ଇଏ ଏକ ନଦୀର ବିଚିତ୍ର କାହାଣୀ। କେମିତି ବୈତରଣୀ ନଦୀ ଆସିଲା ଯାଜପୁର, କେମିତି ଆସିବା ବାଟରେ ସେ ଲୁଚିଗଲା ବଣରେ, ପୁଣି କେମିତି ତାଙ୍କୁ ଉଦ୍ଧାର କରି ଯାଜପୁର ଆଣିଲେ ବ୍ରହ୍ମା, ପଢ଼ନ୍ତୁ ଏହି ଚମତ୍କାର ପୌରାଣିକ କାହାଣୀ।
କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ। ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି।
ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ।