Advertisment

Mahakumbh 2025: ଖାଁ ଖାଁ ତୀର୍ଥନଗରୀ ପ୍ରୟାଗରାଜ...ଜନଶୂନ୍ୟ ମହାକୁମ୍ଭସ୍ଥଳୀ, ଶ୍ରଦ୍ଧାଳୁଙ୍କୁ ଝୁରୁଛି ସଙ୍ଗମସ୍ଥଳ

ଆଜି ସେ ନିଃଶଦ୍ଦ, ଶ୍ରଦ୍ଧାଳୁଙ୍କ ସ୍ଥାନରେ ପଡ଼ିରହିଛି ଖାଲି ଟେଣ୍ଟ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ପରିସର ଏବେ ନିର୍ଜନ । ହଜାର ହଜାର ଟେଣ୍ଟ ଖୋଲିଯାଇଛି, ମେଳା ପରିସରରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । ଯାହା ଫଳରେ ସହର ଧୀରେ ଧୀରେ ସ୍ୱାଭାବିକ ହେବାକୁ ଯାଉଛି । ପ୍ରାୟ ଦୁଇ ମାସ ଧରି ବିଶ୍ୱର ବିଭିନ୍ନ ସ୍ଥାନରୁ ୬୦ କୋଟିରୁ ଅଧିକ ଲୋକଙ୍କୁ ଆତିଥ୍ୟ ଦେଇଥିବା ପ୍ରୟାଗରାଜ ଏବେ ଖାଲି ଖାଲି ଲାଗୁଛି ।

author-image
Pragyan Paramita Behera
ଅଦ୍ୟତନ ହୋଇଛି
ଜନଶୂନ୍ୟ ମହାକୁମ୍ଭସ୍ଥଳୀ

ଜନଶୂନ୍ୟ ମହାକୁମ୍ଭସ୍ଥଳୀ

ପୃଥିବୀର ସର୍ବବୃହତ ଧାର୍ମିକ ସମାବେଶ ମହାକୁମ୍ଭ ମେଳାର ଆୟୋଜନ କରିଥିବା ପବିତ୍ର ସହର ପ୍ରୟାଗରାଜ ଏବେ ଖାଁ ଖାଁ ଲାଗୁଛି । ଆସ୍ଥା, ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ଐତିହ୍ୟର କେନ୍ଦ୍ରସ୍ଥଳ ପାଲଟିଥିବା ତୀର୍ଥନଗରୀ ଆଜି ଶ୍ରଦ୍ଧାଳୁଙ୍କୁ ଝୁରୁଛି । କାରଣ ବେଶ କିଛି ଦିନ ଲୋକାରଣ୍ୟ ରହିବା ପରେ ମହାକୁମ୍ଭସ୍ଥଳୀ ଜନଶୂନ୍ୟ ହୋଇପଡ଼ିଛି । ଯେଉଁ ପ୍ରୟାଗସ୍ଥଳୀକୁ ଦେଶବିଦେଶର କୋଣ ଅନୁକୋଣରୁ ଅସଂଖ୍ୟ ଶ୍ରଦ୍ଧାଳୁ ଛୁଟି ଆସୁଥିଲେ,ସେ ପବିତ୍ର ନଗରୀରେ ନୀରବତା ରାଜୁତି କରୁଛି । ମହାକୁମ୍ଭରେ ବୁଡ଼ ପକାଇ ଚାଲିଯାଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଗାଡ଼ିର କେଁ କାଁ ଶଦ୍ଦ ଆଉ ଶ୍ରଦ୍ଧାଳୁଙ୍କ କୋଳାହଳ ଭିତରେ ଫାଟି ପଡ଼ୁନି ସଙ୍ଗମ ସ୍ଥଳ ।

Advertisment

ଆଜି ସେ ନିଃଶଦ୍ଦ, ଶ୍ରଦ୍ଧାଳୁଙ୍କ ସ୍ଥାନରେ ପଡ଼ିରହିଛି ଖାଲି ଟେଣ୍ଟ । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ପରିସର ଏବେ ନିର୍ଜନ । ହଜାର ହଜାର ଟେଣ୍ଟ ଖୋଲି ଯାଇଛି, ମେଳା ପରିସରରେ ଯାନବାହନ ଚଳାଚଳକୁ ଅନୁମତି ଦିଆଯାଇଛି । ଯାହା ଫଳରେ ସହର ଧୀରେ ଧୀରେ ସ୍ୱାଭାବିକ ହେବାକୁ ଯାଉଛି । ପ୍ରାୟ ଦୁଇ ମାସ ଧରି ବିଶ୍ୱର ବିଭିନ୍ନ ସ୍ଥାନରୁ ୬୦ କୋଟିରୁ ଅଧିକ ଲୋକଙ୍କୁ ଆତିଥ୍ୟ ଦେଇଥିବା ପ୍ରୟାଗରାଜ ଏବେ ଖାଲି ଖାଲି ଲାଗୁଛି ।

କୌଣସି ଏକ ଧାର୍ମିକ କାର୍ଯ୍ୟରେ ପ୍ରାୟ ଅର୍ଦ୍ଧାଧିକ ହିନ୍ଦୁ ଧର୍ମର ଲୋକ ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଗୋଟିଏ ବିଶ୍ୱ ରେକର୍ଡ। ୬୬ କୋଟି ଲୋକ ବୁଡ଼ ପକାଇବାର ଅର୍ଥ ଆମେରିକା ଜନସଂଖ୍ୟାର ୨ ଗୁଣ ଲୋକ ଆସ୍ଥାର ବୁଡ଼ ପକାଇଛନ୍ତି। ଆମେରିକାର ଜନସଂଖ୍ୟା ୩୪ କୋଟି ହୋଇଥିବା ବେଳେ ଗଙ୍ଗା, ଯମୁନା ଓ ସରସ୍ୱତୀର ସଙ୍ଗମ ସ୍ଥଳରେ ୬୬ କୋଟି ଲୋକ ପବିତ୍ର ସ୍ନାନ କରିଛନ୍ତି।

Advertisment
ଚାଲିଛି ସଫେଇ ଅଭିଯାନଚାଲିଛି ସଫେଇ ଅଭିଯାନ

ମହାକୁମ୍ଭର ଶେଷ ଦିନରେ ଭାରତୀୟ ବାୟୁସେନା ମେଳା ଅଞ୍ଚଳରେ ଏକ ଏୟାର ସୋ’ର ଆୟୋଜନ କରିଥିଲା । ହେଲିକପ୍ଟରରୁ ଶ୍ରଦ୍ଧାଳୁଙ୍କ ଉପରକୁ ଫୁଲ ବର୍ଷା କରାଯାଇଥିଲା । ଅନ୍ତିମ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମଗ୍ର କୁମ୍ଭମେଳା ଅଞ୍ଚଳକୁ ନୋ ଭେଇକିଲ ଜୋନରେ ପରିଣତ କରାଯାଇଥିଲା । କୌଣସି ବ୍ୟକ୍ତିଙ୍କୁ ଭିଆଇପି ସୁବିଧା ଦିଆଯାଇନଥିଲା ।

ସଫଳତାର ସହ ମହାକୁମ୍ଭ ସମାପ୍ତ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜରେ ପହଞ୍ଚି ସଫେଇ ଅଭିଯାନ ଆରମ୍ଭ କରିଥିଲେ । ସେ ଗଙ୍ଗା ନଦୀରୁ ଆବର୍ଜନା ବାହାର କରିଥିଲେ। ଏଥି ସହିତ ମହାକୁମ୍ଭରେ ନିୟୋଜିତ ସଫେଇ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଉତ୍ତରପ୍ରଦେଶର ସଫେଇ କର୍ମଚାରୀମାନେ ୧୦୦୦୦ ଟଙ୍କା ଅତିରିକ୍ତ ବୋନସ୍ ପାଇବା ସହ ମାସକୁ ସର୍ବନିମ୍ନ ୧୬୦୦୦ ଟଙ୍କା ଦରମା ପାଇବେ ବୋଲି ଘୋଷଣା କରିଛନ୍ତି । ଯୋଗୀ କହିଛନ୍ତି, ମୁଁ ସମସ୍ତ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ, ପରିବହନ ବିଭାଗ ତଥା ସୁରକ୍ଷା କର୍ମୀମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ଏତେ ବଡ ଅଭିଯାନ ସହ ଜଡିତ ଥିଲେ ।

ଅନ୍ୟପଟେ ଆଗାମୀ ୧୫ ଦିନ ମଧ୍ୟରେ ସଙ୍ଗମ ଘାଟ, ମେଳା ଭୂମି ରାସ୍ତା ଏବଂ ସ୍ଥାୟୀ ଏବଂ ଅସ୍ଥାୟୀ ଭିତ୍ତିଭୂମି ସଫା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ୧୫,୦୦୦ ରୁ ଅଧିକ ସଫେଇ କର୍ମଚାରୀ ଏବଂ ୨,୦୦୦ ଗଙ୍ଗା ସେବା ଦୂତ ସମଗ୍ର କାର୍ଯ୍ୟକ୍ରମ ଅଧୀନରେ ପରିଚ୍ଛନ୍ନତା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ସମୟରେ ସୃଷ୍ଟି ହେଉଥିବା ସମସ୍ତ ଅଳିଆକୁ ପ୍ରକ୍ରିୟାକରଣ କରାଯିବା ସହ ପ୍ଲାଣ୍ଟରେ ନିଷ୍କାସନ କରାଯାଇଛି ।

ଆଉ ଦୁଇ ତିନି ଦିନ ଭିତରେ ନଦୀର ପଠା ଧିରେ ଧିରେ ଫାଙ୍କା ପଡିଯିବ । ଏବେ ସରକାରଙ୍କ ପକ୍ଷରୁ ବିଛାଯାଇଥିବା ଅସ୍ଥାୟୀ ପାଇପଲାଇନ, ବିଦ୍ୟୁତ ବିଭାଗ ଦ୍ୱାରା ସ୍ଥାପିତ ଷ୍ଟ୍ରିଟଲାଇଟ ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ହୋଇଥିବା ତମ୍ବୁ ଏବଂ ମଣ୍ଡପଗୁଡ଼ିକୁ ଭାଙ୍ଗି ଦିଆଯାଉଛି। ମହାକୁମ୍ଭ ପାଇଁ ସ୍ଥାପିତ ହୋଇଥିବା ୧.୫ ଲକ୍ଷ ଅସ୍ଥାୟୀ ଶୌଚାଳୟକୁ ଆଗାମୀ କିଛି ଦିନ ମଧ୍ୟରେ ଭାଙ୍ଗି ହଟାଇ ଦିଆଯିବ।

ମହାଶିବରାତ୍ରିରେ ଅନ୍ତିମ ଅମୃତ ସ୍ନାନ ସହ ସରିଛି ମହାକୁମ୍ଭ । ମହାକୁମ୍ଭ ମେଳା ଫେବ୍ରୁଆରି ୨୬ ଯାଏଁ ଦେଢ଼ ମାସ ଧରି ଚାଲିଲା । ଏହି ମେଳାରେ ଧର୍ମ, ସଂସ୍କୃତି ଏଵଂ ଭକ୍ତିର ସମାଗମ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଏହି କୁମ୍ଭମେଳା ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ସମୟରେ ଗ୍ରହମାନଙ୍କର ବିରଳ ମିଶ୍ରଣ ଯୋଗୁଁ ଖୁବ ସ୍ୱତନ୍ତ୍ର ଥିଲା। ମହାକୁମ୍ଭରେ ପୂର୍ଣ୍ଣିମା, ରବି, ଭାଦ୍ରବାସ ଯୋଗ ମଧ୍ୟ ରହିଥିଲା। ୧୪୪ ବର୍ଷରେ ପରେ ଏପରି ସଂଯୋଗ ପଡ଼ିଥିଲା।

ସାଧୁଙ୍କ ଆସ୍ଥାନ ଖାଁ ଖାଁସାଧୁଙ୍କ ଆସ୍ଥାନ ଖାଁ ଖାଁ

ମମତାର ମହାକୁମ୍ଭରେ ନୂଆ ଯୁଗର ଆରମ୍ଭ ହୋଇଛି । ମହାକୁମ୍ଭ କେବଳ ଏକ ଉତ୍ସବ ନୁହେଁ ବରଂ ଆମର ସଂସ୍କୃତି, ପରମ୍ପରା ଏବଂ ବିଶ୍ୱାସର ପ୍ରତୀକ । ଧାର୍ମିକ ଦୃଷ୍ଟିରୁ ନୁହେଁ ବରଂ ସାମାଜିକ, ପ୍ରଶାସନିକ ଏବଂ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ମହାକୁମ୍ଭ । ଏହି ମେଳା ଅନେକ ଗିନିଜ୍ ବିଶ୍ୱ ରେକର୍ଡ ହାସଲ କରିଛି । ସବୁଠାରୁ ବଡ଼ ଏକକାଳୀନ ନଦୀ ସଫେଇ, ଏକ ସ୍ଥାନ ସ୍ୱଚ୍ଛତା ଅଭିଯାନରେ ସର୍ବାଧିକ ସଂଖ୍ୟକ ସ୍ୱେଚ୍ଛାସେବକ ଅଂଶଗ୍ରହଣ ଏବଂ ମାତ୍ର ଆଠ ଘଣ୍ଟା ମଧ୍ୟରେ ସର୍ବାଧିକ ଅଂଶ ଗ୍ରହଣକାରୀଙ୍କ ହାତ ଛାପ ଚିତ୍ର ସୃଷ୍ଟି ଆଦି ଏଥିରେ ସାମିଲ ରହିଛି ।

ଏହି କାର୍ଯ୍ୟକ୍ରମର ତଦାରଖ କରୁଥିବା ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଏତେ ବିଶାଳ ସମାବେଶର ପରିଚାଳନା କରିବା ଏକ ଆହ୍ୱାନ ଥିଲା । ପ୍ରୟାଗରାଜ ସହରକୁ ହାଇ ସିକ୍ୟୁରିଟି ଜୋନ ଘୋଷଣା କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଥିଲେ। ସୁରକ୍ଷା ପାଇଁ ଅନେକ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଥିଲା। ପ୍ରୟାଗରାଜରେ ଡ୍ରୋନ୍ କ୍ୟାମେରା, ଏଆଇ ଆଧାରିତ ମନିଟରିଂ ସିଷ୍ଟମ ଏବଂ ୫୦୦୦ରୁ ଅଧିକ ସିସି ଟିଭି କ୍ୟାମେରା ଲଗାଯାଇଥିଲା। ସେହିପରି କୌଣସି ଜରୁରୀକାଳୀନ

ପରିସ୍ଥିତିର ମୁକାବିଲା ପାଇଁ ସହରର ମୁଖ୍ୟ ରାସ୍ତା ଏବଂ ସ୍ନାନ ଘାଟଗୁଡ଼ିକରେ ସ୍ୱତନ୍ତ୍ର ପୋଲିସ ପୋଷ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା। କିନ୍ତୁ ଉନ୍ନତ ଯୋଜନା, ସୁରକ୍ଷା ବ୍ୟବସ୍ଥା ଏବଂ ଜ୍ଞାନକୌଶଳ ଦ୍ୱାରା ସୁରୁଖୁରୁରେ ସବୁକିଛି ଅନୁଷ୍ଠିତ ହୋଇଯାଇଛି । ମହାକୁମ୍ଭ ବିଶ୍ୱାସ, ଏକତା ଏବଂ ଭାରତର ଅତୁଳନୀୟ ଆଧ୍ୟାତ୍ମିକ ପରମ୍ପରାର ପ୍ରମାଣ ଦେଇଛି। ଏହା ପୁଣି ଥରେ ପ୍ରମାଣିତ କରିଛି ଯେ ଧାର୍ମିକ ମହତ୍ତ୍ୱ ବ୍ୟତୀତ କୁମ୍ଭ ମେଳା ସାଂସ୍କୃତିକ ସ୍ଥିରତା, ମାନବିକ ସହଯୋଗ ଏବଂ ଭକ୍ତିର ପ୍ରତୀକ ଅଟେ।

Kumbh Mela Kumbh Mela Pilgrims Prayagraj Lonely Mahakumbh 2025
Advertisment
Advertisment