ୍ଦିର ଆନନ୍ଦ ବଜାରର ଭିଡ଼ ନିୟନ୍ତ୍ରଣ ପାଇଁ ଉତ୍ତର ଦ୍ବାର ବାହାରେ ଅନ୍ନଛତ୍ର କରାଯିବାକୁ ଯୋଜନା। ଆଜି ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧପନ୍ତରିଆ କାର୍ଯ୍ୟକୁ ଦ୍ବିତୀୟ ଥର ପାଇଁ ଅନୁଧ୍ୟାନ କରିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସ୍ଥାନାନ୍ତର ଓ ଅଭ୍ୟର୍ଥନା କକ୍ଷ ପ୍ରତିଷ୍ଠା ନେଇ ପ୍ରସ୍ତାବ ଥିବା ମଧ୍ୟ କହିଛନ୍ତି।
ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ କରାଯିବ ।
ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ।
କୋଭିଡ କଟକଣା ଯୋଗୁ ଦୁଇ ବର୍ଷ ସୁନାବେଶ ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ ।