ପ୍ରବଳ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ।
ବିପଦ ସଙ୍କେତ ଉପରେ ବୈତରଣୀ ଓ ଜଳକା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଅଛନ୍ତି।
ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...
ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ..ଭଣ୍ଡାରୀପୋଖରୀ ଥାନା ଆଖୁଆପଦାର ଘଟଣା
ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ । ଭଣ୍ଡାରି ପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ।
ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।
ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା ।
କେବଳ ଦୁଇଟି ଏସକେପ୍ ପାଇଁ ବୁଡୁଛି ଭଦ୍ରକ । ଟିକିଏ ବଢି ଆସିଲେ ଘରେ ଘରେ ପଶୁଛି ପାଣି...ଖେଳୁଛି ସାପ । ବର୍ଷବର୍ଷ ଧରି ଦାବି କରିବା ପରେ ପ୍ରଶାସନ ସାଜିଛି ନିଦାବିଷ୍ଣୁ...ଲୋକେ କହୁଛନ୍ତି ଯାଜପୁରର ଉନ୍ନତି ହେଉଛି ହେଲେ ଆମର କିଛି ହେଉନି
ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।
କୂଳ ଲଂଘୁଛି ମହାନଦୀ। ଜଳସ୍ତର ବଢିବାରେ ଲାଗିଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଭୟରେ ରହିଛନ୍ତି ନଈକୂଳିଆ ଲୋକେ। ତଳମୁଣ୍ଡରେ ହୀରାକୁଦ, ସୁବର୍ଣ୍ଣପୁର, ବୌଦ୍ଧ ଓ କଟକର ମୁଣ୍ଡଳୀରେ ମହାନଦୀର ଜଳସ୍ତର ବଢିବାରେ ଲାଗିଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ ଜିଲ୍ଲାର ଆଖୁଆପଦାଟାରେ ବୈତରଣୀ ନଦୀ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଏବେ ମହାନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି।
୨୦୧୯ ନିର୍ବାଚନ ବେଳକୁ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲ ପାଇଁ ଭିତ୍ତିପ୍ରସ୍ତର କରିଥିଲେ.. ହେଲେ ଅଢ଼େଇ ବର୍ଷ ହେଇଗଲା ପଥର ଖଣ୍ଡେ ବି ପଡ଼ିଲାନି.. କେବେ ବାଉଁଶ ପୋଲ, କେବେ ଦେଶୀ ଡଙ୍ଗାକୁ ଭରସୁଛନ୍ତି ଅଞ୍ଚଳବାସୀ..
ନା ବାଜିଲା ସାଇରନ୍, ନା ଥିଲା ପୂର୍ବ ସୂଚନା, ହଠାତ୍ ଖୋଲିଦେଲେ ଟେଟ୍। ବିନା ପୂର୍ବ ସୂଚନାରେ ଖୋଲି ଦେଲେ ବୈତରଣୀ ନଦୀ ସିଙ୍ଗିନାଳି ପାୱାର ପ୍ରୋଜେକ୍ଟ ଗେଟ୍। ଫଳରେ ଗାଧୋଉ ଥିବାବେଳେ ୨ ଜଣ ଯୁବକ ଭାସି ଯାଇଥିଲେ।
ଲୋଭ ହେଲା କାଳ ! ବନ୍ୟା ପାଣିରୁ କାଠ ଆଣିବାକୁ ଯାଇଥିବା ବେଳେ ୩ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ଅଗ୍ନିଶମ ବାହିନୀ ଜଣଙ୍କୁ ଉଦ୍ଧାର କରି ଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଆଜି ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜରେ ଏହି ଘଟଣା ଘଟିଛି।