Advertisment

Elon Musk: ଏତେ ସମ୍ପତ୍ତି ଆଉ ପ୍ରତିପତ୍ତି, ତଥାପି କାହିଁକି ଅଧିକାଂଶ ରାତି ଅଫସ୍ ଭିତରେ କଟେ ?

ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’

author-image
Minati Mishra
ଅଦ୍ୟତନ ହୋଇଛି
ଏଲନ୍ ମସ୍କ

ଏଲନ୍ ମସ୍କ

ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଏହି ଚର୍ଚ୍ଚା ଖାଲି ଯେ ତାଙ୍କ ସମ୍ପତି ଏବଂ ପ୍ରତିପତ୍ତିକୁ ନେଇ ସେକଥା ନୁହେଁ ।  ଅନେକ ସମୟରେ ସେ ଏମିତି ଟିପ୍ପଣୀ ଦେଇଥାନ୍ତି, ନିଷ୍ପତ୍ତି ନେଇଥାନ୍ତି ତାହା  ବିଶ୍ୱବ୍ୟାପି ଆଲୋଚନା ଆଉ ବିବାଦର ବିଷୟ ହୋଇଥାଏ । ବିଶ୍ୱର ଏହି ନମ୍ବର ୱାନ ଧନୀ ଆଜିକାଲି ଆମେରିକା ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତ ଭାବେ ବେଶ ଜଣାଶୁଣା  । ତାଙ୍କର ରାଜନୈତିକ କାର୍ଯ୍ୟକଳାପକୁ ନେଇ ବି ଜବରଦସ୍ତ ଆଲୋଚନା ହୁଏ । ଏଲନ ମସ୍କ କଥା ପ୍ରସଙ୍ଗରେ ଅନେକ ବାର କହିଛନ୍ତି ସେ ଭୂମି ଉପରେ ଶୁଅନ୍ତି । ହେଲେ ବିଶ୍ୱର ଏତେବଡ ଧନୀ କାହିଁକି ଭୂମି ଉପରେ ଶୁଅନ୍ତି ?  ଆହୁରି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଲନ ମସ୍କ ଅନେକ ସମୟରେ ତାଙ୍କ ଅଫିସରେ ଚଟାଣ ଉପରେ ଶୋଇଥାନ୍ତି ।

Advertisment

ବିଶେଷ କରି ଟେସ୍ଲା ଏବଂ ସ୍ପେସଏକ୍ସରେ କରୁଥିବା ସମୟରେ ସେ ଭୂମି ଉପରେ ଶୋଇ ଯାଆନ୍ତି । ମସ୍କ ତାଙ୍କର ଏହି ଅଜବ ଜୀବନଶୈଳୀ ବିଷୟରେ କହିଛନ୍ତି, ୨୦୧୮ରେ ଟେସ୍ଲାର ପ୍ରଡକ୍ସନ ସମସ୍ୟା ଯେତେବେଳେ ଚାଲିଥିଲା ସେତେବେଳେ ସେ ନିଜ କାରରେ ନୁହେଁ ବରଂ ଫ୍ୟାକ୍ଟ୍ରିର ଚଟାଣ ଉପରେ ଶୋଉଥିଲେ। କାରଣ ଚଟାଣରେ ଶୋଇ ସେ କାମ ଉପରେ ନଜର ରଖି ପାରୁଥିଲେ । ସେ କହୁଥିଲେ, ‘ଯଦି କିଛି ଖରାପ ହେବ ତେବେ ସବୁଠାରୁ ଅଧିକ ମୋ ପାଇଁ ହେବ । ଯଦି କିଛି କଷ୍ଟ ଆସିବ ତେବେ ମୁଁ ସବୁଠାରୁ ବେଶି ଅନୁଭବ କରିବି ।’

