ରାଜ୍ୟରେ ହେଉଥିବା ବିଭିନ୍ନ ନିର୍ବାଚନରେ ମହିଳା ନେତୃତ୍ୱଙ୍କ ଅଂଶଗ୍ରହଣରେ କେବଳ ବୃଦ୍ଧି ଘଟିଛି ତା ନୁହେଁ, ମତଦାନ ସାବ୍ୟସ୍ତ କରୁଥିବା ଭୋଟରଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ । ସେ ଦୃଷ୍ଟିରୁ ମହିଳାମାନେ ରାଜନୀତିରେ ଅଂଶଗ୍ରହଣ କରିବା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ମହିଳା ପ୍ରତିନିଧିମାନେ ମହିଳା ହିଂସାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକ ବହନ କରିପାରିବେ ।
ମହିଳାମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ତଥା ମହିଳା ସଶକ୍ତିକରଣର ନାରା ଗାଆଁ ରୁ ସହର ପର୍ଯ୍ୟନ୍ତ ପ୍ରସାରିତ କରୁଥିବା ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଚିନ୍ତା ଓ ଆଶ୍ଚର୍ଯ୍ୟ କଲାଭଳି ଖବର। ତେବେ ଏତେ ସଂଖ୍ୟକ ନିଖୋଜ ମହିଳା ଓ ଝିଅ ଗଲେ କୁଆଡେ?