ଅନେକ ସମୟରେ ଏବଂ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ନିୟମିତ ଭାବରେ, ଠିକ ରାତିରେ ଶଯ୍ୟାକୁ ଗଲା କ୍ଷଣି ଗୋଡର ମାଂସପେଷୀ ଘୋଳାବିନ୍ଧା ହୋଇ ଛିଡ଼ିପଡ଼ିଲା ପରି ଲାଗେ, ଅସ୍ଥିର ଲାଗେ, ଦିନର ଚଲାବୁଲା ସମୟ ଅପେକ୍ଷା ଅଧିକ କଷ୍ଟ ଲାଗେ। କିନ୍ତୁ ଏମିତି ଯେ କେବଳ ଅଧିକ ବାଟ ଚାଲିଲେ କିମ୍ବା ଅଧିକ ପରିଶ୍ରମ କଲେ ହୁଏ ତାହା ନୁହେଁ, ବରଂ ଏହାର ଅନ୍ୟାନ୍ୟ କାରଣ ମଧ୍ୟ ରହିଥାଏ, ଜାଣିବା ଆଜି ସେଇ ସବୁ କାରଣ।
ଆଜିକାଲି ଏଆଇ ଟେକନିକର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି କର୍ପୋରେଟ ସେକ୍ଟରରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଛି । ହେଲେ ଏଆଇ ବି ମନର କଥା ବୁଝି ପାରିବ, ହୃଦୟ ଆବେଗ, ଭାବପ୍ରବଣତାକୁ ପଢି ପାରିବ ଏବଂ ସେହି ଅନୁସାରେ କାମ କରିବ ଏକଥା ସହଜରେ ବିଶ୍ୱାସ କରି ହୁଏନି । କାରଣ ଯନ୍ତ୍ର ମଣିଷ ଯାହାର ହୃଦୟ ନାହିଁ ସେ କ’ଣ ହୃଦୟର କଥା ବୁଝିବ ? ହେଲେ ନା, ଏଆଇ ମନର କଥା ବି ବୁଝି ପାରୁଛି ।