କାହିଁକି ଅଫିସରେ ଶୁଅନ୍ତି ମସ୍କ

ଏଲନ ମସ୍କ କହନ୍ତି, ତାଙ୍କର ନିଜର କୌଣସି ସ୍ଥାୟୀ ଘର ନାହିଁ । ସେ ଅଧିକାଂଶ ସମୟରେ ନିଜ ସାଙ୍ଗଙ୍କ ଘରେ କିମ୍ବା ଅଫିସରେ ଶୋଇଥାନ୍ତି । ୨୦୨୨ରେ ସେ ଥରେ କହିଥିଲେ, ଅଧିକାଂଶ ସମୟ ସେ ସ୍ପେସଏକ୍ସ ମୁଖ୍ୟାଳୟ ପାଖରେ ୫୦ ହଜାର ଡଲାର ଭଡାରେ ନେଇଥିବା ଏକ ଛୋଟ ଘରେ ରୁହନ୍ତି । ଯଦି ଘରକୁ ନ ଯାଆନ୍ତି ତେବେ ଟେସ୍ଲା କିମ୍ବା ସ୍ପେସ ଏକ୍ସ ଅଫିସରେ ଶୋଇ ପଡନ୍ତି ।

Advertisment

ଏକ ଇଣ୍ଟରଭ୍ୟୁରେ ସେ କହିଥିଲେ, ରାତିରେ ସେ ମାତ୍ର ୬ ଘଣ୍ଟା ଶୁଅନ୍ତି । ପ୍ରଥମେ ସେ ୪ ଘଣ୍ଟା ଶୋଉଥିଲେ । ଏହାଦ୍ୱାରା  ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲା । ତେଣୁ ଏବେ ରାତିରେ ସେ ୬ ଘଣ୍ଟା ଶୋଉଛନ୍ତି । ଯଦି ଏହାଠାରୁ କମ ଶୁଅନ୍ତି ତେବେ ସେ ତାଙ୍କ କାମ ଠିକରେ କରିପାରିବେନି ବୋଲି କହନ୍ତି  ।

ମସ୍କଙ୍କ ଦୈନନ୍ଦିନ ରୁଟିନ କିପରି 

ଏତେ ସମ୍ପତିର ମାଲିକ ହୋଇ ବି ଏଲନ ମସ୍କଙ୍କ ଦୈନନ୍ଦିନ ଜୀବନ ଖୁବ ବ୍ୟସ୍ତ ଏବଂ ଅନୁଶାସନ ମଧ୍ୟରେ କଟେ ।

ଏଲନ ମସ୍କ ସକାଳ ୭ଟାରେ ଉଠନ୍ତି । ସେ ଦିନରେ ପାଖାପାଖି ୬ରୁ ସାଢେ ୬ ଘଣ୍ଟା ଶୁଅନ୍ତି । ମାନସିକ କାର୍ଯ୍ୟଦକ୍ଷତା ପାଇଁ ପର୍ଯ୍ୟାପ୍ତ ନିଦ ନିହାତି ଜରୁରୀ ବୋଲି ସେ ସ୍ୱୀକାର କରନ୍ତି । ସକାଳୁ ଉଠିବା ପରେ ତାଙ୍କର ପ୍ରଥମ କାମ ହେଲା ଗାଧୋଇବା । ଏହା ତାଙ୍କ ଦେହ ଓ ମନକୁ ଫୂର୍ତ୍ତି ରଖିବା ସହ ସାରା ଦିନ କାମ କରିବା ପାଇଁ ପ୍ରସ୍ତୁତ ରଖିଥାଏ ।

ସକାଳେ ସେ ପ୍ରାୟ ଜଳଖିଆ ଖାଇ ନ ଥାନ୍ତି । ଯଦି ବି ଖାଆନ୍ତି ତେବେ ଅଧିକ ପ୍ରୋଟିନ ଯୁକ୍ତ ଭୋଜନ ଯେମିତି ଆମଲେଟ ଇତ୍ୟାଦି ଖାଆନ୍ତି । ଏଥିସହିତ କଫି ମଧ୍ୟ ପିଇଥାନ୍ତି । ଜଳଖିଆ ଖାଇବା ପରେ ପିଲାମାନଙ୍କୁ ସ୍କୁଲ ପଠାଇଥାନ୍ତି । ତା ପରେ ନିଜେ କାମରେ ବାହାରି ଯାଆନ୍ତି । ସେ ସପ୍ତାହରେ ୮୦ରୁ  ୧୨୦ ଘଣ୍ଟା କାମ କରନ୍ତି ବୋଲି ସ୍ୱୀକାର କରନ୍ତି । ତାଙ୍କ କାମର ଅଧିକ ସମୟ ଡିଜାଇନ ଏବଂ ଇଞ୍ଜିନିୟରିଂରେ କେନ୍ଦ୍ରିତ ଥାଏ ।

ବିଶେଷ ଜରୁରୀ ମିଟିଂ  ନ ହେଲେ ଏଲନ ମସ୍କ ଯୋଗ ଦିଅନ୍ତି ନାହିଁ । ସେ ତାଙ୍କର ସମୟକୁ ଖୁବ ଗୁରୁତ୍ୱ ଦିଅନ୍ତି । ଏଲନ ମସ୍କ ଦିନକ ମଧ୍ୟରେ କ୍ୟାଲୋରୀ ସେବନ ଖୁବ କମ କରିଥାନ୍ତି । ଡାଏଟ କୋକ ପିଇବାକୁ ସେ ଅଧିକ ପସନ୍ଦ କରନ୍ତି । ରାତି ପ୍ରାୟ ୧୦ଟାରେ ମସ୍କ ଘରକୁ ଫେରନ୍ତି । ଘରକୁ ଫେରିବା ପରେ ସେ କିଛି ସମୟ ପଢାପଢି କରନ୍ତି । ନଚେତ ଆନିମେଟେଡ ମୁଭି ଦେଖନ୍ତି ।

ପ୍ରିୟ ଖାଦ୍ୟ କ’ଣ ?

ଏଲନ ମସ୍କ ରାତି ପ୍ରାୟ ଗୋଟାଏରେ ଶୋଇବାକୁ ଯାଆନ୍ତି । ଏଲନ ମସ୍କଙ୍କ ଖାଦ୍ୟ ଖୁବ ସାଧାରଣ । ସେ ସବୁବେଳେ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ସେ ଫଳ, ପନିପରିବା, ଡ୍ରାଏ ଫ୍ରୁଟ୍ସ ଖାଇବାକୁ ବେଶି ପସନ୍ଦ କରିଥାନ୍ତି । ଏହାବ୍ୟତୀତ ଅଟାରେ ପ୍ରସ୍ତୁତ ଡୋନଟ୍ସ ଏବଂ ଚାଉଳରେ ପ୍ରସ୍ତୁତ ଏକ ପ୍ରକାର ଜାପାନୀ ଖାଦ୍ୟ ସୁଶୀ ଏଲନ ମସ୍କଙ୍କ ପ୍ରିୟ ଖାଦ୍ୟ ଅଟେ ।

ଏଲନ ମସ୍କଙ୍କର ଜାପାନୀ ଖାଦ୍ୟ ଖୁବ ପସନ୍ଦ । ବିଶେଷ କରି ବଟର ଚିକେନ ଏବଂ ନାନ ଖାଇବାକୁ ସେ ଖୁବ ଭଲ ପାଆନ୍ତି । ଏ ନେଇ ଟୁଇଟରରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ଭାରତର ବିଭିନ୍ନ ଖାଦ୍ୟ ମଧ୍ୟ ତାଙ୍କୁ ଖୁବ ଭଲ ଲାଗେ ଯାହା ସେ ନିଜ ଟୁଇଟରରେ ପୋଷ୍ଟ କରିଥିବା ଦେଖିବାକୁ ମିଳେ । ମସ୍କ ବିଭିନ୍ନ ଫ୍ଲେବର ଏବଂ ବିଭିନ୍ନ ମସଲା ଯୁକ୍ତ ଖାଦ୍ୟ ଭଲ ପାଆନ୍ତି । ଭାରତୀୟ ଖାଦ୍ୟରେ ଅଧିକ ପରିମାଣର ଫ୍ଲେଭର ଏବଂ ମସଲା ଥିବାରୁ ବୋଧହୁଏ ସେ ଭାରତୀୟ ଖାଦ୍ୟ ଅଧିକ ପସନ୍ଦ କରିଥାନ୍ତି ।

କେଉଁ କାମ ଅଧିକ ପସନ୍ଦ ?

ଇଞ୍ଜିନିୟରିଂ ଏବଂ ଡିଜାଇନ କାମରେ ଏଲନ ମସ୍କଙ୍କର ଖୁବ ରୁଚି ରହିଛି । ସେ ଟେସଲା ଏବଂ ସ୍ପେସଏକ୍ସରେ ନୂଆ ନୂଆ ଉତ୍ପାଦର ଡିଜାଇନ କରିବାରେ ଏବଂ ଏହାର ବିକାଶ କରିବାରେ ଖୁବ ଆକ୍ଟିଭ ଥାଆନ୍ତି ।

ପଢିବାକୁ ଭଲ ପାଆନ୍ତି ମସ୍କ

ବିଭିନ୍ନ ପୁସ୍ତକ ପଢିବାରେ ମସ୍କଙ୍କର ରୁଚି ରହିଛି । ସେ ଦିନର ଅଧିକାଂଶ ସମୟ ପାଠପଢାରେ ବିତାଇଥାନ୍ତି । ନୂଆ ନୂଆ ଟେକନିକ ବିଷୟରେ ଜାଣିବା ପାଇଁ ଖୁବ ଆଗ୍ରହ ରହିଛି ତାଙ୍କର । ନୂଆ ନୂଆ ବ୍ୟବସାୟ ଆରମ୍ଭ କରିବା ଏବଂ ଏଥିରେ ନୂତନତ୍ୱ ଆଣିବା ପାଇଁ ସବୁବେଳେ ଚାହାଁନ୍ତି ଏବଂ ଏଥିନେଇ କାମ କରନ୍ତି । 

ଯୋଗ ଓ ବ୍ୟାୟାମ ବି କରନ୍ତି

ଟ୍ରେଡମିଲରେ ଦୌଡ଼ିବା ସହ ତାଇକୋଣ୍ଡୋ ପରି ମାର୍ଶାଲ ଆର୍ଟକୁ ଏଲନ ମସ୍କ ଖୁବ ପସନ୍ଦ କରନ୍ତି । ମାନସିକ କାର୍ଯ୍ୟଦକ୍ଷତା ସହ ଶାରୀରିକ ସୁସ୍ଥତାକୁ ବି ସେ ଖୁବ ଗୁରୁତ୍ୱ ଦିଅନ୍ତି । ତାଙ୍କ ସହ କାମ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ତାଙ୍କର ପ୍ରଶଂସା କରନ୍ତି । ଅନେକ ତାଙ୍କର ଏପରି ଅଜବ କାରନାମାକୁ ନେଇ ଭିନ୍ନ ଭିନ୍ନ ଟୀପ୍ପଣି ଦେଇଥାନ୍ତି । ଯାହା ବି ହେଉ ତାଙ୍କ ନେତୃତ୍ୱକୁ ସମସ୍ତେ  ପସନ୍ଦ କରନ୍ତି । ନିଜ କମ୍ପାନୀକୁ ନୂଆ ଏବଂ ଭିନ୍ନ ଏକ ଦିଗକୁ ନେବାର ଦକ୍ଷତା ତାଙ୍କ ପାଖରେ ରହିଛି ବୋଲି ସମସ୍ତେ ସ୍ୱୀକାର କରନ୍ତି । ଏତେ ସବୁ ଭଲ ଗୁଣ ଏବଂ କାର୍ଯ୍ୟଦକ୍ଷତା ଭିତରେ ବି ନିଜ ଟୀପ୍ପଣିକୁ ନେଇ ଏଲନ ମସ୍କ ଅନେକ ସମୟରେ ବିବାଦରେ ଫସି ଯାଆନ୍ତି  । ତାଙ୍କର ଅଦ୍ଭୁତ କାର୍ଯ୍ୟଶୈଳୀ ଏବଂ ବିଚାରଧାରାକୁ ନେଇ ତାଙ୍କୁ ସମାଲୋଚନାର ସାମ୍ନା କରିବାକୁ ବି ପଡିଥାଏ । 

Elon Musk World's Richest Man Tesla CEO Elon Musk
Advertisment
Advertisment