ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।
ଗତ ୧୧ ତାରିଖରେ ସୁଡ୍ରା ପଂଚାୟତର ସିନ୍ଧି ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ
ଅଭିଯୋଗ ଆଧାରରେ, ଭିଜିଲାନ୍ସ ଟିମ୍ IICଙ୍କ ଗାଡ଼ିକୁ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା।
ପ୍ରେମିକାର ଭାଇ ତାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ।
ସପ୍ତମ ଶ୍ରେଣୀ ଛାତ୍ରୀର ପ୍ରସବ ପରେ ମୃତ୍ୟୁ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଜେପି ମହିଳା ମୋର୍ଚ୍ଚା ଆଜି ପୀଡ଼ିତାଙ୍କ ପରିବାରକୁ ଭେଟିବ।
ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।
୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ପଶ୍ଚିମ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ପିଇବା ପାଣିର କୌଣସି ବ୍ୟବସ୍ଥା ନଥିବା କାରଣରୁ ଝରଣା ପାଣିକୁ ବାଉଁଶ ସାହାଯ୍ୟରେ ସଂଗ୍ରହ କରି ଚଳୁଛନ୍ତି ପୂରା ଅଞ୍ଚଳବାସୀ ।
ନା ଠିକ୍ ସମୟରେ ସ୍କୁଲ ଖୋଲୁଛି ନା ଶିକ୍ଷକ ଆସୁଛନ୍ତି। ପିଲାମାନେ ଗଛ ତଳେ ଘଂଟା ଘଂଟା ଅପେକ୍ଷା କରିବା ପରେ ଚାଲିଯାଆନ୍ତି ଘରକୁ।
ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।
ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।
କେଉଁ ପରିସ୍ଥିତିରେ ମହିଳା SIଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ନି। ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।
ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା।
ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି ।
ରାୟଗଡ଼ା ଓ କଳାହାଣ୍ଡିରେ ଧୋଇଗଲା ରାସ୍ତା, ଚାଷଜମିରେ ପାଣି । ନୃସିଂହନାଥରେ ଫସିଲେ କାଉଡ଼ିଆ । ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି କହିଲା ପାଣିପାଗ ବିଭାଗ ।
ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।
ଉପାନ୍ତ ଆଦିବାସୀ ଇଲାକାକୁ ଗମନାଗମନର ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନାରେ ବ୍ରିଜ ନିର୍ମାଣ କରୁଛନ୍ତି । ଏ ନେଇ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି ବ୍ରିଜ ନିର୍ମାଣ କାର୍ଯ୍ୟ । କିନ୍ତୁ କିଭଳି ହେଉଛି, ସେ ନେଇ ବିଭାଗୀୟ ଅଧିକାରୀ କିମ୍ବା ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇ ତଦାରଖ କରୁନଥିବା ଅଭିଯୋଗ ହେଉଛି ।
ପ୍ରଶାସନ ଶୁଣିଲାନି, ଗାଁ ଲୋକ ତିଆରି କଲେ ପୋଲ...
ଦାରିଙ୍ଗବାଡି ବ୍ଲକ ଦନେକବାଡି ଆଶ୍ରମ ସ୍କୁଲରେ ପାଠପଢାରେ ଗୁରୁତର ବ୍ୟାଘାତ । ପ୍ରଶାସନ ଜାଣି ସୁଦ୍ଧା ଚୁପ୍ ବସିଥିବା ଅଭିଯୋଗ ।
ଜନ୍ମର ୩ ମାସ ପରେ ମାଆ ମରିଯିବାରୁ ଆଶ୍ରମକୁ ଟେକି ଦେଇଥିଲେ ବାପା । ପୋଷ୍ୟ ସନ୍ତାନ ଭାବେ ମାମିନାଙ୍କୁ ନେଇଥିଲେ ବିଦେଶୀ ଦମ୍ପତ୍ତି ।
୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।
ଦିନବେଳା ପ୍ରବଳ ଖରା ସାଙ୍ଗକୁ ଜୋରରେ ପବନ ବୋହିବା ଯୋଗୁଁ ନିଆଁ ଅମାନିଆ ଭାବେ ମାଡି ଚାଲିଛି । ଆଉ ନିଆଁର ଆଁ ଭିତରେ ଜଳି ପୋଡ଼ିଯାଉଛନ୍ତି ବହୁ ପଶୁପକ୍ଷୀ, କୀଟ-ପତଙ୍ଗ ଓ ଧ୍ୱଂସ ପାଇ ଚାଲିଛି ବହୁ ଦରକାରୀ ଓ ଔଷଧୀୟ ବୃକ୍ଷଲତା ।