Advertisment

Crime Story: ସମ୍ପତ୍ତି ଲୋଭରେ ବାପାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଲା ପୁଅ

ଏହି ଭୟ ଯୋଗୁ ଫେବୃଆରୀ ୧୬ ତାରିଖରେ ସେ ହତ୍ୟା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟାକାଣ୍ଡର ଏକ ଡିଲ୍ କରିଥିଲା। ଯୋଜନା ଅନୁଯାୟୀ, ୧୬ ତାରିଖ ରାତିରେ ରାକେଶ ପ୍ରଥମେ ଯାଇ ବାପା କେଉଁଠି ଶୋଇଛନ୍ତି, ଦେଖିଥିଲା। ବାପା ଘର ବାହାରେ ଥିବା ଏକ ବଖରାରେ ଶୋଇଥିବା ବେଳେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ଦୁଇ ସମ୍ପର୍କୀୟ ଭାଇ ରାଜେଶ ଓ ଛୋଟେଙ୍କୁ ଆକ୍ରମଣ କରିବାକୁ ପଠାଇଲା।

author-image
Puspanjali Panda
ଅଦ୍ୟତନ ହୋଇଛି
ପୁଅ ରଚିଲା ଷଡ଼ଯନ୍ତ୍ର

ପୁଅ ରଚିଲା ଷଡ଼ଯନ୍ତ୍ର

ସମ୍ପତ୍ତି ଲୋଭରେ ପୁଅ ନିଜ ବାପାଙ୍କୁ ହତ୍ୟା କରିବାକୁ ଭୟଙ୍କର ଷଡ଼ଯନ୍ତ୍ର ରଚିଲା। ସେ ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ୩୦ ହଜାର ଟଙ୍କା ହତ୍ୟା ପାଇଁ ସୁପାରି ଦେଇଥିଲା। କିନ୍ତୁ ହତ୍ୟା ଉଦ୍ୟମ ସମୟରେ ପଡ଼ୋଶୀ ଦେଖିଦେବାରୁ ଏହି ହତ୍ୟାକାଣ୍ଡ ଫସର ଫାଟିଥିଲା। ଏହି ହତ୍ୟାକାଣ୍ଡରେ ପୁଲିସ ବଡ଼ ପର୍ଦ୍ଦାଫାସ କରିଛି। ଏଭଳି କାଣ୍ଡ ଉତ୍ତରପ୍ରଦେଶରେ ଘଟିଛି। ତେବେ ବାପା ତାଙ୍କ ଜମିର ଅଧା ଭାଗ ତାଙ୍କ ପ୍ରେମିକାର ପୁଅକୁ ହସ୍ତାନ୍ତର କରିବା ଯୋଜନା କରିଥିବାରୁ ପୁଅ ରାଗରେ ଏଭଳି ହତ୍ୟା ଷଡ଼ଯନ୍ତ୍ରର ସୂତ୍ରପାତ କରିଥିଲା।

Advertisment

ସେଦିନର ସେ ରାତି ଥିଲା ଏମିତି

ଉତ୍ତରପ୍ରଦେଶ ବରେଲି ଜିଲ୍ଲା ସିବି ଗଞ୍ଜ ଅଞ୍ଚଳର ପାସ୍ତୌର ଗାଁରେ ରାମଲାଲଙ୍କ ପୁଅ ଲୀଳାଧର (୫୮)। ଗଲା ଫେବୃଆରୀ ୧୭ ତାରିଖ ରାତିରେ ତାଙ୍କ ଘର ବାହାରେ ଥିବା ଏକ ବଖରାରେ ସେ ଶୋଇଥିଲେ। ରାତି ପ୍ରାୟ ୧୨ଟା ୩୦ ସମୟରେ ଦୁଇ ଜଣ ଅଜ୍ଞାତ ଆକ୍ରମଣକାରୀ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରଥମେ ସେମାନେ ପିସ୍ତଲରୁ ଗୁଳି ଚଳାଇବାକୁ ଚେଷ୍ଟା କଲେ। କିନ୍ତୁ କ୍ୟାଟ୍ରିଜ ଖସିପଡ଼ିଥିଲା। ତା'ପରେ ଆକ୍ରମଣକାରୀମାନେ ତାଙ୍କୁ ଏକ ଛୁରୀରେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସଂଯୋଗବଶତଃ ସେହି ସମୟରେ ଲୀଳାଧରଙ୍କ ପ୍ରେମିକାର ସ୍ୱାମୀ ସେହି ବାଟ ଦେଇ ଯାଉଥିଲେ। ସେ ଆକ୍ରମଣକାରୀମାନଙ୍କୁ ଦେଖିଦେବାରୁ ଉଭୟ ଆକ୍ରମଣକାରୀ ଭୟଭୀତ ହୋଇ ଲୀଳାଧରଙ୍କୁ ଗୁରୁତର ଆହତ କରିବା ପରେ ଫେରାର ହୋଇଯାଇଥିଲେ।

