ଦୂରହେବ ବ୍ରହ୍ମପୁର ଗେଟବଜାର ଛକ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା । ଖୁବ୍ଶୀଘ୍ର ଆରମ୍ଭହେବ ଓଭରବ୍ରିଜ୍ କାର୍ଯ୍ୟ ।
ସ୍ୱାସ୍ଥ୍ୟ ବିଭାଗ ଅଧୀନ ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଏ କେଉଁ ଉଦ୍ଦେଶ୍ୟରେ ଫାଇଲ ଚୋରି କରିନେଇଛି, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ଗୋଟିଏ କର୍ପୋରେଟର ଗୋଷ୍ଠୀ କହିଲେଣି ଯେ, ଦୁର୍ନୀତି ଥିବାରୁ ଫାଇଲକୁ ଜାଣିଶୁଣି ଚୋରି କରି ଦିଆଯାଇଛି।
ବିଜେଡି VS ବିଜେଡି । ବ୍ରହ୍ମପୁର ବିଜେଡିରେ ବଡ଼ ଗୋଷ୍ଠୀ କନ୍ଦଳ । ପାଟିତୁଣ୍ଡ ଏବେ ଗଣ୍ଡଗୋଳ ମୁହାଁ ହୋଇ, ମହାନଗର ନିଗମ ଅଫିସରୁ ଜିଲ୍ଲାପାଳଙ୍କ ପାଖକୁ ଗଲା ।
ଅନଲାଇନ୍ ଟ୍ରେଡିଂ ଜାଲରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଲେ ଜମାକାରୀ ।
ବ୍ରହ୍ମପୁର ମହାନଗର ନିଗମ ବୈଠକରେ ହୋହଲ୍ଲା। ଉଠି ଚାଲିଗଲେ ମେୟର, କମିଶନର୍, ଅଧାରେ ବନ୍ଦ ବୈଠକ । ମୁଖ୍ୟ ଫାଟକ ଆଗରେ ଧାରଣା ଦେଲେ କର୍ପୋରେଟର୍ ।
ବ୍ରହ୍ମପୁର ସହରରେ ମାଳ ମାଳ ବୁଲା କୁକୁର । ବୁଲା କୁକୁରଙ୍କୁ ନେଇ ଚିନ୍ତାରେ ସହରବାସିନ୍ଦା । ବ୍ରହ୍ମପୁର ସହର ସାରା ବୁଲା କୁକୁରଙ୍କ ରାଜୁତି।
ବ୍ରହ୍ମପୁରରେ ପୁଣି ପତିଆରା ଜାହିର କଲେଣି ପୁରୁଣା କ୍ରିମନାଲ୍ । ବ୍ୟବସାୟୀଙ୍କୁ ବଟି ମାଗିବା ହେଉ ବା ମାଉଜର ଧରି ଗାଁ ଦାଣ୍ଡରେ ଗୁଳି ଫୁଟାଇବା । ଏମିତିକି ବୋମାରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ।
ସରକାର ଆମର ଯାହା ପାରିବୁ ତା’ କରିବୁ । ବିନା ଦୋଷରେ ଗିରଫ କର । କୋର୍ଟକୁ ଘୋଷାଡ଼ି ଘୋଷାଡ଼ି ତା’କୁ ବଦନାମ କର । ଆଉ ଆମ ବିରୋଧରେ ଯିଏ ଛିଡ଼ା ହେବ ତାକୁ ଭଲରେ ବଞ୍ଚିବାକୁ ଦିଅନି । ଏକଥା ଆମେ କହୁନୁ ଏକଥା ଗୁଡ଼ିକ ଯେମିତି କହିଦେଉଛି, ଓକିଲଙ୍କ ଏହି ବୟାନ ।
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା ରୁଜୁ କରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଅଭିଯୋଗକାରୀ ।
ପୁଣି ବ୍ରହ୍ମପୁର ରାଜନୀତିରେ ବଡ଼ ହଟଚମଟ ! ପୁଣିଥରେ ପଦାରେ ପଡ଼ିଲା ବିଜେଡି ଅନ୍ତର୍କନ୍ଦଳ ! ମୁହାଁମୁହିଁ ମହାନଗର ନିଗମର ଦୁଇ କର୍ପୋରେଟର ଗୋଷ୍ଠୀ ! ବ୍ରହ୍ମପୁର ମେୟରଙ୍କୁ ଗାଦିଚ୍ୟୁତ କରିବାକୁ ଚାଲିଛି କି ମସୁଧା?
ବ୍ରହ୍ମପୁର ମହାନଗରରେ ମଶା ଦାଉରେ ଲୋକେ କାଲୁବାଲୁ । ସକାଳ ହେଉ କି ସଂଜ, ସବୁବେଳେ ମଶାଙ୍କ ଦାଉ । ଆଉ ଏଇ ମଶାଙ୍କ ସ୍ୱର୍ଗ ପାଲଟିଛି ସହରର ବିଭିନ୍ନ ନାଳ ।
ବ୍ରହ୍ମପୁର ସହରରେ କାୟା ମେଲାଉଛି ନକଲି ସାମଗ୍ରୀ । ପ୍ରାୟ ସମୟରେ ଧରାପଡୁଛି ଗୋଟିଏ ପରେ ଗୋଟିଏ ଅପମିଶ୍ରିତ ସାମଗ୍ରୀ । ଖାଦ୍ୟ ସାମଗ୍ରୀଠୁ ନେଇ ଗାଡିର ଇଂଜିନ ଅଏଲ ଯାଏ...ସବୁଠି ଲମ୍ବିଛି ନକଲି, ଅପମିଶ୍ରିତ ସାମଗ୍ରୀର ଚେର ।
ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ।
ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଆୟୋଜିତ ହୋଇଛି ରାଜ୍ୟର ପ୍ରଥମ ବିଲେଇ ପ୍ରଦର୍ଶନୀ ବା କ୍ୟାଟ୍ ଶୋ' । ଏଠାରେ ଦେଶୀ ବିଦେଶୀ ବିଲେଇଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଆପଣ ବି ଯଦି ବିଲେଇ ପ୍ରେମୀ ତେବେ ବ୍ରହ୍ମପୁର ଆସନ୍ତୁ ଏବଂ ବିଲେଇ ଦେଖନ୍ତୁ । କେବଳ ଆଖ ପାଖ ଅଞ୍ଚଳ କାହିଁକି ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଅନେକ ବ୍ୟକ୍ତି ନିଜ ପୋଷା ବିଲେଇକୁ ନେଇ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି....
୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା।
ଜାନିବିଲି ପାଇପ ଲାଇନରେ ଲିକେଜକୁ ନେଇ ଦେଖାଦେଇଛି ଏଭଳି ପାଣି ସମସ୍ୟା। ସହରକୁ ଜଳ ଯୋଗାଣର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ।
ତେଲୁଗୁ ସଂପ୍ରଦାୟର ନବରାତ୍ରରେ କଣ୍ଢେଇ ମେଳା ଅନୁଷ୍ଠିତ ହୁଏ । ବ୍ରହ୍ନପୁରରେ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଯାଇଛି କଣ୍ଢେଇ ମେଳା । ଦକ୍ଷିଣ ଭାରତର ଆନ୍ଧ୍ର ଓ ତେଲେଙ୍ଗାନା ଅଞ୍ଚଳରେ ବିଶେଷ କରି ଦଶହରା ଓ ଦୀପାବଳି ଅବସରରେ କଣ୍ଢେଇ ମେଳା ପାଳିତ ହୁଏ ।
ବ୍ରହ୍ମପୁରବାସୀଙ୍କୁ ନାକରେ କନ୍ଦାଇଲାଣି ଟ୍ରାଫିକ ସମସ୍ୟା । ଘଂଟା ଘଂଟା ଧରି ରାସ୍ତାରେ ଛିଡା ହୋଇ ରହୁଛି ଶହଶହ ଗାଡ଼ି
୨୦୧୯ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ସହରକୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ହେବ କହିଥିଲେ ସରକାର, ହେଲେ ଏଯାଏଁ ଆସିନି ପାଣି । ସେପଟେ କିନ୍ତୁ ପ୍ରକଳ୍ପ ସରିନି କିନ୍ତୁ କାର୍ଯ୍ୟ ଦାୟିତ୍ୱରେ ଥିବା କମ୍ପାନୀକୁ ଟଙ୍କା ଦିଆଯାଇଥିବା ଅଭିଯୋଗ
ମୁଖ୍ୟମନ୍ତ୍ରୀ ନିଜେ ଉଦଘାଟନ କରିଥିଲେ.. ୟା ଭିତରେ ବିତିଗଲାଣି ସାତ ବର୍ଷ.. ଆଉ କେବେ କାର୍ଯ୍ୟକାରୀ ହେବ ନୂଆ ବସଷ୍ଟାଣ୍ଡ ?
ଗତକାଲି ମାଲକାନଗିରିରେ ପକୁଡ଼ି ବିକୁଥିଲେ, ଆଜି ବ୍ରହ୍ମପୁରରେ ହନୁମାନ ଚାଳିଶା ପାଠ କରିଛନ୍ତି।
ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ
ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।
ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା
ସେ ଜଣେ ଜୁଡିସିଆଲ୍ ସିନିୟର କ୍ଲର୍କ.. କିନ୍ତୁ ତାଙ୍କୁ ପିଲାଟି ଦିନରୁ କଏନ ସଂଗ୍ରହ କରିବା ନିଶା ରହିଛି.. ୩୧୦ରୁ ଉର୍ଦ୍ଧ୍ୱ ପ୍ରକାର କଏନ୍ ସଂଗ୍ରହ କରି ସେ ଓଏମ୍ଜି ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି।