Advertisment

Gita Updesh: ଶ୍ରୀକୃଷ୍ଣଙ୍କ ଉପଦେଶ, ବିନାଶର ତିନୋଟି ଦ୍ୱାର; କଣ ଏହା ଆସନ୍ତୁ ଜାଣିବା…

ତିନୋଟି ଖରାପ ଅଭ୍ୟାସ ବିଷୟରେ ଗୀତାରେ କୁହାଯାଇଛି। ଭଗବାନ ଶ୍ରୀକୃଷ୍ଣ ପାପର ତିନୋଟି ମୁଖ୍ୟ ଦ୍ୱାର ବିଷୟରେ କହିଛନ୍ତି। ଏହା ଆମକୁ ଭୁଲ ପଥରେ ନେଇଯାଏ ଆଉ ଆମର ପତନ ଘଟାଇଥାଏ। ଏହା କ’ଣ ଆସନ୍ତୁ ଜାଣିବା…

author-image
Pramod Behera
ଅଦ୍ୟତନ ହୋଇଛି
According to bhagavad gita these are the three doors of sin

According to bhagavad gita these are the three doors of sin

ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍ ଭଗବତ ଗୀତା ମାଧ୍ୟମରେ ଅର୍ଜୁନଙ୍କୁ ଅନେକ ଉପଦେଶ ଦେଇଛନ୍ତି। କିନ୍ତୁ ଗୀତାରେ ଦିଆଯାଇଥିବା ଶିକ୍ଷା ସେହି ସମୟରେ ଯେତିକି ପ୍ରାସଙ୍ଗିକ ଥିଲା ଏବେ ବି ସେତିକି ପ୍ରାସଙ୍ଗିକ ଅଛି।

Advertisment

ଗୀତା ଉପଦେଶକୁ ମାନୁଥିବା ବ୍ୟକ୍ତି ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ ଏବଂ ଏପରିକି ସବୁଠାରୁ କଷ୍ଟକର ସମୟ ମଧ୍ୟ ଅତି ସହଜରେ ଚାଲିଯାଏ। ଏହା ସହିତ ବ୍ୟକ୍ତି ଜୀବନରେ ସର୍ବଦା ଉପଯୁକ୍ତ ମାର୍ଗଦର୍ଶନ ପାଆନ୍ତି।

ଗୀତାରେ ଜଣେ ବ୍ୟକ୍ତି ଜୀବନର ସମସ୍ତ ଦ୍ୱନ୍ଦ୍ୱ ଏବଂ ସମସ୍ୟା ସମାଧାନର ସୂତ୍ର ମିଳିଯାଏ। ଏମିତି କିଛି ଆଚରଣ ଏବଂ ଅଭ୍ୟାସ ଅଛି ଯାହା ମାନବ ଜୀବନରେ ଅପରିହାର୍ଯ୍ୟ, କିନ୍ତୁ କିଛି ଅଭ୍ୟାସ ଆମକୁ ଭୁଲ ପଥରେ ନେଇଯାଏ, ଯାହା  ଆମର ପତନ ଘଟାଇଥାଏ।

Advertisment

ଏହିପରି ତିନୋଟି ଖରାପ ଅଭ୍ୟାସ ବିଷୟରେ ଗୀତାର ଷୋଡ଼ଶ ଅଧ୍ୟାୟର ୨୧ ଶ୍ଳୋକରେ କୁହାଯାଇଛି। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ପାପର ତିନୋଟି ମୁଖ୍ୟ ଦ୍ୱାର ବିଷୟରେ କହିଛନ୍ତି।

ଅଧିକ ପଢ଼ନ୍ତୁ: ମୟଙ୍କ ମାୟା ନଗରୀ ଓ ସେଥିରେ ଅପଦସ୍ଥ ଜଣେ ରାଜକୁମାରର କଥା

ଏହି ତିନୋଟି କୁ-ଅଭ୍ୟାସ ମଣିଷର ପତନର କାରଣ ହୋଇଥାଏ। ଏହାକୁ ଛାଡିପାରିଲେ ମଣିଷ ମହାମାନବ ହୋଇଯାଏ। ତେବେ ଆସନ୍ତୁ ସେହି ତିନି ଦ୍ୱାରଗୁଡ଼ିକ କ’ଣ ଯାହା ଜଣେ ବ୍ୟକ୍ତିର ଅବନତି ଘଟାଏ ସେ ବିଷୟରେ ଜାଣିନେବା।

ଶ୍ଲୋକ:

ତ୍ରିବିଧଂ ନକସ୍ୟେଧଂ ଦ୍ୱାରଂ ନାଶନମାତ୍ମନ୍।

କାମଃ କ୍ରୋଧସ୍ତଥା ଲୋଭସ୍ତସ୍ମାଦେତତ୍ରୟ ତ୍ୟଜେତ୍॥

ଏହି ଶ୍ଲୋକର ଅର୍ଥ ହେଉଛି ତିନୋଟି ଜିନିଷ – କାମ(ବାସନା), କ୍ରୋଧ ଏବଂ ଲୋଭ ଜଣେ ବ୍ୟକ୍ତିଙ୍କୁ ନର୍କର ଦ୍ୱାର ଆଡକୁ ନେଇଯାଏ। ତେବେ ଆସନ୍ତୁ ଜାଣିବା କିପରି?

କାମ(ବାସନା):

ଯେତେବେଳେ ବ୍ୟକ୍ତିର ମନ ଲୋଭ ଦ୍ୱାରା ପ୍ରଭାବିତ ହୁଏ, ତା’ର ଆସକ୍ତି ଏବଂ ବାସନା ବଢିବାରେ ଲାଗେ। ଏହା ସେହି ବ୍ୟକ୍ତିର ଜ୍ଞାନକୁ ଘୋଡେଇ ଦିଏ। ଏହି କାରଣରୁ ବ୍ୟକ୍ତି ପାପ କରିବାକୁ ବାଧ୍ୟ ହୋଇଥାଏ।

କ୍ରୋଧ:

କ୍ରୋଧ ମନୁଷ୍ୟର ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରେ, ଯାହା ପ୍ରଥମେ ବୁଦ୍ଧିକୁ ନଷ୍ଟ କରେ। କ୍ରୋଧ ସମୟରେ ଜଣେ ବ୍ୟକ୍ତିର ବିବେକ କାମ କରେ ନାହିଁ ଏବଂ ସେ ହିଂସା, ଅତ୍ୟାଚାର ଏବଂ ଖରାପ କାମ କରିବା ଦିଗରେ ଆଗକୁ ବଢେ। ଏହା ମନୁଷ୍ୟର ବିନାଶ କରେ। ତେଣୁ କ୍ରୋଧ କରିବା ପରିବର୍ତ୍ତେ ଜଣେ ଶାନ୍ତ ମନରେ ଚିନ୍ତା କରିବା ଉଚିତ।

ଲୋଭ(ଲାଳସା):

ଶ୍ରୀକୃଷ୍ଣ କହିଛନ୍ତି ଯେ ଆପଣଙ୍କ ପାଖରେ ଯାହା ଅଛି ସେଥିରେ ସନ୍ତୁଷ୍ଟ ହେବା ଉଚିତ, କାରଣ ଜଣେ ବ୍ୟକ୍ତିର ଲୋଭ କେବେ ଶେଷ ହୁଏ ନାହିଁ ଏବଂ ତା’ପରେ ଅଧିକ ପାଇବାକୁ ଇଚ୍ଛା କରି ସେ ଅଧର୍ମର ରାସ୍ତାକୁ ବାଛିଥାଏ। ବ୍ୟକ୍ତି ମିଛ କହିବା, ପ୍ରତାରଣା କରିବା, ଚୋରି କରିବା ଏବଂ ଅନ୍ୟାନ୍ୟ ଅଧର୍ମ କାର୍ଯ୍ୟରେ ଲିପ୍ତ ହୋଇଯାଏ। ତା’ପରେ ଏହା ତାଙ୍କ ପତନର କାରଣ ହୋଇଯାଏ ଏବଂ ତାଙ୍କୁ ବିନାଶ ଆଡକୁ ନେଇଯାଏ।

ଅଧିକ ପଢ଼ନ୍ତୁ: ଉଆଁସୀ କନ୍ୟାକୁ ସାହାଡ଼ା ବର ଓ ବଂଶବୁଡ଼ା ଭଣଜାର କାହାଣୀ

Mahabharata Mahabharat Mahabharat Story
Advertisment
Advertisment