ପୁଅ ଦେଇଥିଲା ହତ୍ୟାର ସୁପାରି

ଲୀଳାଧର ତାଙ୍କର ଜମିର ଅଧା ତାଙ୍କ ପ୍ରେମିକାର ପୁଅକୁ ୨୦ ବିଘା ଜମି ହସ୍ତାନ୍ତର କରିଦେବାକୁ ଯୋଜନା କରିଥିଲେ। ଏହି ଜମିରେ ଚାଷ ହେଉଥିବା ସମସ୍ତ ଆୟ ତାଙ୍କ ପ୍ରେମିକାର ପରିବାର ଲୋକଙ୍କ ପାଇଁ ଖର୍ଚ୍ଚ କରୁଥିଲେ। ଲୀଳାଧରଙ୍କ ଏକମାତ୍ର ପୁଅ ରାକେଶ ଏହି ଘଟଣାକୁ ନେଇ ଭୟଭିତ ହୋଇଯାଇଥିଲା। ଏହି ଭୟ ଯୋଗୁ ଫେବୃଆରୀ ୧୬ ତାରିଖରେ ସେ ହତ୍ୟା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେଙ୍କୁ ୩୦ ହଜାର ଟଙ୍କା ଦେଇ ହତ୍ୟାକାଣ୍ଡର ଏକ ଡିଲ୍ କରିଥିଲା। ଯୋଜନା ଅନୁଯାୟୀ, ୧୬ ତାରିଖ ରାତିରେ ରାକେଶ ପ୍ରଥମେ ଯାଇ ବାପା କେଉଁଠି ଶୋଇଛନ୍ତି, ଦେଖିଥିଲା। ବାପା ଘର ବାହାରେ ଥିବା ଏକ ବଖରାରେ ଶୋଇଥିବା ବେଳେ କବାଟ ଖୋଲା ଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ଦୁଇ ସମ୍ପର୍କୀୟ ଭାଇ ରାଜେଶ ଓ ଛୋଟେଙ୍କୁ ଆକ୍ରମଣ କରିବାକୁ ପଠାଇଲା।

Advertisment

ହତ୍ୟାକାରୀର ନାଁ ଲୁଚାଇଲେ ନିଜେ ଲୀଳାଧର

ଘଟଣା ପରେ ଲୀଳାଧରଙ୍କ ସମ୍ପର୍କୀୟ ଭାଇ ନାଥୁଲାଲ ଅଜ୍ଞାତ ଆକ୍ରମଣକାରୀଙ୍କ ବିରୋଧରେ ଏକ ରିପୋର୍ଟ ଥାନାରେ ଦେଇଥିଲେ। ଲୀଳାଧର ଏହା ସତ୍ତ୍ବେ ଏତେ ଭୟଭୀତ ଥିଲେ ଯେ ସେ ତାଙ୍କ ଦୁଇ ସମ୍ପର୍କୀୟ ନାଁ କାହାକୁ କହି ନଥିଲେ। କେବଳ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଥିଲେ। ମାମଲାର ତଦନ୍ତ କରିବା ସମୟରେ ପୁଲିସ ଲୀଳାଧରଙ୍କ ପୁଅ ରାକେଶକୁ ସନ୍ଦେହ କରିଥିଲା। ତାକୁ ଡାକି ପଚରାଉଚରା ସମୟରେ ରାକେଶ ପ୍ରଥମେ ତାଙ୍କ ବାପାଙ୍କ ପ୍ରେମିକାଙ୍କ ସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ସମ୍ପୃକ୍ତ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା କହିଥିଲା। କିନ୍ତୁ ଯେତେବେଳେ ପୁଲିସ ଅଧିକ ତଦନ୍ତ କଲା, ସେତେବେଳେ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଥିଲା।

 ଗୋଟିଏ ଚପଲ ପୁରା ରହସ୍ୟ ଖୋଲିଦେଲା

ରାଜେଶ ଓ ଛୋଟେ ଘଟଣାସ୍ଥଳରୁ ପଳାଇଥିଲେ। କିନ୍ତୁ ରାଜେଶ ତା ଲାଲ ରଙ୍ଗର ଏକ ଚପଲ ଘଟଣା ସ୍ଥଳରେ ଛାଡ଼ିଯାଇଥିଲା। ଏହି ଚପଲ ପୁଲିସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଲଟିଥିଲା। ପୁଲିସ ରାଜେଶକୁ ଜେରା କରିବା ପରେ ସେ ହତ୍ୟା ଷଡ଼ଯନ୍ତ୍ର ସ୍ୱୀକାର କରିଥିଲା। ପୁଲିସ ଅଭିଯୁକ୍ତ ସମ୍ପର୍କୀୟ ଭାଇ ରାଜେଶ ଏବଂ ଛୋଟେ ଉଭୟଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଏକ ବେଆଇନ ପିସ୍ତଲ, ଗୋଟିଏ କାର୍ଟ୍ରିଜ୍, ଗୋଟିଏ ଛୁରୀ ଏବଂ ୫ ହଜାର ଟଙ୍କା ଜବତ କରିଛି। ପୁଲିସ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ଜେଲକୁ ପଠାଇ ଦେଇଛି।

Youth Kills Father Supari Killer Supari Killing
Advertisment
Advertisment