ପୁଣି ଜଳିଲା ବାଙ୍ଗଲାଦେଶ, ମାତିଲା ଜେସିବି । ଏଥର ବାଙ୍ଗଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବାପଘରକୁ ଟାର୍ଗେଟ କରିଛନ୍ତି ଆନ୍ଦୋଳନକାରୀ। ଘରକୁ ନିଆଁ ଲଗାଇବା ସହ JCB ଲଗାଇ ଭାଙ୍ଗି ଦେଇଛନ୍ତି ।
ବାଂଲାଦେଶର ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ତଥା ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ପୁରୁଣା ଘରେ ନିଆଁ ଲଗାଇ ଦେଇଛନ୍ତି ବିରୋଧୀ। ଏହି ଘଟଣାକୁ ବିଦାୟୀ ପ୍ରଧାନମନ୍ତ୍ରୀ ଶେଖ ହସିନା ନିନ୍ଦା କରିଛନ୍ତି। ହସିନା କହିଛନ୍ତି ଆପଣ ଗୋଟିଏ ବିଲ୍ଡିଂକୁ ନିଶ୍ଚହ୍ନ କରି ପାରିବେ ମାତ୍ର ଇତିହାସକୁ ପରିବର୍ତ୍ତନ କରିବା ଅସମ୍ଭବ।
ରାତିରେ ହାସିନା ବିରୋଧୀଙ୍କ ତୁମୁଳକାଣ୍ଡ। ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଧାନମଣ୍ଡି-୩୨ ସ୍ଥିତ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ।
ପଦ ଯିବା ପରେ ଶେଖ ହସିନା ଓ ତାଙ୍କ ଭଉଣୀ ରେହାନା ଯଦି ଆଉ ମାତ୍ର ୨୦-୨୫ ମିନିଟ୍ ବାଂଲାଦେଶରେ ରହିଥାନ୍ତେ ତେବେ ନିଶ୍ଚିତ ଭାବରେ ଷଡ଼ଯନ୍ତ୍ରର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତେ । ଏହାକୁ ନେଇ ବଡ଼ ଖୁଲାସା କରିଛନ୍ତି ଶେଖ ହସିନା।
ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି। ଶେଖ୍ ହସିନାଙ୍କ ବ୍ୟତୀତ ୯୬ ଜଣଙ୍କ ପାସପୋର୍ଟ ବାତିଲ୍ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆୱାମୀ ଲିଗ୍ ସହ ଜଡ଼ିତ ନେତା ଓ ବ୍ୟବସାୟୀ। ଜୁଲାଇ ମାସରେ ବିକ୍ଷୋଭ ସମୟରେ ସେ ନିଖୋଜ କରିବା ଏବଂ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାସପୋର୍ଟ ରଦ୍ଦ ପରେ ଯଦି ଶେଖ୍ ହସିନା ଭାରତ ଛାଡ଼ି ବାଂଲାଦେଶ ଯିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ସ୍ପଷ୍ଟ ହୋଇଛି।
ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର ରେହମାନ ବାଂଲାଦେଶର ସ୍ବାଧୀନତା ଘୋଷଣା କରିଥିଲେ। ତେବେ ଏହାକୁ ପରିବର୍ତ୍ତନ କରି ଜିଆଉର ରେହମାନ ଏହି ଘୋଷଣା କରିଥିଲେ ବୋଲି ବର୍ତ୍ତମାନର ପୁସ୍ତକରେ ଉଲ୍ଲେଖ କରାଯାଇଛି।
ବାଂଲାଦେଶରେ ଜଳୁଥିବା ବିଦ୍ରୋହର ନିଆଁ ପ୍ରଶମିତ ହୋଇନଥିବା ବେଳେ ଶପଥ ନେଇଛି ଅନ୍ତରୀଣ ସରକାର । ଅନ୍ତରୀଣ ସରକାରର ପ୍ରମୁଖ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି ୮୪ ବର୍ଷୀୟ ମହମ୍ମଦ ୟୁନୁସ୍ |
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଭାରତରେ ରହିବା ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି ମହମ୍ମଦ ୟୁନୁସ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଲେ ୟୁନୁସ୍ । ହଟୁନି ଶେଖ୍ ହାସିନାଙ୍କ ଶରଣ ସସପେନ୍ସ ।
ଆଜି ହେବ ଶପଥଗ୍ରହଣ ଉତ୍ସବ । ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ବ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।
କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।
ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।
ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।
ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍ଲିମା ନସ୍ରିନ୍ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।
ଅପରାହ୍ନ ୨ଟା ୩୦ ବେଳେ କୁର୍ମିଟୋଲା ବାୟୁସେନା ଘାଟି ଦେଇ ସେ ନିଜ ଭଉଣୀ ରିହାନାଙ୍କ ସହ ସେନା ହେଲିକପ୍ଟରରେ ଭାରତକୁ ଆସିଛନ୍ତି।
ରାଜନୈତିକ ଦଳ ଗୁଡ଼ିକ ସହ ଆଲୋଚନା କରି ମୁଁ ଆପଣଙ୍କ ଧନଜୀବନର ଦାୟିତ୍ୱ ନେଉଛି ଏବଂ ଆପଣଙ୍କ ଦାବି ସଂପର୍କରେ ଉଚିତ ପଦକ୍ଷେପ ନିଆଯିବ । ଆପଣମାନେ ଧୈର୍ଯ୍ୟ ଧରନ୍ତୁ ବୋଲି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।
ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ହେବ ଆଲୋଚନା