କାହିଁ କେବେଠାରୁ ଏଠାରେ ବାରୁଣୀ ବୁଡ ପଡ଼ିଆସୁଥିବା ବେଳେ କିମ୍ବଦନ୍ତୀ କହେ ପାଣ୍ଡବମାନେ ଅଜ୍ଞାତବାସ କାଳରେ ଏଠାରେ ବୁଡ଼ପକାଇ ପୂଜାର୍ଚ୍ଚନା କରିଥିଲେ । ସେଥିପାଇଁ ସେବେଠାରୁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି।
ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।